ଗୁଣୁପୁର: ଗୁଣୁପୁର ଭଳି ଜାଗାରେ ଚାଲିଛି ସେକ୍ସ ସ୍କଣ୍ଡଲ। ସ୍ଥାନୀୟ ଭାନୁ ଲଜରେ ଏଭଳି ଅନୈତିକ କାର୍ଯ୍ୟ ଚାଲୁଥିବା ଖବର ପାଇ ଗୁଣୁପୁର ପୋଲିସ ଚଢ଼ାଉ କରି ୫ ଜଣ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ତେବେ ଗିରଫ ଯୁବକଙ୍କ ପରିଚୟ ମିଳିପାରିନାହିଁ। ଗୁଣୁପୁରରେ ଏଭଳି ବେଆଇନ ଓ ଅନୈତିକ କାର୍ଯ୍ୟ ଲୁଚାଛପାରେ ଚାଲୁଥିଲେ ମଧ୍ୟ ପୋଲିସର ନିଷ୍କ୍ରିୟତା ଯୋଗୁଁ ପଦାକୁ ଆସିପାରୁ ନ ଥିବା ଚର୍ଚ୍ଚା ହେଉଛି। ଯଦି ପୋଲିସ ପେଟ୍ରୋଲିଂ କଡାକଡି ହୁଅନ୍ତା ତେବେ ଏଭଳି କାରନାମାକୁ ରୋକାଯାଇ ପାରନ୍ତା ବୋଲି ଚର୍ଚ୍ଚା ହେଉଛି।
Popular Categories



