ବିଲକିସ୍‌ ବାନୋ ବଳାତ୍କାରୀଙ୍କୁ ମୁକ୍ତ କରାଯିବା ଲଜ୍ଜାଜନକ : ଶରଦ ପୱାର

ମୁମ୍ବଇ : ବିଲକିସ୍‌ ବାନୋ ବଳାତ୍କାର ଘଟଣାରେ ୧୧ଜଣ ଦୋଷୀଙ୍କୁ ଗୁଜରାଟ ସରକାର ମୁକ୍ତ କରିବା ଲଜ୍ଜାଜନକ ବୋଲି କହିଛନ୍ତି ନ୍ୟାସନାଲିଷ୍ଟ କଂଗ୍ରେସ ପାର୍ଟି (ଏନ୍‌ସିପି) ସଭାପତି ଶରଦ ପୱାର। ଏହି ମାମଲାରେ ୧୧ଜଣ ଦୋଷୀଙ୍କୁ ହାଇକୋର୍ଟ ଓ ସୁପ୍ରିମକୋର୍ଟ ଆଜୀବନ ଜେଲ୍‌ରେ ରଖିବାକୁ ନିର୍ଦେଶ ଦେଇଥିବା ବେଳେ ଗୁଜରାଟ ସରକାର ସେମାନଙ୍କୁ ମୁକ୍ତ କରିବା ତାଙ୍କୁ ଚକିତ କରିଛି ବୋଲି ପୱାର କହିଛନ୍ତି।
ଅଗଷ୍ଟ ୧୫ରେ ପ୍ରଧାନମନ୍ତ୍ରୀ ମୋଦୀ ନାରୀଙ୍କୁ ସମ୍ମାନ ଓ ସମର୍ଥନ ଦେବାକୁ ଉଦ୍‌ବୋଧନ ଦେଇଥିବା ବେଳେ ଅନ୍ୟପକ୍ଷରେ ତାଙ୍କ ନିଜ ରାଜ୍ୟରେ ଗଣ ବଳତ୍କାରୀଙ୍କୁ ମୁକ୍ତ କରାଯିବା ଦୁର୍ଭାଗ୍ୟଜନକ ବୋଲି ପୱାର କହିଛନ୍ତି। ସେହିପରି ଅଣବିଜେପି ଶାସିତ ରାଜ୍ୟରେ ସରକାର ଭାଙ୍ଗିବା ପାଇଁ କେନ୍ଦ୍ରୀୟ ସଂସ୍ଥାମାନଙ୍କ ଦୁରୁପଯୋଗ କରାଯାଉଥିବା ପୱାର ଅଭିଯୋଗ କରିଛନ୍ତି। ଆଗାମୀ ଦିନରେ ଅଣବିଜେପି ଦଳମାନଙ୍କୁ ଏକତ୍ର କରିବାକୁ ସେ ପ୍ରୟାସ କରିବେ ବୋଲି ପୱାର ସୂଚନା ଦେଇଛନ୍ତି।

kalyan agarbati

Comments are closed.