ରେଢ଼ାଖୋଲ: ଗତ କିଛିଦିନ ହେବ ରେଢ଼ାଖୋଲ ଅଂଚଳରେ ଶିକାରୀ ମାନେ ସକ୍ରୀୟ ହୋଇପଡ଼ିଛନ୍ତି। ଶିକାରୀ ମାନେ ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବନଖଣ୍ଡରେ ବିଭିନ୍ନ ସଂରକ୍ଷିତ ଜଂଗଲରେ ବେଆଇନ ଭାବେ ଅବାଧରେ ବନ୍ୟ ଜନ୍ତୁ ଶିକାର କରୁଥୀବା ଅଭିଯୋଗ ହୋଇ ଆସୁଛି। ରେଢ଼ାଖୋଲ ବନବିଭାଗ ପକ୍ଷରୁ ରେଢ଼ାଖୋଲ-ବନ୍ତଲୋଇ ରାସ୍ତାରେ ଚଢଉ କରି ୬ କେଜି ବାରାହା ମାଂସ ସହିତ ଏକ ବାଇକ ଜବତ କରିଥିବା ବେଳେ ଏ ଘଟଣାରେ ସଂପୃ୍କ୍ତ ଦୁଇ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ମାନେ ହେଲେ ରେଢ଼ାଖୋଲ ଥାନା ବଡମାଳ ଗ୍ରାମର ଅଜିତ ସାହୁ (୩୫) ଓ ରାଜା ବେହେରା (୨୫)। ସୁଚନା ମତେ ଗିରଫ ଅଭିଯୁକ୍ତ ଦ୍ୱୟ ଏକ ବାଇକରେ ବାରହା ମାଂସ ଧରି ବଡମାଳ ପଟରୁ ରେଢ଼ାଖୋଲ ଆଡକୁ ଆସୁଥିବା ସଂକ୍ରାନ୍ତରେ ରେଂଜ ଅଧିକାରୀ ମୈତ୍ରୀମନ୍ଜିତ ବିଶ୍ୱାଳ ଖବର ପାଇ ସଦଳବଳେ ଚଢଉ କରି ରେଢ଼ାଖୋଲ-ବନ୍ତଲୋଇ ରାସ୍ତାର ବୁର୍ଡା ଗାଁ ନିକଟରେ ମାଂସ ଓ ବାଇକ୍ ଜବତ କରିବା ସହିତ ଉଭୟଙ୍କୁ ଗିରଫ କରିଥିଲେ।
Popular Categories



