www.samajalive.in
Sunday, December 14, 2025
19.1 C
Bhubaneswar

୬ କେଜି ବାରହା ମାଂସ ସହ ବାଇକ ଜବତ, ଦୁଇ ଶିକାରୀ ଗିରଫ

ରେଢ଼ାଖୋଲ: ଗତ କିଛିଦିନ ହେବ ରେଢ଼ାଖୋଲ ଅଂଚଳରେ ଶିକାରୀ ମାନେ ସକ୍ରୀୟ ହୋଇପଡ଼ିଛନ୍ତି। ଶିକାରୀ ମାନେ ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବନଖଣ୍ଡରେ ବିଭିନ୍ନ ସଂରକ୍ଷିତ ଜଂଗଲରେ ବେଆଇନ ଭାବେ ଅବାଧରେ ବନ୍ୟ ଜନ୍ତୁ ଶିକାର କରୁଥୀବା ଅଭିଯୋଗ ହୋଇ ଆସୁଛି। ରେଢ଼ାଖୋଲ ବନବିଭାଗ ପକ୍ଷରୁ ରେଢ଼ାଖୋଲ-ବନ୍ତଲୋଇ ରାସ୍ତାରେ ଚଢଉ କରି ୬ କେଜି ବାରାହା ମାଂସ ସହିତ ଏକ ବାଇକ ଜବତ କରିଥିବା ବେଳେ ଏ ଘଟଣାରେ ସଂପୃ୍‍କ୍ତ ଦୁଇ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ମାନେ ହେଲେ ରେଢ଼ାଖୋଲ ଥାନା ବଡମାଳ ଗ୍ରାମର ଅଜିତ ସାହୁ (୩୫) ଓ ରାଜା ବେହେରା (୨୫)। ସୁଚନା ମତେ ଗିରଫ ଅଭିଯୁକ୍ତ ଦ୍ୱୟ ଏକ ବାଇକରେ ବାରହା ମାଂସ ଧରି ବଡମାଳ ପଟରୁ ରେଢ଼ାଖୋଲ ଆଡକୁ ଆସୁଥିବା ସଂକ୍ରାନ୍ତରେ ରେଂଜ ଅଧିକାରୀ ମୈତ୍ରୀମନ୍‍ଜିତ ବିଶ୍ୱାଳ ଖବର ପାଇ ସଦଳବଳେ ଚଢଉ କରି ରେଢ଼ାଖୋଲ-ବନ୍ତଲୋଇ ରାସ୍ତାର ବୁର୍ଡା ଗାଁ ନିକଟରେ ମାଂସ ଓ ବାଇକ୍‍ ଜବତ କରିବା ସହିତ ଉଭୟଙ୍କୁ ଗିରଫ କରିଥିଲେ।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories