www.samajalive.in
Wednesday, December 10, 2025
15.1 C
Bhubaneswar

ଚାନ୍ଦବାଲି ବ୍ଲକରେ ୧.୫୬କୋଟି ଟଙ୍କାର ହିସାବ ଗାଏବ, ଜିଆରଏସଙ୍କ ନାମରେ ଥାନାରେ ଟଙ୍କା ହଡପ ଅଭିଯୋଗ

ଧାମରା :ଚାନ୍ଦବାଲି ବ୍ଲକରେ ସମୁଦାୟ ୧.୫୬କୋଟି ଟଙ୍କାର ହିସାବ ମିଳୁନାହିଁ, ଏହି ହିସାବ ସବୁ ୩ଜଣ ଜିଆରଏସ ଏବଂ ଜଣେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ପାଖରେ ଥିବା ବେଳେ ସେମାନେ ଏହି ହିସାବ ଦେବାକୁ ଅରାଜି। ଫଳରେ ବାଧ୍ୟ ହୋଇ ଚାନ୍ଦବାଲି ବିଡିଓ ପୁନଶ୍ଚ ୨ଜଣ ଜିଆରଏସଙ୍କ ନାମରେ ଥାନାରେଚ ଏତଲା ଦେଇ ତୁରନ୍ତ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ବାଂଶଡା ଥାନାଧିକାରୀଙ୍କୁ ଲିଖିତ ଭାବେ ଜଣାଇଛନ୍ତି।
ପ୍ରାପ୍ତ ଖବରରୁ ଜଣାଯାଇଛି ପ୍ରଥମରେ ବାଂଶଡା ଥାନା ଅଧିନସ୍ଥ ବଜରାପୁର ଏବଂ ଗୋପିନାଥ ପୁର ପଞ୍ଚାୟତ ଦାୟିତ୍ୱରେ ଥିବା କାର୍ଯ୍ୟନିର୍ବାହୀ ଅଧିକାରୀ ଧିରେନ୍ଦ୍ର ନାୟକ ୧୧ ମାସ ମଧ୍ୟରେ ୨୯ଲକ୍ଷ ୧୯ହଜାର ୯ଶହ ଟଙ୍କାର ହିସାବ ଦେଇ ପାରୁ ନଥିବା ବେଳେ ସେହି ପଞ୍ଚାୟତରେ ଥିବା ଜିଆରଏସ ପୁରୁଷୋତମ ବାରିକ ୮ମାସ ମଧ୍ୟରେ ୨୬ଲକ୍ଷ ୩୮ହଜାର ୭ଶହ ଟଙ୍କାର ବୃଦ୍ଧବୃଦ୍ଧାଙ୍କ ଭତା ଟଙ୍କାର ହିସାବ ମଧ୍ୟ ଦେଇ ପାରୁ ନାହାନ୍ତି। ସେହିପରି ଧାମରା ଅଞ୍ଚଳରେ ଥିବା ଦୋସିଙ୍ଗା ପଞ୍ଚାୟତ ଦାୟିତ୍ୱରେ ଥିବା ଜିଆରଏସ ପୂର୍ଣେନ୍ଦୁ ପାତ୍ର ୧୬ ମାସ ମଧ୍ୟରେ ୫୩ଲକ୍ଷ ୨ହଜାର ୭ଶହ ଟଙ୍କା ବାଟ ମାରଣା କରିଥିବା ବେଳେ ଜାଗୁଳା ପଂଚାୟତର ଜିଆରଏସ ଖିରୋଦ ନାୟକ ସେହିପରି ୧୧ ମାସ ମଧ୍ୟରେ ୨୯ଲକ୍ଷ ୧୯ହଜାର ୯ଶହ ଟଙ୍କା ର ହିସାବ ମଧ୍ୟ ଚାନ୍ଦବାଲି ବ୍ଲକ ଅଧିକାରୀଙ୍କୁ ଦେବାରେ ଅସମର୍ଥ ଅଛନ୍ତି ବୋଲି ଜଣାଯାଇଛି। କେଉଁ ପରିସ୍ଥିତିରେ ଏହି ସମସ୍ତ ସରକାରୀ କର୍ମଚାରୀ ଦୀର୍ଘ ବର୍ଷ ବର୍ଷ ଧରି ହିସାବ ଦେବାରେ ଟାଳଟୁଳ ନୀତି ଅବଲମ୍ବନ କରୁଥିବା ସାଙ୍ଗକୁ ବୃଦ୍ଧବୃଦ୍ଧାଙ୍କ ଭତା ଟଙ୍କା କୁ ମଧ୍ୟ ହଡପ କରିବାରେ ପଛାଇ ନାହାନ୍ତି ତାହା ତଦନ୍ତ ସାପେକ୍ଷ ହୋଇ ପଡିଛି। ଏହି ସମସ୍ତ କର୍ମଚାରୀ ବ୍ୟାଙ୍କରୁ ପ୍ରତିମାସ ସିଧାସଳଖ ଟଙ୍କା ଉଠାଉଥିବା ବେଳେ କେତେ ଟଙ୍କା ଭତ୍ତା ବାବଦକୁ ବଣ୍ଟନ କରିଛନ୍ତି ଏବଂ କେତେ ଟଙ୍କା ନିଜ ପାଖରେ ରଖିଛନ୍ତି ଏହି ସବୁର ହିସାବ ପ୍ରତିମାସ ବ୍ଲକ କର୍ତ୍ତୃପକ୍ଷଙ୍କୁ ଦେବାର ନିୟମ ଥିଲେ ମଧ୍ୟ ବ୍ଲକ ପ୍ରଶାସନ କାହିଁକି ଏବଂ କେଉଁ ପରିସ୍ଥିତିରେ ବର୍ଷ ବର୍ଷ ଧରି ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଏବଂ ଜିଆରଏସଙ୍କୁ ଏହାର କୈଫତ ମାଗି ନଥିଲେ ତାହାର ତଦନ୍ତ ହେବା ଜରୁରୀ ହୋଇ ପଡିଛି ଅନ୍ୟ ପକ୍ଷରେ ଯଦି ଦୀର୍ଘ ଦିନ ଧରି ସେମାନେ ହିସାବ ଦେଇ ପାରୁ ନଥିବା ବେଳେ କର୍ତ୍ତୃପକ୍ଷ ଏ ନେଇ କାହିଁକି ଜିଲାପାଳଙ୍କ ନିକଟରେ ଅଭିଯୋଗ କରିନାହାନ୍ତି ତାହା ମଧ୍ୟ ତଦନ୍ତ ସାପେକ୍ଷ ହୋଇ ପଡିଛି। ଦୀର୍ଘ ୨ଟି ଆର୍ଥିକ ବର୍ଷ ମଧ୍ୟରେ ଏହି ଅନିୟମିତତା ପଦାକୁ ଆସିବା ପରେ ମଧ୍ୟ କାହିଁକି ସମସ୍ତ କଥା ବ୍ଲକ ପ୍ରଶାସନ ଜାଣିବା ପରେ ମଧ୍ୟ ଚୁପ ହୋଇ ବସିଥିଲେ? ଏଥିସହ ବାଂଶଡା ଥାନାରେ ଦୀର୍ଘ ୧ମାସ ହେବ ବିଡିଓ ଲିଖିତ ଅଭିଯୋଗ କରିବା ପରେ ମଧ୍ୟ ପୁଲିସ ପ୍ରଶାସନ କାହିଁକି ନୀରବ ରହିଛି ବୋଲି ସାଧାରଣରେ ପ୍ରଶ୍ନବାଚୀ ହୋଇ ପଡିଛି। ୪ଟି ପଞ୍ଚାୟତରେ ୧.୫୬କୋଟି ଟଙ୍କାର ହିସାବ ମିଳୁ ନଥିବା ବେଳେ କେବେ ଏହି ବୃଦ୍ଧବୃଦ୍ଧା ମାନେ ସେମାନଙ୍କ ଭତ୍ତା ପାଇବେ ଅଥବା ହଡପ ହୋଇଥିବା ଟଙ୍କା ସରକାରୀ ତହବିଲକୁ ଫେରିବ ସେ ନେଇ ଅନିଶ୍ଚିତତା ଲାଗି ରହିଛି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories