ବୌଦ୍ଧ: ବୌଦ୍ଧ ଅବକାରୀ ବିଭାଗ ପକ୍ଷରୁ ଗୋଟିଏ ଗାଡ଼ି ସହ ୧୦୭ କିଲୋ ଗଂଜେଇ ଜବତ କରାଯାଇଛି। ସୂଚନା ମୁତାବକ ବୌଦ୍ଧଥାନା ବଘିଆପଡା ଫାଣ୍ଡି ଅନ୍ତର୍ଗତ ବ୍ରାହ୍ମଣିପାଲି ନିକଟସ୍ଥ ଗ୍ରାମ୍ୟ ଜଙ୍ଗଲ ମଧ୍ୟରେ ବାହାରକୁ ଗଞ୍ଜେଇ ଚାଲାଣ ପାଇଁ ଗାଡିରେ ଭର୍ତ୍ତି କରାଯାଉଥିଲା। ବିଶ୍ୱସ୍ତ ସୁତ୍ରରୁ ସୂଚନା ପାଇ ଜିଲା ଅବକାରୀ ବିଭାଗର ଏକ ଟିମ ଇନିସପେକ।ର ସାଗରିକା ପ୍ରଧାନଙ୍କ ନେତୃତ୍ୱରେ ଚଢାଉ କରିଥିଲେ। ଅବକାରୀ କର୍ମଚାରୀଙ୍କୁ ଦେଖି ଗଞ୍ଜେଇ ଚୋରାଚାଲାଣକାରୀମାନେ ଜଙ୍ଗଲ ମଧ୍ୟକୁ ଦୌଡି ପଳାଇଥିଲେ। ସେହିସ୍ଥାନରୁ ଏକ ଗାଡ଼ି ସହିତ ୧୦୭ କିଲୋ ଗଞ୍ଜେଇ ମଧ୍ୟ ଜବତ କରାଯାଇଛି। ଆଜିର ଚଢାଉରେ ଅବକାରୀ ବିଭାଗର ମୋବାଇଲ ସ୍କ୍ୱାଡ ଇନିସପେକ୍ଟର ସ୍ପନ୍ଦନ ମହାନ୍ତି,ଏଏସଆଇ ରୁପେଶ ମୁଖୀ, ଅଞ୍ଜନ କୁମାର ଜେନା,କନେଷ୍ଠବଳ ଲୋକନାଥ ଭୋଇ, ସତ୍ୟ ମୁଖୀ, କୈଳାଶ ଚନ୍ଦ୍ର ସାହୁ,ଅଞ୍ଜଳୀ ଅମାତ ପ୍ରମୁଖ ସାମିଲ ଥିଲେ।
Popular Categories



