www.samajalive.in
Sunday, December 7, 2025
16.1 C
Bhubaneswar

ଫୁଲମୁଠୀ ଆଜାଦ ୟୁଥ କ୍ଲବର ୨୨ତମ ନୂଆଖାଇ ଭେଟ: ଗୀତନୃତ୍ୟ ମାଧୂର୍ଯ୍ୟରେ ରାତି ତମାମ ବିଭୋର ଦର୍ଶକ

ବିନିକା : ପଶ୍ଚିମ ଓଡ଼ିଶାର ମହାନ ଗଣପର୍ବ ଉପଲକ୍ଷେ ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ଅନ୍ତର୍ଗତ ଫୁଲମୁଠୀ ଆଜାଦ ୟୁଥକ୍ଲବ ତରଫରୁ ନୂଆଖାଇ ଭେଟ ଅବସରରେ ଆୟୋଜିତ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଏଥର ୨୨ ବର୍ଷରେ ପଦାର୍ପଣ କରିଛି। ସଂସ୍କୃତି ଓ ପରମ୍ପରାର ମହାନ ବାର୍ତ୍ତାର ପ୍ରତୀକ ବହନ କରି ଆସୁଥିବା କୃଷିଭିତ୍ତିକ ଗଣପର୍ବ ନୂଆଖାଇ ପାଇଁ ଗାଁଠୁ ସହର ସବୁଠି ଆଜି ଚଳଚଞ୍ଚଳ ହୋଇ ପଡ଼ିଥିବା ବେଳେ ଆଜାଦ ୟୁଥକ୍ଳବ ଆନୁକୁଲ୍ୟରେ ଆୟୋଜିତ ନୃତ୍ୟସଙ୍ଗୀତର ମହାସମର ଆଜିର ନୂଆଖାଇ ଭେଟ କାର୍ଯ୍ୟକ୍ରମକୁ ରଙ୍ଗୀନ କରି ଦେଇଛି। ଏନେଇ ଆଜି ସନ୍ଧ୍ୟାରେ କ୍ଳବ ତରଫରୁ ପୂର୍ବ ସ୍ଥିରୀକୃତ ପ୍ରସ୍ତୁତି ଅନୁସାରେ ଅନୁଷ୍ଠିତ ମଞ୍ଚରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠାନ ପକ୍ଷରୁ ସମସ୍ତଙ୍କ ସକ୍ରିୟ ସହଯୋଗରେ ନୃତ୍ୟ, ସଙ୍ଗୀତର ମହାସମର ନୂଆଁଖାଇ ଭେଟ କାର୍ୟ୍ୟକ୍ରମରେ ଉପସ୍ଥିତ ଲୋକଙ୍କୁ ରାତି ତମାମ ବିଭୋର କରି ଦେଇଛି। ଏହି ପରିପ୍ରେକ୍ଷୀରେ କୁନିକୁନି ପିଲାଙ୍କଠାରୁ ଆରମ୍ଭ କରି ଅନ୍ୟାନ୍ୟ ସ୍ଥାନରୁ ଆସିଥିବା କଳାକାର ମାନେ ନୂଆଁଖାଇ ଭେଟ ମଞ୍ଚରେ କିଏ ଅଭିନୟ କରି ଦର୍ଶକଙ୍କୁ ଆକର୍ଷିତ କରି ଦେଇଥିବା ବେଳେ ଆଉ କିଏ ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ବିଭିନ୍ନ ପ୍ରକାର ନୃତ୍ୟସଙ୍ଗୀତ ପ୍ରଦର୍ଶନ କରି ରାତି ତମାମ ଅଗଣିତ ଦର୍ଶକଙ୍କ ମନମୋହି ନେଇଛନ୍ତି। ଫୁଲମୁଠୀ ଆଜାଦ ୟୁଥ କ୍ଳବ ସଭାପତି ଆନନ୍ଦ ହୋତା ଏବଂ କ୍ଳବର ସାଧାରଣ ସମ୍ପାଦକ ନୀଳାମ୍ବର ସାହୁଙ୍କ ତତ୍ତ୍ବାବଧାନରେ ଆୟୋଜିତ ନୂଆଁଖାଇ ଭେଟଘାଟ ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଚରଦା ପଞ୍ଚାୟତ ସରପଞ୍ଚ ବୃନ୍ଦାବତୀ ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିଥିବା ବେଳେ ବିନିକା ଓକିଲ ସଂଘର ସଭାପତି ସୁଧାଂଶୁ ଶେଖର ଦାଶ, ଚାଷୀନେତା ତଥା ଚରଦା ସମିତି ସଭ୍ୟାଙ୍କ ପ୍ରତିନିଧି ଭୀମସେନ ସାହୁ ଓ ଗ୍ରାମର ବିଶିଷ୍ଟ ବ୍ୟକ୍ତି ତଥା ସ୍ବେଚ୍ଛାସେବୀ ପ୍ରମୋଦ କୁମାର ଦାଶଙ୍କ ସମେତ ଅବସରପ୍ରାପ୍ତ ଶିକ୍ଷ୍ୟାବିତ ପ୍ରସନ୍ନ କୁମାର ରଥ, ଅନ୍ତର୍ଯ୍ୟାମୀ ପଣ୍ଡା ଓ ବିନିକା ଜିଲ୍ଲା ପରିଷଦ ସଭ୍ୟ ପ୍ରମିଳା କଲତା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ କ୍ଲବ କର୍ମକର୍ତ୍ତା ଓ କଳାକାରମାନଙ୍କୁ ଉତ୍ସାହିତ କରିଥିଲେ।

ଏହି ଅବସରରେ ଅନୁଷ୍ଠିତ ରଙ୍ଗାରଙ୍ଗ ନୃତ୍ୟ ଓ ସଙ୍ଗୀତ ପ୍ରତିଯୋଗିତା କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି କୃତିତ୍ବ ଅର୍ଜନ କରିଥିବା ଛାତ୍ରଛାତ୍ରୀ ଓ କଳାକାରମାନଙ୍କୁ ପୁରସ୍କୃତ କରା ଯାଇଥିଲା। ତେବେ ଡେନ୍ସଗ୍ରୁପରେ ଯୁବରାଜ ବିଭାର ପ୍ରଥମ ସ୍ଥାନରେ ପୁରସ୍କୃତ ହୋଇଥିବା ବେଳେ ଜଗଦୀଶ ମୁଣ୍ଡା ଦ୍ବିତୀୟ ଓ ସଞ୍ଜୟ କୁମାର ତୃତୀୟ ସ୍ଥାନରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ରହି ପୁରସ୍କୃତ ହୋଇଥିଲେ। ସେହିପରି ଗ୍ରୁପଡେନ୍ସରେ ସାଇନିଂ ଷ୍ଟାର ଉଲୁଣ୍ଡା, ଆର୍କେଡେନ୍ସ ଏବଂ ବରଗଡ଼ର ବଳରାମ ଆଣ୍ଡ ଆଲିଶା ଗ୍ରୁପକୁ ପୁରସ୍କୃତ କରାଯାଇଥିଲା। କାର୍ଯ୍ୟକ୍ରମରେ ବିଜୟ ମହାରଣାଙ୍କ ସମେତ ସୁରଜ ଷଡ଼ଙ୍ଗୀ ଓ ମଦନ ହୋତା ପ୍ରମୁଖ ବିଚାରକ ଭାବରେ ଯୋଗଦେଇ ଆଜାଦ ୟୁଥକ୍ଲବର ବୁଲୁ ମିଶ୍ର, ଜଗଜୀବୀନ ଦାଶ, ଯୁବୁଲି ପଣ୍ଡା ଏବଂ ମଞ୍ଚାସୀନ ଅତିଥିଙ୍କ ଦ୍ବାରା ପୁରସ୍କୃତ କରା ଯାଇଥିଲା। ତେବେ ୨୦୨୨ ବର୍ଷ ସୁଦ୍ଧା ଦୀର୍ଘ ୨୨ ବର୍ଷରେ ପଦାର୍ପଣ କରିଥିବା ଆଜାଦ ୟୁଥକ୍ଲବ ଫୁଲମୁଠୀ ତରଫରୁ ଆୟୋଜିତ ନୂଆଁଖାଇ ଭେଟ ରଙ୍ଗାରଙ୍ଗ ଓ ସମାରୋହରେ ବିନିକା ଆଞ୍ଚଳିକ ସାମ୍ବାଦିକ ସଂଘର ଅଫିସ ଇନଚାର୍ଜ ନରସିଂହ ପଧାନଙ୍କୁ ଜଣେ ପ୍ରବୀଣ ସାମ୍ବାଦିକ ଭାବରେ ଅତିଥିଗଣ ପୁଷ୍ପଗୁଛ ଦେଇ ସମ୍ମାନିତ କରିଥିବା ବେଳେ ଏହି ପରିପ୍ରେକ୍ଷୀରେ ବିନିକା ସାମ୍ବାଦିକ ସଂଘର ସାଧାରଣ ସମ୍ପାଦକ ଅଶୋକ ପଣ୍ଡା, ସୃଜନ ପଣ୍ଡା, ମୁକେଶ ବଗର୍ତ୍ତୀ, ଶାନ୍ତନୁ ପଣ୍ଡା, ରାମଗୋପଲ ବାଗଙ୍କ ସହ ରବୀନ୍ଦ୍ରନାଥ ହୋତା, ହିମାଂଶୁ ପୁଟେଲଙ୍କୁ ସମ୍ମାନିତ କରା ଯାଇଥିଲା। ଆୟୋଜିତ ନୂଆଁଖାଇ ଭେଟ ମଞ୍ଚରେ ଗ୍ରାମର ଜଣେ ୯୪ ବର୍ଷୀୟ ବରିଷ୍ଠ ଓ ବୈଜେଷ୍ଠ ବ୍ୟକ୍ତି ଗଣେଶରାମ ଦାଶଙ୍କ ନୂଆଁଖାଇ ଦିନରେ ତାଙ୍କର ଜନ୍ମଦିନ ଥିବାରୁ ଅତିଥିଗଣ ତାଙ୍କ ଉଦ୍ଦେଶ୍ୟରେ କେକ କାଟି ସମ୍ମାନୀତ କରିଥିବା ବେଳେ ସମ୍ମାନିତ ଅତିଥି ତଥା ବିନିକା ଓକିଲ ସଂଘର ସଭାପତି ସୁଧାଂଶୁ ଶେଖର ଦାଶ ଓ ପ୍ରମୋଦ କୁମାର ଦାଶ ପ୍ରମୁଖ ଅତିଥି ସେହି ସମୟରେ ଗଣମାଧ୍ୟମ ଆଗରେ ଭାବବିହ୍ବଳ ହୋଇ ପଡ଼ିଥିଲେ।

- Advertisement -

ଆଜାଦ ୟୁଥକ୍ଲବ ତରଫରୁ ଅନୁଷ୍ଠିତ ନୂଆଁଖାଇ ଭେଟ କାର୍ଯ୍ୟକ୍ରମରେ କ୍ଳବ କର୍ମକର୍ତ୍ତା ନିରଞ୍ଜନ ସାହୁ, ଜୁବୁଲି ପଣ୍ଡା, ଅଭିଷେକ ହୋତା, ମିଥୁନ ଚୌଧୁରୀ, ଅଜୁ ମେହେର, ଅମର ମେହେର, ମନେନ୍ଦ୍ର ପୁଟେଲ, ଆଲୋକ ମିଶ୍ର, ବାବୁଲାଲ ମେହେର, ବୁଲୁ ମିଶ୍ର, ଜଗତଜୀବନ ଦାଶ, ସୁଜିତ କର୍ଣ୍ଣ, ବ୍ରଜରାଜ ପଧାନ, କିରଣ କୁମାର ଦାଶ, ଅନ୍ତର୍ୟ୍ୟାମୀ ମିଶ୍ର, ଆଶିଷ ଦାଶ, ମଧୁ ମେହେର ପ୍ରମୁଖ ଉପସ୍ଥିତ ରହି କ୍ଲବର ବରିଷ୍ଠ କର୍ମକର୍ତ୍ତା ଗଣେଶ ମେହେର, ଚନ୍ଦ୍ରଶେଖର ମେହେର ଓ ପୂର୍ବତନ ସଭାପତି ବନମାଳୀ ମେହେରଙ୍କୁ ସମ୍ମାନିତ କରିଥିବା ବେଳେ କାର୍ୟ୍ୟକ୍ରମ ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories