ବିଶ୍ୱନାଥ ବିଦ୍ୟାପୀଠରେ ଜାତୀୟ କ୍ରୀଡା ଦିବସ ପାଳିତ

ଆଠଗଡ -ଆଠଗଡର ସର୍ବପୁରାତନ ବିଶ୍ୱନାଥ ବିଦ୍ୟାପୀଠ ଆନୁକୁଲ୍ୟରେ ସୋମବାର ଜାତୀୟକ୍ରୀଡା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ବିଦ୍ୟାଳୟର ଛାତ୍ରମାନଙ୍କ ମଧ୍ୟରେ ବିଭିନ୍ନ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । କନିଷ୍ଠ ଓ ବରିଷ୍ଠ ବର୍ଗର ପିଲାମାନଙ୍କ ମଧ୍ୟରେ କବାଡି, ଖୋ-ଖୋ, ବାସ୍କେଟ ବଲ, ସୂର୍ଯ୍ୟ ନମସ୍କାର ଯୋଗ ସହିତ କୁଇଜ, ପ୍ରବନ୍ଧ, ବକ୍ତୃତା ଓ ଚିତ୍ରାଙ୍କନ ପ୍ରତିଯୋଗିତା କରାଯାଇ କୃତି ବିଦ୍ୟାର୍ଥୀଙ୍କୁ ପୁରସ୍କୃତ କରାଯାଇଥିଲା । ବରିଷ୍ଠ ଶିକ୍ଷୟିତ୍ରୀ ଉଷାରାଣୀ ପତିଙ୍କ ସଂଯୋଜନାରେ ଅନୁଷ୍ଠିତ ସଭାରେ ବିଦ୍ୟାଳୟର ପରିଚାଳନା କମିଟି ସଭାପତି ଶ୍ରୀକାନ୍ତ କୁମାର ବେହେରା ଓ ପ୍ରଧାନଶିକ୍ଷକ ଅମର କୁମାର ମହାରଣା ଯୋଗଦେଇ ଜାତୀୟ କ୍ରୀଡା ଦିବସ ପାଳନର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଏବଂ ପଦ୍ମଭୂଷଣ ମେଜର ଧ୍ୟାନଚାନ୍ଦଙ୍କ ହକି ଖେଳପ୍ରତି ଅବଦାନ ସଂପର୍କରେ ଆଲୋକପାତ କରିଥିଲେ ।

prayash

ପ୍ରାରମ୍ଭରେ ମେଜର ଧ୍ୟାନଚାନ୍ଦଙ୍କ ଫଟୋଚିତ୍ରରେ ସାମୁହିକ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା । କ୍ରୀଡା ଶିକ୍ଷକ ମଧୁସୁଦନ ସାହୁ, ଏନସିସି ଶିକ୍ଷକ ମୃତ୍ୟୁଞ୍ଜୟ ରଥ, ଶିକ୍ଷକ ସୁକାନ୍ତ ମହାପାତ୍ର, ବିଜୟ କୁମାର ସାହୁ, କାଶିନାଥ ସାହୁ, ମାଧବ ଚନ୍ଦ୍ର ନାୟକ, ଶିକ୍ଷୟିତ୍ରୀ ସରିତା ମିଶ୍ର, ପ୍ରଣତି ଷଡଙ୍ଗି, ଶ୍ରଦ୍ଧାଞ୍ଜଳି ଲେଙ୍କା, ବୁଲବୁଲ ବସ୍ତି ପ୍ରମୁଖ କ୍ରୀଡା ପ୍ରତିଯୋଗିତା ପରିଚାଳାରେ ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମରେ ପରିଚାଳନା କମିଟିର ସମସ୍ତ ସଭ୍ୟ ଯୋଗଦାନ କରିଥିଲେ । ଶେଷରେ କ୍ରୀଡା ଶିକ୍ଷକ ମଧୁସୁଦନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

Comments are closed.