www.samajalive.in
Sunday, December 14, 2025
23.1 C
Bhubaneswar

୩ ପଞ୍ଚାୟତରେ ରିଲିଫ ବଣ୍ଟନ

ଗୁରୁଡ଼ିଝାଟିଆ: ବନ୍ୟାଘେରରେ ଥିବା ଧୁରୁଷିଆ,ଅନନ୍ତପୁର ଓ କଖଡି ପଞ୍ଚାୟତରେ ରିଲିଫ ବଣ୍ଟନ କରାଯାଇଛି। ଲାଇଫହୁଡ ଅଲଟରନେଟିଭ ଓ ଶ୍ରୀ ଶ୍ରୀ ଧବଳେଶ୍ୱର କୃଷକ ଉତ୍ପାଦକ ସଂଘର ମିଳିତ ଆନୁକୂଲ୍ୟରେ କଖଡି ପଞ୍ଚାୟତର ଗୋପିନାଥପଡ଼ା, ଧୁରୁଷିଆ ପଞ୍ଚାୟର ଗୋପାଳପ୍ରସାଦ, ଜେନାପୁର, କେଉଟପଡ଼ା ଓ ଅନନ୍ତପୁର ପଞ୍ଚୟର ଅନନ୍ତପୁର ଆଦିବାସୀ ସାହିରେ ରିଲିଫ ବଣ୍ଟନ କରାଯାଇଛି। ସିଇଓ ଅଜିତ୍‍ ଦାସ, ସଂଯୋଜକ ପ୍ରମୋଦ କୁମାର ସାହୁ, ଧୁରୁଷିଆ ସରପଞ୍ଚଙ୍କ ପ୍ରତିନିଧି ମଙ୍ଗୁଳି ଚରଣ ପାଣି, ପୂର୍ବତନ ସରପଞ୍ଚ ଶ୍ରୀକର ଜେନା, ରମାରାଣୀ ଶତପଥି ଓ ପ୍ରଣବାନନ୍ଦ ସେନାପତି,ରଞ୍ଜନ କୁମାର ସେନାପତି, ପ୍ରଭାକର ବେଉରା, ସମିର ରାଉତ, ରମେଶ ଚନ୍ଦ୍ର ନାୟକ ଓ ଧରଣୀଧର ସେନାପତି ପ୍ରମୁଖ ଉକ୍ତ କାର୍ଯ୍ୟକ୍ରମରେ ସକ୍ରିୟ ଅଂଶଗ୍ରହଣ କରି ରିଲିଫ ବଣ୍ଟନ କରିଥିଲେ।

Hot this week

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

୧୫୫ଟି ବାର୍ ରେ ଅବକାରୀ ବିଭାଗର ଚଢାଉ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ...

ପୁଅର ପରୀକ୍ଷା ପାଇଁ ୮୦୦ କିମି କାର୍‌ ଡ୍ରାଇଭ୍‌ କଲେ ବାପା

ଚଣ୍ଡିଗଡ଼ : ଇଣ୍ଡିଗୋ ସଙ୍କଟ ସମୟରେ ଦେଶର ବିଭିନ୍ନ ବିମାନ ବନ୍ଦରରେ...

ଯାତ୍ରୀଙ୍କୁ ୫୦୦ କୋଟିରୁ ଅଧିକ କ୍ଷତିପୂରଣ ଦେବ ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନସେବାରୁ ବଞ୍ଚିତ ହୋଇଥିବା ତଥା ଅଧିକ ମାତ୍ରାରେ ପ୍ରଭାବିତ...

ପରୀକ୍ଷା ବେଳେ ବିଶ୍ୱବିଦ୍ୟାଳୟରେ ଗୁଳିକାଣ୍ଡ: ୨ମୃତ

ସମାଜ ଡିଜିଟାଲ ଡେସ୍କ: ଆମେରିକାର ବ୍ରାଉନ୍ ବିଶ୍ୱବିଦ୍ୟାଳୟରେ ଜଣେ ଯୁବକ ପ୍ରବେଶ...

Related Articles

Popular Categories