www.samajalive.in
Monday, December 15, 2025
14.1 C
Bhubaneswar

ଝିଲି, ଶ୍ରୀୟଙ୍କା, ଦେବାଶିଷ, ବିଷ୍ଣୁ, ବେଣୁଧର, ଆର୍‌ଏସ୍‌ପି ପୁରସ୍କୃତ

ଭୁବ​ନେ‌ଶ୍ବର : ସୋମବାର ଜାତୀୟ କ୍ରୀଡ଼ା ଦିବସରେ ରାଜ୍ୟର ବିଶିଷ୍ଟ କ୍ରୀଡ଼ାବିତ୍‌, ପ୍ରଶିକ୍ଷକ ଓ କ୍ରୀଡ଼ା ସାମ୍ବାଦିକଙ୍କୁ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର-୨୦୨୧ ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଲୋକସେବା ଭବନରେ ଆୟୋଜିତ ସ୍ବତନ୍ତ୍ର ଉତ୍ସବରେ ଭାରୋତ୍ତୋଳିକା ଝିଲି ଦଳବେହେରା ଓ ସୁଟର ଶ୍ରୀୟଙ୍କା ଷଡ଼ଙ୍ଗୀ ଯୁଗ୍ମ ଭାବେ ବର୍ଷର ଶ୍ରେଷ୍ଠ କ୍ରୀଡ଼ାବିତ୍‌ ପୁରସ୍କାର ପାଇଛନ୍ତି। ଉଭୟଙ୍କୁ ୩ ଲକ୍ଷ ଟଙ୍କା, ମାନପତ୍ର ଓ ଟ୍ରଫି ପ୍ରଦାନ କରା ଯାଇଥିଲା। ରାଜ୍ୟର ପ୍ରଥମ ଅନ୍ତର୍ଜାତୀୟ କ୍ରିକେଟର ଦେବାଶିଷ ମହାନ୍ତିଙ୍କୁ କ୍ରୀଡ଼ା କ୍ଷେତ୍ରରେ ଜୀବନବ୍ୟାପୀ ସାଧନା ପୁରସ୍କାର ପ୍ରଦାନ କରାଯାଇଛି। ଦେବାଶିଷ ୩ ଲକ୍ଷ ଟଙ୍କା, ମାନପତ୍ର ଓ ଟ୍ରଫି ଗ୍ରହଣ କରିଥିଲେ। ଶ୍ରେଷ୍ଠ ପ୍ରଶିକ୍ଷକ ଭାବେ ପାରା ଦୌଡ଼କୁଦ ପ୍ରଶିକ୍ଷକ ବିଷ୍ଣୁ ପ୍ରସାଦ ମିଶ୍ର ୧ ଲକ୍ଷ ଟଙ୍କା, ମାନପତ୍ର ଓ ଟ୍ରଫି ପାଇଥିଲେ।
ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ଆୟୋଜିତ ଉତ୍ସବରେ କ୍ରୀଡ଼ା ସାମ୍ବାଦିକତାରେ ଉତ୍କର୍ଷତା ପାଇଁ ଦୈନିକ ‘ସମାଜ’ର ବେଣୁଧର ଦାସ ଶ୍ରେଷ୍ଠ କ୍ରୀଡ଼ା ସାମ୍ବାଦିକ ଭାବେ ୫୦ ହଜାର ଟଙ୍କା ମାନପତ୍ର ଓ ଟ୍ରଫି ପାଇଥିଲେ। କ୍ରୀଡ଼ା ପ୍ରୋତ୍ସାହନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଲାଗି ରାଉରକେଲା ଷ୍ଟିଲ୍‌ ପ୍ଲାଣ୍ଟ (ଆର୍‌ଏସ୍‌ପି)କୁ ପୁରସ୍କୃତ କରାଯାଇଛି। ଆର୍‌ଏସ୍‌ପିର ନିର୍ଦେଶକ ଅତନୁ ଭୌମିକ ୧ ଲକ୍ଷ ଟଙ୍କା, ମାନପତ୍ର ଓ ଟ୍ରଫି ଗ୍ରହଣ କରିଥିଲେ। ଭାରୋତ୍ତୋଳିକା ଝିଲି ଦଳବେହେରା ଏସିଆନ ଚମ୍ପିଆନସିପ୍‌, ରାଜ୍ୟଗୋଷ୍ଠୀ ଚମ୍ପିଆନସିପ, ଦକ୍ଷିଣ ଏସୀୟ କ୍ରୀଡ଼ା, ବିଶ୍ବ ଜୁନିୟର ଭାରୋତ୍ତୋଳନ ଚମ୍ପିଆନସିପ ଆଦିରେ ପଦକ ବିଜୟୀ ହୋଇଛନ୍ତି। ସେହିପରି ସୁଟର ଶ୍ରୀୟଙ୍କା ମଧ୍ୟ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ପଦକ ବିଜୟୀ ହୋଇଛନ୍ତି। ୪୫ଟି ଦିନିକିଆ ଓ ୨ଟି ଟେଷ୍ଟ ମ୍ୟାଚ୍‌ ଖେଳିଥିବା ଦେବାଶିଷ ଏବେ ଜାତୀୟ ସିନିୟର ମନୋନୟନ କମିଟି ସଦସ୍ୟ ରହିଛନ୍ତି। ପାରା ଦୌଡ଼କୁଦ ପ୍ରଶିକ୍ଷକ ବିଷ୍ଣୁ ପ୍ରସାଦ ମିଶ୍ରଙ୍କ ପ୍ରଶିକ୍ଷଣରେ ଜୟନ୍ତୀ ବେହେରାଙ୍କ ଭଳି ଅନ୍ତର୍ଜାତୀୟ ପଦକ ବିଜେତା ପାରା ଧାବିକା ସୃଷ୍ଟି ହୋଇଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories