www.samajalive.in
Monday, December 8, 2025
16.1 C
Bhubaneswar

ସତ୍ୟବାଦୀରେ ଫନୀ କ୍ଷତିଗ୍ରସ୍ତଙ୍କ ଆଇନ ଅମାନ୍ୟ ଆନ୍ଦୋଳନ, ତହସିଲ କାର୍ୟ୍ୟାଳୟରେ ପ୍ରବେଶ ଉଦ୍ୟମବେଳେ ପୁଲିସର ଲାଠି ଚାଳନା

ସାକ୍ଷୀଗୋପାଳ: ସତ୍ୟବାଦୀ ତହସିଲ କାର୍ୟ୍ୟାଳୟ ସମ୍ମୁଖରେ ଫନୀ କ୍ରିୟାନୁଷ୍ଠାନ କମିଟି ଓ ନବ ନିର୍ମାଣ କୃଷକ ସଂଗଠନ, ପୁରୀ ଜିଲା ତରଫରୁ ସହାୟତା ଦାବୀରେ ଏକାଦଶ ଥର ପାଇଁ ଗଣଧାରଣା ଓ ଆନ୍ଦୋଳନ ଅନୁଷ୍ଠିତ ହୋଇଯାଇଛି। ପୂର୍ବରୁ ଅନୁଷ୍ଠିତ ୧୦ ଥର ଗଣଧାରଣା ଓ ଆନ୍ଦୋଳନ ସମୟରେ ପ୍ରଶାସନ ତରଫରୁ ପୂର୍ବପରି ବିପନ୍ନଙ୍କ ନାମ ତାଲିକା ମଗାଯାଇ ଥିଲା। ମାତ୍ର ଆଜି ପର୍ୟ୍ୟନ୍ତ ବିପନ୍ନମାନଙ୍କୁ କୌଣସି ସହାୟତା ପ୍ରଦାନ କରା ଯାଇନାହିଁ। ପୁନର୍ବାର ନାମ ତାଲିକା ମଗା ଯିବାରୁ ଆନ୍ଦୋଳନକାରୀମାନେ ତହସିଲ କାର୍ୟ୍ୟାଳୟ ପରିସରକୁ ଧସେଇ ପଶିବା ନିମନ୍ତେ ଉଦ୍ୟମ କରିଥିଲେ। ଏହି ସମୟରେ ପୁଲିସ ତରଫରୁ ମୃଦ୍ୟୁ ଲାଠି ଚାଳନା କରାଯାଇ ଆନ୍ଦୋଳନକାରୀମାନଙ୍କୁ କାର୍ୟ୍ୟାଳୟ ପରିସରରୁ ବାହାର କରି ଦିଆ ଯାଇଥିଲା।
ଗତ ତା ୩-୫-୨୦୧୯ ରିଖରେ ଫନୀ ବାତ୍ୟାରେ ସତ୍ୟବାଦୀ ବ୍ଲକରେ ଅଧିକରୁ ଅଧିକ କ୍ଷତି ଘଟିଥିଲା ଜ୍ଝଲୋକମାନେ ବାସ ହରା ହୋଇ ସେବେଠାରୁ ଆଜି ପର୍ୟ୍ୟନ୍ତ ପଲିଥିନ ତଳେ ବଞ୍ଚିଛନ୍ତି। ସତ୍ୟବାଦୀ ରେ ଅନେକ ଲୋକ ଅଛନ୍ତି ଯେଉଁମାନେ ଆଜି ପର୍ୟ୍ୟନ୍ତ ଘର ଟିଏ ପାଇବାରୁ ବଞ୍ଚିତ ଅଛନ୍ତି। ବାରମ୍ବାର ତହସିଲ ଅଫିସ ଆଗରେ ଫନୀ ବିପନ୍ନଙ୍କ ଧାରଣା, ପ୍ରଶାସନ ତରଫରୁ ମିଥ୍ୟା ପ୍ରତିଶ୍ରୁତି ପ୍ରଦାନ ଓ ପ୍ରତିଶ୍ରୁତି ପ୍ରଦାନ କରିଥିବା ଅଧିକାରୀଙ୍କ ବଦଳି କରାଯାଇ ଆଜି ପର୍ଯ୍ୟନ୍ତ ବିପନ୍ନ ମାନଙ୍କୁ ଧୋକା ଦିଆ ଚାଲିଅଛି କ୍ଷ ପ୍ରତ୍ୟେକ ଥର ତଦନ୍ତ କରାଯିବ ଓ ବିପନ୍ନ ମାନଙ୍କୁ ସହାୟତା, କ୍ଷତି ପୂରଣ ଓ ପକ୍କାଘର ଦିଆଯିବ ବୋଲି ଆନ୍ଦୋଳନକାରୀମାନଙ୍କୁ ବୁଝାଇ ଦିଆ ଯାଇଥିଲା । ଆଜି ସତ୍ୟବାଦୀ ତହସିଲ ଅଫିସ ଆଗରେ ଫନୀ କ୍ରିୟାନୁଷ୍ଠାନ ତରଫରୁ ସତାଧିକ ମହିଳା ଓ ପୁରୁଷ ତହସିଲ ଅଫିସ ଘେରାଉ କରିବା ସହିତ ଆଇନ ଅମାନ୍ୟ ଆନ୍ଦୋଳନ କରିଥିଲେ। ଏହାକୁ ନେଇ ଉତକ୍ଷିପ୍ତ ଲୋକେ ତହସିଲ ଗେଟ ଭଙ୍ଗାରୁଜା କରିବା ସହିତ ପୋଲିସ ସହିତ ଧସ୍ତାଧସ୍ତି ହୋଇ ଜବରଦସ୍ତ କାର୍ୟ୍ୟାଳୟ ପରିସର ମଧ୍ୟକୁ ପ୍ରବେଶ ଉଦ୍ୟମ କରି ଧାରଣାରେ ବସି ରହିଥିଲେ। ଗଣଧାରଣା ସମୟରେ ଆନ୍ଦୋଳନକାରୀ ରୀନା ମଲ୍ଲିକ ହଠାତ ଅସୁସ୍ଥ ହୋଇ ପଡ଼ିଥିଲେ। ଚିକିତ୍ସା ନିମନ୍ତେ ତାଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ସାକ୍ଷୀଗୋପାଳ ଡାକ୍ତରଖାନାରେ ଭର୍ତ୍ତି କରା ଯାଇଥିଲା କ୍ଷ ତୁରନ୍ତ କ୍ଷତିପୂରଣ ଦାବୀ କରି ଆନ୍ଦୋଳନକାରୀ ମାନେ ତହସିଲ କାର୍ୟ୍ୟାଳୟ ପରିସରକୁ ପ୍ରବେଶ ଉଦ୍ୟମ କରିଥିଲେ। ଏହି ଧସ୍ତାଧସ୍ତି ସମୟରେ ସଶସ୍ତ୍ର ପୋଲିସ ରଞ୍ଜନ କୁମାର ଦଳେଇ ଆହତ ହୋଇଥିଲେ।
ସତ୍ୟବାଦୀ ତହସିଲଦାର ଜୟନ୍ତ କୁମାର ଜୟ ସିଂ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ପୂର୍ଣ୍ଣଚନ୍ଦ୍ର ପ୍ରଧାନ ଓ ଏସଡିପିଓ ଦେବଦତ୍ତ ବରାଳ ପ୍ରମୁଖ ଆନ୍ଦୋଳନକାରୀମାନଙ୍କ ସହିତ ଆଲୋଚନା କରିଥିଲେ। ଆଜି ପର୍ୟ୍ୟନ୍ତ ସହାୟତା ପାଇ ପାରି ନ ଥିବା ଫନି ବିପନ୍ନଙ୍କ ଯାଞ୍ଚ କରାଯାଇ ବିଜୁ ପକ୍କାଘର କିମ୍ବା ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ କରାଯିବ ବୋଲି ତହସିଲଦାର ଜୟନ୍ତ କୁମାର ଜୟ ସିଂ ପ୍ରତିଶୃତି ପ୍ରଦାନ କରିଥିଲେ। ଆଜି ସନ୍ଧ୍ୟାରେ ଆନ୍ଦୋଳନକାରୀ ମାନେ ଫେରି ଯାଇଥିଲେ। ଆଲୋଚନା କରାଯାଇ ପରବର୍ତ୍ତୀ କାର୍ୟ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ଆନ୍ଦୋଳନକାରୀମାନେ ପ୍ରକାଶ କରିଥିଲେ। ସଭାପତି ପ୍ରାଣନାଥ ବିଶ୍ୱାଳ, ବସନ୍ତ ପ୍ରଧାନ, ଶରତ ପ୍ରଧାନ, ପଦ୍ମନାଭ ମିଶ୍ର, ବାବୁଲି ପ୍ରଧାନ, ପ୍ରଭାତ ଚୌଧୁରୀ, ଅକ୍ଷୟ ପ୍ରଧାନ ହଟ ରାଉତ, ବିଷ୍ଣୁପ୍ରିୟା ରଥ,ପୀତାମ୍ବରୀ ଦାସ, ରୀନା ମଲ୍ଲିକ ଓ ଉର୍ମିଳା ମଲ୍ଲିକଙ୍କ ସମେତ ଅନ୍ୟମାନେ ଆନ୍ଦୋଳନରେ ଯୋଗ ଦେଇଥିଲେ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories