ସାପ କାମୁଡ଼ାରେ ସ୍ୱାମୀ ମୃତ୍ୟୁ, ପତ୍ନୀ ଗୁରୁତର
ଫୁଲବାଣୀ: କନ୍ଧମାଳ ଜିଲା ଖଜୁରୀପଡ଼ା ବ୍ଲକ ସୁଡୁକୁମ୍ପା ପଞ୍ଚାୟତ ଅନ୍ତର୍ଗତ ରାଣୀପଥର ଗ୍ରାମରେ ଏକ ଦୁଃଖ ଦାୟକ ଘଟଣା ଘଟି ଯାଇଛି। ଗତକାଲି ସୋମବାର ରାତିରେ ଗ୍ରାମର ଦମ୍ପତି ଦ୍ୱୟ ସାଗର ମଳିକ ଓ ପତ୍ନୀ ଅନୁସୟା ମଳିକ ନିଜ ଘରେ ସୋଇଥିବା ବେଳେ ବିଷାକ୍ତ ସାପ କାମୁଡ଼ି ଦେବାରୁ ଗୁରୁତର ଅବସ୍ଥାରେ ୧୦୮ଗାଡ଼ିରେ ଫୁଲବାଣୀ ମୂଖ୍ୟ ଚିକତ୍ସାଳୟକୁ ଆଣିଲାପରେ ସାଗର ମଳିକଙ୍କୁ ଡାକ୍ତର ମୃତ୍ୟୁ ଘୋଷଣା କରିଥିଲେ। ଅନ୍ୟପକ୍ଷରେ ଅନୁସୟା ମଳିକ ଚିକିତ୍ସାଧିନ ଅଛନ୍ତି। ସୁଡ୍ରୁକୁମ୍ପା ଫାଣ୍ଡି ଅଧିକାରୀ ସୁଶୀଲ କୁମାର ପଟ୍ଟନାୟକ ଘଟଣା ସ୍ଥଳରେ ପହଞ୍ଚି କେସ ନଂ ୧୫/୨୦୨୨ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ବ୍ୟବଛେଦ କରି ପରିବାରଙ୍କୁ ହସ୍ତାନ୍ତର କରିଛନ୍ତି। ଏ ନେଇ ଗ୍ରାମରେ ଶୋକାକୁଳ ହୋଇ ଉଠିଛି। ମୃତଦେହକୁ ନିଜଗ୍ରାମରେ ସତ୍କାର କରାଯାଇଛି। ପତ୍ନୀ ଅନୁସୟାର ଚିକିତ୍ସାକୁ ଅଧିକ ଗରୁତ୍ବ ଦେଇ ଚିକିତ୍ସା କରିବାକୁ ଗ୍ରାମବାସୀଙ୍କ ପକ୍ଷରୁ ସ୍ୱାସ୍ଥ୍ୟ ବିଭାଗକୁ ଅନୁରୋଧ କରାଯାଇଛି। ଘରେ ବର୍ତ୍ତମାନ ୩ପୁଅ ଓ ୧ଝିଅ ଅଛନ୍ତି। ଦମ୍ପତି ଦ୍ୱୟଙ୍କ ପରିବାର ଅତି ଗରିବ ହୋଇଥିବା ଯୋଗୁଁ ସରକାରୀ ସାହାୟତା ପ୍ରଦାନ କରିବାକୁ ସମାଜସେବୀ ତଥା ପଞ୍ଚାୟତ ସମିତିସଭ୍ୟ ବୈଦ୍ୟନାଥ ବେହେରା ଜିଲା ପ୍ରଶାସନଙ୍କୁ ଦାବି କରିଛନ୍ତି।
Comments are closed.