www.samajalive.in
Sunday, December 14, 2025
26.1 C
Bhubaneswar

ବ୍ୟାଗ୍‌ରୁ ମିଳିଲା ଶିଶୁକନ୍ୟାର ମୃତଦେହ

ଖଣ୍ଡଗିରି : ରାଜଧାନୀରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ୮ ମାସର ଶିଶୁକନ୍ୟା ମୃତଦେହକୁ ଏକ ବ୍ୟାଗ୍‌ରେ ପୂରାଇ ଆଇଗିଣିଆ ଆସୁଥିବାବେଳେ ସ୍ଥାନୀୟ ଲୋକଙ୍କଠାରୁ ନିସ୍ତୁକ ମାଡ଼ ଖାଇଛନ୍ତି ବାପା ମା’। ଖବରପାଇ ଖଣ୍ଡଗିରି ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶିଶୁ କନ୍ୟାର ମୃତଦେହକୁ ଜବତ କରିବା ସହ ଉଭୟଙ୍କୁ ଉଦ୍ଧାର କରି ଥାନାକୁ ଆଣି ପଚରାଉଚରା କରିଛି। ପରେ ଉକ୍ତ ମୃତଦେହକୁ ସତ୍ୟନଗର ମଶାଣିରେ ସତ୍କାର କରାଯାଇଛି।
ସୂଚନା ଅନୁସାରେ, ଖଣ୍ଡଗିରି ଥାନା ଅନ୍ତର୍ଗତ ଆଇଗିଣିଆ ଛକ ନିକଟରେ ଥିବା ଏକ ବସ୍ତିରେ ନୀଳମଣି ଓ ତାଙ୍କ ପରିବାର ରହୁଛନ୍ତି । ଆଠ ମାସ ତଳେ ନୀଳମଣିଙ୍କର ଏକ ଶିଶୁକନ୍ୟା ଜନ୍ମ ହୋଇଥିଲା। ଅନେକ ସମୟରେ ଶିଶୁଟିର ଦେହ ଖରାପ ରହୁଥିଲା। ଗତ କିଛି ମାସ ହେବ ନୀଳମଣି ଏମ୍ସ ଓ ରାଜଧାନୀ ଚିକିତ୍ସାଳୟରେ ଝିଅର ଚିକିତ୍ସା କରୁଥିଲେ। ସୋମବାର ଶିଶୁକନ୍ୟା ଅସୁସ୍ଥ ହୋଇପଡ଼ିଥିଲା। ନୀଳମଣି ଓ ତାଙ୍କ ସ୍ତ୍ରୀ ଝିଅକୁ ରାଜଧାନୀ ଚିକିତ୍ସାଳୟ ନେଇଥିଲେ। ଡାକ୍ତରଖାନାରେ ପହଞ୍ଚିବା ବେଳକୁ ଶିଶୁର ମୃତ୍ୟୁ ହୋଇ ସାରିଥିଲା। ସ୍ବାମୀ, ସ୍ତ୍ରୀ ମୃତ ଶିଶୁକନ୍ୟାକୁ ଏକ ବ୍ୟାଗ୍‌ରେ ପୂରାଇ ମୋଟରସାଇକଲରେ ଆଇଗିଣିଆ ଫେରୁଥିଲେ। ଖଣ୍ଡଗିରି ଛକ ନିକଟରେ ବ୍ୟାଗ୍‌ରୁ ମୃତଦେହ ଗଳି ପଡ଼ିଥିଲା।
ଶିଶୁଟି ଗଳି ପଡ଼ିବା ଦେଖି ସ୍ଥାନୀୟ ଲୋକ ନୀଳମଣିକୁ ଘେରିଯାଇଥିଲେ। ଶିଶୁ କନ୍ୟାର ତଣ୍ଟିଚିପି ମାରିଦେଇଥିବା ସନ୍ଦେହ କରି ତାଙ୍କୁ ନିସ୍ତୁକ ପିଟିଥିଲେ। ସ୍ତ୍ରୀ ଯେତେ ନେହୁରା ହେଲେ ମଧ୍ୟ କେହି ତାଙ୍କ କଥା ଶୁଣିନଥିଲେ। ନୀଳମଣି ଶିଶୁର ଦେହ ଖରାପ ବାବଦରେ ସବୁ କଥା କହିବା ସହ ସମସ୍ତ ମେଡିକାଲ ରିପୋର୍ଟ ଦେଖାଇବା ପରେ ପୁଲିସ ଘଟଣାର ତଦନ୍ତ କରି ନୀଳମଣି ଓ ତାଙ୍କ ସ୍ତ୍ରୀକୁ ଛାଡ଼ିଥିଲା।

Hot this week

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

ନିତିନ ନବୀନ ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି ଭାବରେ ନିତିନ ନବୀନ ମନୋନୀତ...

କିସ୍‌ ଗସ୍ତ କରିବେ ଓଏସସିପିସିଆର

ସମାଜଲାଇଭ ଡେସ୍କ: କିସ୍‌ ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ ପାଇଁ କିସ୍...

Related Articles

Popular Categories