www.samajalive.in
Monday, December 15, 2025
17.1 C
Bhubaneswar

ନୁଆଁଖାଇରେ ୨ ଦିନ ଛୁଟି ଘୋଷଣା ପାଇଁ ଚିଠି ଲେଖିଲେ ବିରୋଧି ଦଳନେତା ଜୟନାରାୟଣ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ମହାନ ଗଣପର୍ବ ନୁଆଁଖାଇ ଅବସରରେ ୨ ଦିନ ସରକାରୀ ଛୁଟି ଘୋଷଣା କରାଯିବାକୁ ବିଧାନସଭାରେ ବିରୋଧି ଦଳ ନେତା ଜୟନାରାୟଣ ମିଶ୍ର ଦାବି କରିଛନ୍ତି। ଏହି ମର୍ମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବିରୋଧି ଦଳ ନେତା ଶ୍ରୀ ମିଶ୍ର ଶୁକ୍ରବାର ଚିଠି ଲେଖି ଜଣାଇଛନ୍ତି ଯେ ସାରା ପଶ୍ଚିମ ଓଡ଼ିଶାରେ ନୁଆଁଖାଇ ବ୍ୟାପକ ଉତ୍ସାହର ସହିତ ପାଳନ କରାଯାଇଥାଏ। ବର୍ଷା ଋତୁରେ ପ୍ରଥମ ଉତ୍ପାଦିତ ଶସ୍ୟକୁ ଅଞ୍ଚଳବାସୀ ମାଁ ସମଲେଶ୍ୱରୀ, ମାଁ ମାଣିକେଶ୍ୱରୀ ଓ ଅନ୍ୟାନ୍ୟ ସ୍ଥାନୀୟ ମନ୍ଦିର ଗୁଡିକରେ ପାରମ୍ପରିକ ରିତିନିତି ଅନୁଯାୟୀ ଅର୍ପଣ କରିଥାନ୍ତି। ଏହା ପରେ ଲୋକେ ପରିବାରବର୍ଗ, ସର୍ମ୍ପକୀୟ ଓ ସାଥି ମାନଙ୍କୁ ନେଇ ଦେବାଦେବୀଙ୍କୁ ଅର୍ପିତ ଶସ୍ୟରୁ ନିର୍ମିତ ବ୍ୟଞ୍ଜନକୁ ଗ୍ରହଣ କରି ନୁଆଁଖାଇ ପାଳନ କରିଥାନ୍ତି। ଏଥି ପାଇଁ ସାରା ଦେଶର କୋଣ ଅଣୁକୋଣରେ ରହିଥିବା

ପଶ୍ଚିମ ଓଡ଼ିଶାବାସୀ ନୁଆଁଖାଇ ପାଳନ ନିମନ୍ତେ ନିଜର ଭିଟାମାଟିକୁ ଧାଇଁ ଆସି ପରିବାର ସହିତ ଗୋଟିଏ ଛାତ ତଳେ ରହି ଏହାକୁ ପାଳନ କରି ବଡ ମାନଙ୍କର ଆର୍ଶିବାଦ ଭିକ୍ଷା କରିଥାନ୍ତି। ଏବେ ଏହି ଗଣପର୍ବ ସାରା ବିଶ୍ୱରେ ରହୁଥିବା ପଶ୍ଚିମ ଓଡ଼ିଶାବାସୀ ମିଳିତ ରୂପେ ସେମାନେ ରହୁଥିବା ଦେଶ ଗୁଡିକରେ ପାଳନ କରି ଆସୁଥିବା ବେଳେ ରାଜଧାନୀ ନୁଆଦିଲ୍ଲୀ ସମେତ ଦେଶର ବିଭିନ୍ନ ପ୍ରମୁଖ ସହର ଗୁଡିକରେ ମଧ୍ୟ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଜରିଆରେ ପାଳନ କରାଯାଉଛି। ପାର୍ଲ୍ୟାମେଣ୍ଟର ଉଭୟ ସଦନର ସାଂସଦ ମାନେ ମଧ୍ୟ ଏହି ପବିତ୍ର ଗଣପର୍ବକୁ ପାଳନ କରି ଆସୁଛନ୍ତି। ପ୍ରତି ବର୍ଷ ଏହି ଗଣପର୍ବ ସମୟରେ ସପ୍ତାହବ୍ୟାପି ଉତ୍ସବ ପାଳନ କରାଯାଉଥିବା ବେଳେ ଓଡ଼ିଶା ସରକାର କେବଳ ଗୋଟିଏ ଦିନ ପାଇଁ ସରକାରୀ ଛୁଟିର ଘୋଷଣା କରିଛନ୍ତି, ଯାହାକି ପଶ୍ଚିମ ଓଡ଼ିଶାବାସୀଙ୍କ ପାଇଁ ଅନ୍ୟାୟ ଅଟେ। ସରକାର ଗୋଟିଏ ଦିନ ଛୁଟି ଦେଉଥିବାରୁ ସରକାରୀ କର୍ମଚାରୀ ଙ୍କ ସମେତ ସାଧାରଣ ଜନତା ଏହି ଉତ୍ସବକୁ ପାଳନ କରିବାରେ ବେଶ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଣୁ ଏହି ମହାନ ଗଣପର୍ବକୁ ପାଳନ ନିମନ୍ତେ ଅନୂନ୍ୟ ୨ ଦିନ ଛୁଟି ଘୋଷଣା କରିବା ନିମନ୍ତେ ବିରୋଧି ଦଳ ନେତା ଶ୍ରୀ ମିଶ୍ର ମୁଖ୍ୟମନ୍ତ୍ରୀଙ୍କୁ ଦେଇଥିବା ପତ୍ରରେ ଉଲ୍ଲେଖ୍ୟ କରିଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories