ପୁରୁଣା ପେନସନ ଦାବି ଦୋହରାଇଲା ଶିକ୍ଷକ ସଂଘ

ଆଠଗଡ : ନୂତନ ପେନସନ ଯୋଜନାରେ ନିଯୁକ୍ତ ଶିକ୍ଷକ ମାନଙ୍କର ସଂଘ ଅଂଶୁପାଠାରେ ଗୁରୁବାର ଏକ ବୈଠକରେ ଯୋଗଦେଇ ପୁରୁଣା ପେନସନ ଯୋଜନା ସେମାନଙ୍କ ପାଇଁ ଲାଗି କରିବା ପାଇଁ ଦାବି ଦୋହରାଇଛନ୍ତି। ନୂତନ ପେନସନ ଯୋଜନାରେ ନିଯୁକ୍ତ ପ୍ରାଥମିକ ଶିକ୍ଷକ ସଂଘର କଟକ ଜିଲାର ଅନ୍ୟତମ ବରିଷ୍ଠ ଶିକ୍ଷକ ଅଦ୍ୱୈତ ଚରଣ ଜେନା ଉଦ୍‍ବୋଧନ ଦେଇ ନୂତନ ଓ ପୁରାତନ ପେନସନ ମଧ୍ୟରେ ଥିବା ତଫାତ୍‍ ସଂପର୍କରେ ବିସ୍ତୃତ ଭାବେ ଆଲୋକପାତ କରିଥିଲେ। ଆଠଗଡ ବ୍ଲକ ପ୍ରାଥମିକ ଶିକ୍ଷକ ସଂଂଘ (ଏନପିଏସ ର ସଭାପତ ଚାରୁଚନ୍ଦ୍ର ବେହେରାଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ବୈଠକରେ ସଂଘର କର୍ମକର୍ତ୍ତା ପୁରାତନ ପେନସନ ସରକାର ଲାଗୁ ନକରିବା ପର୍ଯ୍ୟନ୍ତ ସମସ୍ତ ଶିକ୍ଷକ ଐକ୍ୟବଦ୍ଧ ଭାବେ ସଂଗ୍ରାମ ଜାରି ରଖିବାକୁ ଆହ୍ୱାନ ଦେଇଥିଲେ। ସମ୍ବଲପୁର ଜିଲାରୁ ଆସିଥିବା ବରିଷ୍ଠ ଶିକ୍ଷକ ପ୍ରମୋଦ କୁମାର ପ୍ରଧାନ, ତିଗିରିଆ ବ୍ଲକ ସଭାପତି ଚନ୍ଦ୍ରକାନ୍ତ ମିଶ୍ର, କଟକ ଜିଲ୍ଲା କର୍ମକର୍ତ୍ତା ପ୍ରତାପ କୁମାର ସାହୁ, ସଚ୍ଚିଦାନନ୍ଦ ରାଉଳ, ପ୍ରଭାତ କୁମାର ପଣ୍ଡା, ପ୍ରମୋଦ କୁମାର ଗୋଚ୍ଛି, କର୍ଣ୍ଣରଞ୍ଜନ ସାହୁ, ହରପ୍ରସାଦ ବେହେରା, ରାଜେଶ କୁମାର ପଣ୍ଡା, ଦିପ୍ତୀରଞ୍ଜନ ବେହେରା, ଦୁଶାସନ ବେହେରା, ସୁରେଶ କୁମାର ସାହୁ, ସମ୍ବଲପୁର ଜୋନର ସୁନିଲ ପ୍ରଧାନ, ଧନଞ୍ଜୟ ପ୍ରଧାନ, ଗୋଲଖବିହାରୀ ପ୍ରଧାନ, ରଜନୀକାନ୍ତ ଆଚାର୍ଯ୍ୟ ପ୍ରମୁଖ ନିଜ ଦାବି ପୂରଣ ନହେବା ଯାଏଁ ଆନ୍ଦୋଳନକୁ ଜୋରଦାର କରିବା ପାଇଁ ମତ ରଖିଥିଲେ।

kalyan agarbati

Comments are closed.