www.samajalive.in
Sunday, December 14, 2025
14.1 C
Bhubaneswar

ବାବା ବଳିଆଙ୍କ ମନ୍ତବ୍ୟକୁ ପଶ୍ଚିମାଞ୍ଚଳ ଏକତା ମଞ୍ଚର ବିରୋଧ

ସମ୍ବଲପୁର  – ପଶ୍ଚିମ ଓଡିଶାର ଗଣପର୍ବ ନୁଆଁଖାଇକୁ ନେଇ ପଦ୍ମଶ୍ରୀ ବାବା ବଳିଆ ଦେଇଥିବା ମନ୍ତବ୍ୟକୁ ପଶ୍ଚିମାଞ୍ଚଳ ଏକତା ମଞ୍ଚ ବିରୋଧ କରିଛି । ମଞ୍ଚ ତରଫରୁ ଜାରି ପ୍ରେସ ବିବୃତି ଅନୁଯାୟୀ, ସଂସ୍କୃତିର ସୁରକ୍ଷା ଓ ସଚେତନତା ପାଇଁ ପଦ୍ମଶ୍ରୀ ପାଇଥିବା ବାବା ବଳିଆ ନୁଆଁଖାଇ ବିଷୟରେ ଦେଇଥିବା ମନ୍ତବ୍ୟ କୁ ବିରୋଧ କରାଯାଇଛି ।

କୃଷିଭିତ୍ତିକ ମହାନ ଗଣପର୍ବ ନୁଆଁଖାଇ ଏବେ ପଶ୍ଚିମାଞ୍ଚଳରେ ସୀମିତ ନ ରହି ଦେଶରୁ ବିଦେଶ ପର୍ଯ୍ୟନ୍ତ ବ୍ୟାପି ସାରିଛି । ପରିବାର ଠାରୁ ଆରମ୍ଭ କରି ସମାଜ ଭିତରେ ଏକତା ପ୍ରତିଷ୍ଠା କରିବା ଦିଗରେ ନୁଆଁଖାଇର ଭୂମିକା ଗୁରୁତ୍ୱପୁର୍ଣ୍ଣ । ଚାଷୀ ତାର ଉତ୍ପାଦିତ ପ୍ରଥମ ଶସ୍ୟକୁ ଇଷ୍ଟ ଦେବାଦେବୀ ନିକଟରେ ସର୍ମପଣ କରି ସମାଜର ମଙ୍ଗଳ କାମନା କରୁଥିବା ବେଳେ କିଛି ବ୍ୟକ୍ତି ପଶ୍ଚିମାଞ୍ଚଳର ଏହି ମହାନ ପରମ୍ପରାକୁ ବିକୃତ ରୂପେ ବ୍ୟାଖ୍ୟା କରି ତାଚ୍ଛଲ୍ୟ କରିବା ସହ ସମାନ । ବାବା ବଳିଆଙ୍କ ବକ୍ତବ୍ୟରୁ ସେ ନୁଆଁଖାଇ ପରମ୍ପରା ବିଷୟରେ ଅଜ୍ଞ ବୋଲି ଜଣାପଡୁଥିବା ବେଳେ ନୁଆଁଖାଇ ସହିତ ପଶୁବଳିକୁ ଯୋଡିବା ତାଙ୍କର ଅଜ୍ଞତାକୁ ପ୍ରଦର୍ଶନ କରୁଛି । ସମଗ୍ର ବିଶ୍ୱରେ ରହୁଥିବା ୩ କୋଟିରୁ ଉର୍ଦ୍ଧ ପଶ୍ଚିମାଞ୍ଚଳବାସୀଙ୍କ ଭାବାବେଗ ସହିତ ଜଡିତ ନୁଆଁଖାଇ ଉପରେ ତାଙ୍କର ବିଦ୍ରୁପ ପୁର୍ଣ୍ଣ ମନ୍ତବ୍ୟ, ତାଙ୍କର ଅହଂକାର ଓ ଅଜ୍ଞାନତାକୁ ପ୍ରଦର୍ଶନ କରିବା ସହିତ ଭାବାବେଗକୁ ଆହତ କରୁଛି ।

- Advertisement -

ଏଣୁ ଏଭଳି ଖାମଖିଆଲୀ ମନୋଭାବକୁ ପଶ୍ଚିମାଞ୍ଚଳ ଏକତା ମଞ୍ଚ ତରଫରୁ ନିନ୍ଦା କରାଯିବା ସହିତ ରାଜ୍ୟର ସଂହତି ପ୍ରତି ଏହା ବିପଦ ବୋଲି ମଞ୍ଚ କହିଛି । ଚାଷୀ ମାନଙ୍କ ଏହି ମହାନ ପରମ୍ପରାକୁ ତାଚ୍ଛଲ୍ୟ କରିବାର ଅଧିକାର କାହାରି ନାହିଁ ବୋଲି ମଞ୍ଚର କାର୍ଯ୍ୟକ୍ରମ ସଂଯୋଜକ ଡ. ପ୍ରମୋଦ କୁମାର ରଥ, ଆବାହକ ଭବାନୀ ଶଙ୍କର ଭୋଇ, ମାନସ ରଞ୍ଜନ ବକ୍ସୀ, ପଙ୍କଜିନୀ ମେହେର, କାନ୍ତି ମେହେର, ଲଳିତ ମୋହନ ବେବର୍ତ୍ତା, ଗୁଣ ରଞ୍ଜନ ସାଲିମା, ସନ୍ତୋଷ କୁମାର ବଢ଼େଇ, ଦେବାଶିଷ ବେହେରା, ରାଜେଶ ସ୍ୱାଇଁ, ରାହୁଲ ଗୁପ୍ତା, ଅମିତାଭ ମାଝୀ ପ୍ରମୁଖ ପ୍ରେସ ବିଜ୍ଞପ୍ତି ଜରିଆରେ କହିଛନ୍ତି ।

Hot this week

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

Related Articles

Popular Categories