www.samajalive.in
Monday, December 15, 2025
16.1 C
Bhubaneswar

ସାହାରପଡା ବନକ୍ଷେତ୍ରରେ ୨୨ ଟି ହାତୀ , ଚିନ୍ତାରେ ଚାଷୀ

ପାଟଣା :  କେନ୍ଦୁଝର ବନଖଣ୍ଡ ପାଟଣା ବନାଞ୍ଚଳ ସାହାରପଡା ବନକ୍ଷେତ୍ର ଅଞ୍ଚଳରେ ୨ଦିନ ହେଲା ୨୨ ଟିକିଆ ହାତୀପଲ ଡେ଼ରା ପକାଇଛନ୍ତି । ତେବେ ଦ୍ୱିତୀୟ ଦିନରେ ଏହି ହାତୀପଲ ଚାତରପାଣି, ଜଗନ୍ନାଥପୁର, ଦାନୁଆଁ ଟାଙ୍ଗରପଡ଼ା, ଗଣ୍ଡବେଡ଼ା, ଯାମୁନାଳିଆ ଗ୍ରାମ ଗୁଡିକରେ ବ୍ୟାପକ ଧାନ ଏବଂ ବୋଇତାଳୁ ଫସଲ ନଷ୍ଟ କରିଛନ୍ତି । ସେପଟେ ଅତ୍ୟଧିକ ଦଳିଚକଟି ଫସଲ ନଷ୍ଟ କରୁଥିବାରୁ ଚାଷୀମାନଙ୍କର ଏକ ପ୍ରକାର ମେରୁଦଣ୍ଡ ଭାଙ୍ଗି ପଡିଲାଣି । ଚଳିତ ବର୍ଷର ସ୍ୱଳ୍ପ ବୃଷ୍ଟିପାତ ଯୋଗୁଁ ବହୁ କଷ୍ଟରେ ଚାଷୀମାନେ ବିଲରେ ତଳି ରୁଆ କାର୍ଯ୍ୟ ସମ୍ପୂର୍ଣ୍ଣ କରିଥିଲେ ମଧ୍ୟ ଏବେ ହାତୀ ମାନଙ୍କର ଶିକାରରେ ପଡ଼ିଛନ୍ତି। ତେବେ ଚାତରପାଣି ଗ୍ରାମର ବୀରଭଦ୍ର ମହାନ୍ତ, ସହଦେଵ ମହାନ୍ତ ଏବଂ ନିଗମା ନନ୍ଦ ମହାନ୍ତଙ୍କର ୨ ଏକରରୁ ଅଧିକ ହେବ ପାଚିଲା ଧାନ ଦୀର୍ଘ ଘଣ୍ଟା ଧରି ଦଳି ଚକଟି ନଷ୍ଟ କରିଥିବା ବେଳେ ଯାମୁନାଳିଆ ଗ୍ରାମର ଲଳିତ୍ କୁମାର ନାୟକ ବିଲ ଧାନ ଫସଲ ନଷ୍ଟ କରିଛନ୍ତି । ଦିନ ତମାମ୍ ଟଭାସରୁଆ ଦ୍ରୋପଦୀ ହୁଡ଼ି ନିକଟସ୍ଥ ପଟାସ୍ ଏବଂ ଆକାଶିଆ ଗଛ ଥିବାରୁ ବଡ଼ବିଲ ଗ୍ରାମର ଭବାନୀ ଶଙ୍କର ମହାନ୍ତ ଙ୍କର ବୋଇତାଳୁ ବଗିଚାରେ ବ୍ୟାପକ ବୋଇତାଳୁ ଏବଂ ଡୁଙ୍କ ଦଳିଚକଟି ନଷ୍ଟ କରୁଥିବା ପ୍ରକାଶ କରିଛନ୍ତି । ତେବେ ଏହି ଚାଷୀ ମାନେ ଦୁଃଖରେ ଭାଙ୍ଗି ପଡ଼ିଥିବାରୁ ତୁରନ୍ତ କ୍ଷୟକ୍ଷତିର ଆକଳନ କରି ସରକାରୀ ସହାୟତ ଯୋଗାଇ ଦେବାକୁ ଚାଷୀ ଏବଂ ଅଞ୍ଚଳବାସୀ ସାଧାରଣରେ ଦାବି କରୁଛନ୍ତି ।

Hot this week

ଆଜି ବି ୬,୭୦୪ ଗାଁକୁ ରାସ୍ତା ନାହିଁ

ଭୁବନେଶ୍ବର: ଦେଶ ସ୍ବାଧୀନତାର ୭୭ବର୍ଷ ପରେ ବି ରାଜ୍ୟର ୬,୭୦୪ଟି ଗାଁକୁ...

ପଶ୍ଚିମ ଓଡ଼ିଶାରେ ପ୍ରଫେସର ସଙ୍କଟ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଅଧିକାଂଶ ବିଶ୍ବବିଦ୍ୟାଳୟରେ ପ୍ରଫେସର ପଦ ଖାଲି ପଡ଼ିଛି।...

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

Related Articles

Popular Categories