ଦାତବ୍ୟ ଭୌତିକ ଚିକିତ୍ସା ଶିବିର
ଚୌଦ୍ୱାର :ରୋଟାରୀ କ୍ଲବ୍ କଟକ ଅଭିନବ ଓ ବିବେକାନନ୍ଦ ଆରସିସିର ମିଳିତ ଆନୁକୁଲ୍ୟରେ ବଡ଼ବଜାରସ୍ଥିତ ସତ୍ୟ ନାରାୟଣ ପୂଜା ମଣ୍ଡପରେ ଏକ ଦାତବ୍ୟ ଫିଜିଓଥେରାପି(ଭୌତିକ ଚିକିତ୍ସା) ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରକୁ ହିନ୍ଦ୍ ସେବକ ସଂଘ ରାଷ୍ଟ୍ରୀୟ ଅଧ୍ୟକ୍ଷ ଦାମୋଦର ସାହୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ସ୍ଥାନୀୟ କାଉନସିଲର ଅଜୟ କୁମାର ବେହେରା ଏଥିରେ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଶିବିରରେ ଆଣ୍ଠୁ, ଅଣ୍ଟା, ବେକ, କହୁଣୀ, ପାଦ ଏବଂ ଅନ୍ୟ ଅଙ୍ଗରେ ଯନ୍ତ୍ରଣା ରୋଗରେ ପୀଡ଼ିତ ରୋଗୀମାନଙ୍କର ଭୌତିକ ପଦ୍ଧତ୍ତିରେ ନିଶୁଳ୍କ ଚିକିତ୍ସା ଆରମ୍ଭ କରାଯାଇଛି। ଫିଜିଓଥେରାପି ଡାକ୍ତର ଡ.ସନ୍ଦିପ ନାୟକଙ୍କ ନେତୃତ୍ୱରେ ଏକ ଡାକ୍ତରୀ ଟିମ୍ ରୋଗୀ ମାନଙ୍କ ଚିକିତ୍ସା କରୁଛନ୍ତି। ଏହି ଶିବିର ଦୀର୍ଘ ୫ଦିନ ଧରି ଚାଲିବ ବୋଲି କ୍ଲବ୍ ସଭାପତି ସୁଧାଂଶୁ ଶେଖର ଜେନା ସୂଚନା ଦେଇଛନ୍ତି ।ଆରସିସି ମଖ୍ୟ ମାନସ କୁମାର ସାହୁ ଓ ସଦସ୍ୟ ସଦସ୍ୟା ମାନେ ଶିବିର ପରିଚାଳନା କରୁଛନ୍ତି।
Comments are closed.