ରାଜ୍ୟର ବିଭିନ୍ନ ଜିଲା ପରିକ୍ରମା କରୁଛି ‘ଅହିଂସା ରଥ’, ମିଳୁଛି ଉଚ୍ଛ୍ୱସିତ ସମ୍ବର୍ଦ୍ଧନା
ଭୁବନେଶ୍ୱର: ସ୍ୱାଧୀନତା ସଂଗ୍ରାମ ଓ ସଂଗ୍ରାମୀଙ୍କ ବାର୍ତ୍ତା ତଥା ଗାନ୍ଧିଜୀଙ୍କ ଅହିଂସା ଓ ଶକ୍ତି, ଜନସାଧରଣଙ୍କଠାରେ ଦେଶପ୍ରେମର ନିଦର୍ଶନ ସୃଷ୍ଟି କରବା ଉଦ୍ଦେଶ୍ୟରେ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ପ୍ରସ୍ତୁତ ‘ଅହିଂସା ରଥ’ ସମସ୍ତ ରାଜ୍ୟ ପରିକ୍ରମା କରୁଛି।
ଏହି ପରିପ୍ରେକ୍ଷୀରେ ଆଜି ଉଭୟ ରଥକୁ ସୁନ୍ଦରଗଡ଼ ସୀମା ବୀରମିତ୍ର ଗେଟଠାରେ ସୁନ୍ଦରଗଡ଼ ଜିଲ୍ଲାଠାରୁ ଗ୍ରହଣ କରାଯାଇ ଥିଲା। ସେଠାରେ ଭସ୍ମା ଗ୍ରାମବାସୀ ମାନେ ଏହି ଅହିଂସା ରଥ ଯୋଡିକୁ ବିଭିନ୍ନ ସାଂସ୍କୁତିକ କାର୍ଯ୍ୟକ୍ରମ ମାଧ୍ୟମରେ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ଏହି ଅବସରରେ ସଦର ବ୍ଲକ ଉପାଧ୍ୟକ୍ଷା ଶ୍ରୀମତୀ ଚନ୍ଦ୍ରମା ମେହେର, ଭସ୍ମା ସରପଞ୍ଚ, ୱାର୍ଡ ସଭ୍ୟ, ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ ଉପସ୍ଥିତ ଥିଲେ। ସେହିପରି ସଦର ବ୍ଲକ ସ୍ଥିତ ଭେଡ଼ାଭାଇ ଗ୍ରାମ ପଞ୍ଚାୟତ ଅଫିସ୍ କାର୍ଯ୍ୟାଳୟ ଠାରେ ଅହିଂସା ରଥକୁ ପାରଂପାରିକ ଆଦିବାସୀ ନୃତ୍ୟ ଓ ସଂଗୀତ ମାଧ୍ୟମରେ ପାଛୋଟି ନିଆଯାଇଥିଲା। ଏହି କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷ ସୁବ୍ରତ ମାଝୀ, ଭେଡ଼ାଭାଇ ସମିତି ସଭ୍ୟ, ସରପଞ୍ଚ, ୱାର୍ଡ ସଭ୍ୟ, ସଦର ବିଡିଓ ବିନୟ କୁମାର ପଟେଲ, ଛାତ୍ରଛାତ୍ରୀ, ଗ୍ରାମବାସୀ ଅଂଶଗ୍ରହଣ କରିଥିଲେ।
ସୁନ୍ଦରଗଡ଼ ପୌରାଞ୍ଚଳଠାରେ ଛାତ୍ରଛାତ୍ରୀ, ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା. ବିଭିନ୍ନ ସାଂସ୍କୃତିକ ଦଳ, ଜନସାଧାରଣ ଅହିଂସା ରଥକୁ ନୃତ୍ୟଗୀତ ପରିବେଷଣପୂର୍ବକ ଏକ ବିଶାଳ ଶୋଭାଯାତ୍ରାରେ ମହିଳା ମହାବିଦ୍ୟାଳୟ ଛକଠାରୁ ମାଦ୍ରୀ କାଲୋ ଭବନ ପର୍ଯ୍ୟନ୍ତ ପାଛୋଟି ନେଇଥିଲେ। ଶୋଭାଯାତ୍ରାରେ ସଦର ବିଧାୟିକା ଶ୍ରୀମତୀ କୁସୁମ ଟେଟେ, ସୁନ୍ଦରଗଡ ପୌର ଅଧ୍ୟକ୍ଷା ତନୟା ମିଶ୍ର, କାଉନସିଲରବୃନ୍ଦ, ସଦର ଉପ ଜିଲାପାଳ ଅଭିମନ୍ୟୁ ବେହେରା, ପୌରାଞ୍ଚଳର ନିର୍ବାହୀ ଅଧିକାରୀ ରାମକୃଷ୍ଣ ଗଣ୍ଡ, ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ନନ୍ଦିନୀ ମୁଣ୍ଡାରୀ, ଜିଲା ସଂସ୍କୃତି ଅଧିକାରୀ ଶ୍ରୀ କୁଲଦୀପ ଖାଖା ପ୍ରମୁଖ ଉପସ୍ଥିତ ଥିଲେ। ମାଦ୍ରୀ କାଲୋ ଭବନ ଠାରେ ରଙ୍ଗାରଙ୍ଗ ସାଂସ୍କୁତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଥିଲା ଏବଂ ଜିଲ୍ଲାପାଳ ଡକଫର ପରାଗ ହର୍ଷଦ ଗଭାଲି ସବୁଜ ପତାକା ଦେଖେଇ ରଥଟିକୁ ଜିଲାର ଟାଙ୍ଗରପାଲି ବ୍ଲକ ଅଭିମୁଖେ ବିଦାୟ ଦେଇଥିଲେ।
ଅହିଂସା ରଥକୁ ହେମଗିରି ବ୍ଲକରେ ଭବ୍ୟ ସ୍ୱାଗତ ଦିଆଯାଇଥିଲା। ବ୍ଲକ ଅଧ୍ୟକ୍ଷ ପ୍ରେମାନନ୍ଦ ସା, ଉପାଧ୍ୟକ୍ଷ ସୌଦାମିନୀ ଡିଲା, ଜିଲା ପରିଷଦ ସଦସ୍ୟ ଭିମା ସେନ ସାଂସଦ ପ୍ରତିନିଧି ବିଶି କେଶନ ସା, କନିକା ସରପଂଚ ଓ ହେମଗିରି ସରପଞ୍ଚ, ହେମଗିର ବିଡିଓ ଜଗଦୀଶ ଚନ୍ଦ୍ର ମହାନନ୍ଦ ଆଦି ଉପସ୍ଥିତ ଥିଲେ।
ଟାଙ୍ଗରପାଲି ବ୍ଲକର ମହୁଲ ପାଲି ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଅହିଂସା ରଥକୁ ସ୍ୱାଗତ କରାଯାଇଥିଲା। ସେଠାରେ ସୁଶ୍ରୀ କୁନ୍ତୀ ପ୍ରଧାନ, ଜିଲା ପରିଷଦ ଅଧ୍ୟକ୍ଷା ଅଜୟ ନାଏକ, ବ୍ଲକ ଉପାଧ୍ୟକ୍ଷ, ସରପଞ୍ଚ, ମହୁଲ ପାଲି, ସରପଞ୍ଚ ରତନପୂର, ସରପଞ୍ଚ ତୁଲସାଡ଼ିହି, ଏବିଡ଼ିଓ ଦମୟନ୍ତୀ ପଟେଲ ପ୍ରମୁଖ ଉପସ୍ଥିତ ଥିଲେ। ସେହିପରି ଉଜାଲପୁର ଗ୍ରାମପଂଚାୟତ କାର୍ଯ୍ୟାଳୟ ପରିସରରେ ମଧ୍ୟ ରଥକୁ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ଏହି ଅବସରରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଶ୍ରୀ କୁନ୍ତୀ ପ୍ରଧାନ, ଜିଲା ପରିଷଦ ସଭ୍ୟ ଗେଲବତି ପଟେଲ, ବ୍ଲକ ଅଧ୍ୟକ୍ଷା ତପସ୍ୱିନୀ ମାଝୀ, ସରପଞ୍ଚ, ସମିତି ସଭ୍ୟ ଆଦି ଉପସ୍ଥିତ ଥିଲେ।
ଲେଫ୍ରିପଡ଼ା ବ୍ଲକ ପରିସର ଏବଂ ସର୍ଗିପାଲି ଗ୍ରାମପଂଚାୟତଠାରେ ମଧ୍ୟ ଅହିଁସା ରଥକୁ ସ୍ୱାଗତ କରାଯାଇଥିଲା। ଅୟୋଜିତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ପଞ୍ଚାୟତିରାଜ ପ୍ରତିନିଧି, ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା, ଗ୍ରାମବାସୀ, ବିଡିଓ ରମେଶ ହାଁସଦା ପ୍ରମୁଖ ଉପସ୍ଥିତ ଥିଲେ। ଲେଫି୍ରପଡ଼ା ଏବଂ ହେମଗିରି ବ୍ଲକ୍ଠାରେ ୫ ଜଣ ବୁଣାକାରଙ୍କୁ ଚରଖା ପ୍ରଦାନ କରାଯାଇଥିଲା।
ପ୍ରକାଶ ଥାଉ କି ଏହି ଅହିଂସା ରଥ ସେପେଫମ୍ବର ୨ ରୁ ୫ ତାରିଖ ପର୍ଯ୍ୟନ୍ତ ସୁନ୍ଦରଗଡ ଜିଲାର ସମସ୍ତ ୧୭ ଗୋଟି ବ୍ଲକ ଏବଂ ରାଉରକେଲା ମହାନଗର ନିଗମ ଅଞ୍ଚଳରେ ପରିକ୍ରମା କରି ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେବ । ଆସନ୍ତା କାଲି ଗୋଟିଏ ରଥ ବଡଗାଁ ବ୍ଲକ, କୁତ୍ରା ବ୍ଲକ ଓ ରାଜଗାଙ୍ଗପୁର ବ୍ଲକ ଭ୍ରମଣ କରିବାକୁ ଥିବାବେଳେ ଅନ୍ୟ ରଥଟି ବାଲିଶଙ୍କରା ଓ ସବଡେଗା ବ୍ଳକ ଅଭିମୁଖେ ଯାତ୍ରା କରିବାର କାର୍ଯ୍ୟକ୍ରମ ରହିଛି ।
ନୂଆପଡ଼ା ଜିଲାରେ ଅହିଂସା ରଥ ପରିକ୍ରମାର ଦ୍ୱିତୀୟ ଦିନରେ ନୂଆପଡ଼ା ଜିଲାପାଳଙ୍କ କାର୍ଯ୍ୟାଳୟଠାରେ ମନ୍ତ୍ରୀ ଶ୍ରୀ ରାଜେନ୍ଦ୍ର ଢୋଲକିଆ, ବ୍ଲକ୍ ଅଧ୍ୟକ୍ଷ, ଅତିରିକ୍ତ ଜିଲ୍ଲାପାଳ, ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଜିଲା ସୂଚନା ଓ ଲୋକସଂପର୍କ ଅଧିକାରୀ, ଏନ୍ଏସି ଅଧ୍ୟକ୍ଷ, ସିଡ଼ିପିଓ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ ଅହିଂସା ରଥକୁ ସ୍ୱାଗତ କରିଥିଲେ । ପରେ ସଖତୋରାଠାରେ ଅତିରିକ୍ତ ଜିଲ୍ଲାପାଳ, ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଏନ୍ଏସି ଅଧ୍ୟକ୍ଷ ଏବଂ ସ୍ଥାନୀୟ ଜନତା ଅହିଂସା ରଥକୁ ଭବ୍ୟ ସ୍ୱାଗତ ଜଣାଇଥିଲେ । ଏକତା ଛକଠାରେ ମଧ୍ୟ ବ୍ଲକ ଅଧ୍ୟକ୍ଷ, ଉପାଧ୍ୟକ୍ଷ, କାଉନ୍ସିଲରମାନଙ୍କ ସହ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଏବଂ ଏନ୍ଏସିର କର୍ମଚାରୀମାନଙ୍କ ଦ୍ୱାରା ଅହିଂସା ରଥକୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ସେହିପରି ବୋଡେନ୍ର ପଇସଡ଼ା ଛକଠାରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ସରପଞ୍ଚ, ପଞ୍ଚାୟତ ପ୍ରତିନିଧି ଏବଂ ଗ୍ରାମବାସୀମାନେ ଅହିଂସା ରଥକୁ ସ୍ୱାଗତ କରିଥିଲେ । ଅହିଂସା ରଥ ପରିକ୍ରମା ସମୟରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ଦେଶାତ୍ମବୋଧକ ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ଭିଡ଼ିଓ ସୋ ପ୍ରଦର୍ଶିତ ହୋଇଥିଲା । ରଥ ପରିକ୍ରମା ସମୟରେ ପ୍ରବଳ ଜନସମାଗମ ଏକ ଭାବପୂର୍ଣ୍ଣ ପରିବେଶ ସୃଷ୍ଟି କରିଥିଲା।
ଏହି ‘ଅହିଂସା ରଥ’ ରାଜ୍ୟବାସୀଙ୍କ ମନରେ ଅଭୂତପୂର୍ବ ଜାଗରଣ ସୃଷ୍ଟି କରୁଛି। ଜନସାଧାରଣଙ୍କ ମନରେ ଜାତୀୟତାଭାବ ଉଦ୍ରେକ କରିବା ସହ ଭାଇଚାରା, ସଂପ୍ରୀତି ଓ ଏକତାର ବାର୍ତ୍ତା ପ୍ରସାରଣ ନିମନ୍ତେ ରାଜ୍ୟ ସରକାରଙ୍କ ଏହି ମହନୀୟ ପଦକ୍ଷେପ ବେଶ୍ ଆଦୃତି ଲାଭ କରିଛି। ସୂଚନାଯୋଗ୍ୟ ଯେ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ତଥା ଆଜାଦି କା ଅମୃତ ମହୋତ୍ସବ ଅବସରରେ ୧୫ ଅଗଷ୍ଟରୁ ୨ ଅକେଫାବର ପର୍ଯ୍ୟନ୍ତ ସ୍ୱାଧୀନତାର ସ୍ମାରକୀ ବହନ କରୁଥିବା ୪ ଗୋଟି ‘ଅହିଂସା ରଥ’ ସାରା ରାଜ୍ୟରେ ପରିକ୍ରମା କରି ଆମ ରାଜ୍ୟର ବୀର ସ୍ୱାଧୀନତା ସଂଗ୍ରାମୀମାନଙ୍କ ଜୀବନାଦର୍ଶର ବାର୍ତ୍ତା ପ୍ରଚାର କରିବ।
Comments are closed.