www.samajalive.in
Sunday, December 14, 2025
19.1 C
Bhubaneswar

ସମ୍ବଲପୁରର ବରେଇପାଲିରେ ଖୋଲିବ ନୁଆ ଥାନା

ସମ୍ବଲପୁର: ବର୍ଦ୍ଧିତ ଜନସଂଖ୍ୟା ଓ ପ୍ରଶାସନିକ ଆବଶ୍ୟକତାକୁ ଧ୍ୟାନରେ ରଖି ବିଗତ ବର୍ଷ ଠାରୁ ରାଜ୍ୟରେ ଅଧିକ ଥାନା ଖୋଲିବା ପାଇଁ ରାଜ୍ୟ ସରକାର ବିଚାର ବିମର୍ଶ କରୁଥିଲେ। ଏଥି ପାଇଁ ଚଳିତ ବର୍ଷର ପ୍ରାରମ୍ଭରେ ରାଜ୍ୟର ସମସ୍ତ ଜିଲା ଗୁଡିକରୁ ଏ ସର୍ମ୍ପକରେ ବିସ୍ତୃତ ପ୍ରସ୍ତାବ ମାନ ଆହ୍ୱାନ କରାଯାଇଥିଲା। ବ୍ୟାପକ ବିଚାର ବିମର୍ଶ ପରେ ରାଜ୍ୟରେ ସମୁଦାୟ ୩୬ ନୂତନ ଥାନା ଖୋଲିବାର ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି। ସରକାର ସମସ୍ତ ନୁଆ ଥାନା ଗୁଡିକ ବର୍ତ୍ତମାନ ଥିବା ଥାନା ଗୁଡିକ ବିଭକ୍ତିକରଣ ତଥା ଫାଣ୍ଡି ଗୁଡିକର ଉନ୍ନୟନ କରାଯାଇ ସୃଷ୍ଟି କରାଯାଇଛି। ଏହି ନୂତନ ଥାନାରେ ଥାନାଧିକାରୀଙ୍କ ଠାରୁ ଆରମ୍ଭ କରି କନେଷ୍ଟବଳ ଙ୍କ ନିମନ୍ତେ ବିଭିନ୍ନ ପାହ୍ୟାରେ ସାରା ରାଜ୍ୟରେ ୫୬୩ଟି ନୂତନ ପଦବୀ ସୃଷ୍ଟି କରାଯାଇଛି।

ଏହି କ୍ରମରେ ସମ୍ବଲପୁରର ବରେଇପାଲି ଠାରେ ଏକ ନୂତନ ଥାନା ଖୋଲିବାକୁ ସରକାର ଅନୁମତି ପ୍ରଦାନ କରିଛନ୍ତି। ମୁଖ୍ୟତଃ ଅଇଁଠାପାଲି ଥାନାକୁ ୨ ଭାଗରେ ବିଭକ୍ତ କରି ବରେଇପାଲି ଥାନାକୁ ସୃଷ୍ଟି କରାଯିବ। ପ୍ରାପ୍ତସୂଚନାନୁଯାୟୀ, ସମ୍ବଲପୁର ପୁଲିସ ପକ୍ଷରୁ ଅଇଁଠାପାଲି ଓ ବୁର୍ଲା ଥାନାକୁ ବିଭକ୍ତ କରି ନୂତନ ଥାନା ସୃଷ୍ଟି କରାଯିବାର ବିଚାର ବିମର୍ଶ ଚାଲିଥିବା ବେଳେ ବିଭିନ୍ନ ସ୍ଥିତିକୁ ଯାଞ୍ଚ କରି ପ୍ରଥମେ ଅଇଁଠାପାଲି ଥାନାକୁ ବିଭକ୍ତ କରି ବରେଇପାଲି ଥାନା ସୃଷ୍ଟି କରିବା ପାଇଁ ପ୍ରସ୍ତାବ ରାଜ୍ୟ ସରକାରଙ୍କ ନିକଟକୁ ଜିଲା ପୁଲିସ ପକ୍ଷରୁ ପ୍ରେରଣ କରାଯାଇଥିଲା। ଜିଲା ପୁଲିସ ପକ୍ଷରୁ ପ୍ରେରିତ ପ୍ରସ୍ତାବକୁ ରାଜ୍ୟ ସରକାର ଗ୍ରହଣ କରି ବରେଇପାଲି ଥାନା ସୃଷ୍ଟି କରିବା ପାଇଁ ପ୍ରସ୍ତାବକୁ ଅନୁମୋଦନ କରିଥିବାରୁ ଜିଲା ପୁଲିସ ମହଲରେ ଆନନ୍ଦର ମାହୋଲ ରହିଛି।

- Advertisement -

ଅପରପକ୍ଷରେ ବରେଇପାଲି ଥାନା ମଧ୍ୟରେ ବରେଇପାଲି, ପାଞ୍ଚଗଛିଆ, ଶିଳ୍ପାଞ୍ଚଳ, କେନ୍ଦ୍ରୀୟ ବିଦ୍ୟାଳୟ – ୧, ବେହେରାମୁଣ୍ଡା, ରେମେଡ, ଗ୍ରେଟର ସମ୍ବଲପୁର, ଗୋପାଲପାଲି, ଡେଙ୍ଗସର୍ଗି ଆଦି ଅଞ୍ଚଳ ସାମିଲ ହେବାର ଯୋଜନା ରହିଛି। ସରକାରୀ ଯୋଜାନୁଯାୟୀ ଅଇଁଠାପାଲି ଥାନାର ସିଂହଭାଗ ଅଞ୍ଚଳ ନୂତନ ସୃଷ୍ଟି ହେଉଥିବା ବରେଇପାଲି ଥାନାକୁ ଚାଲିଯିବ ଏବଂ ଅଇଁଠାପାଲି ଥାନାର ଭାର ବେଶ କମିଯିବ ବୋଲି ବିଶ୍ୱସ୍ତସୂତ୍ରରୁ ପ୍ରକାଶ। ନୂତନ ଥାନା ସୃଷ୍ଟି ଦ୍ୱାରା ଜନତାଙ୍କୁ ଉତ୍ତମ ପୁଲିସ ସେବା ଯୋଗାଇ ଦେବାରେ ବେଶ ସହାୟ ହେବ ବୋଲି ଆଶା କରାଯାଉଛି।

Hot this week

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

Related Articles

Popular Categories