www.samajalive.in
Sunday, December 14, 2025
17.1 C
Bhubaneswar

ନିର୍ମାଣ ପାଇଁ ରାସ୍ତା ଅବରୋଧ, ଯାତାୟତରେ ବାଧକ

ଆଠଗଡ :  ଆଠଗଡ ସହରର ୫ନଂ ୱାର୍ଡ ଅନ୍ତର୍ଗତ ରାସରସିକପୁରଠାରେ ଗୃହନିର୍ମାଣ ପାଇଁ ନିର୍ମାଣ ସାମଗ୍ରୀ ଗଦାକରି ରାସ୍ତା ଅବରୋଧ କରାଯାଇଥିବାରୁ ଯାତାୟତରେ ବହୁ ସମସ୍ୟା ସୃଷ୍ଟି ହେବା ସହ ପ୍ରତିଦିନ ଛୋଟବଡ ଦୁର୍ଘଟଣା ଘଟୁଥିବା ଦେଖାଯାଉଥିବାବେଳେ ଆଠଗଡ ଏନଏସି ପ୍ରଶାସନ ନୀରବଦ୍ରଷ୍ଟା ସାଜିଛି। ରାସରସିକପୁରର ଷ୍ଟାଡିୟମ ଛକ ନିକଟରେ ଗୋଟିଏ ପରିବାରର ୩ଜଣଙ୍କର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗୃହନିର୍ମାଣ ପାଇଁ ଖୋଳାଖୋଳି କରି ରାସ୍ତା ଉପରେ ମାଟି ଗଦା କରିବା, ଭଙ୍ଗାଘରର ପଥର, ଗୋଡି ଓ ବାଲି ଦୀର୍ଘ ପ୍ରାୟ ୨୫ଦିନ ହେବ ଗଦାହୋଇ ରହିଥିବାରୁ ଅଧାରୁ ଅଧିକ ରାସ୍ତା ଅବରୋଧ ହୋଇ ରହିଛି । ଲଗାଣ ବର୍ଷା ସମୟରେ ମାଟି ଗଦାରୁ ମାଟି ଧସି ରାସ୍ତା ଉପରେ ବିଛାଡି ହୋଇ ପଡିଥିବାରୁ ସେହି ରାସ୍ତା ଦେଇ ଯାଉଥିବା ବାଇକ ଆରୋହୀ ଏବଂ ସାଇକେଲରେ ସ୍କୁଲ ଓ କଲେଜକୁ ଯାଉଥିବା ବିଦ୍ୟାର୍ଥୀ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି । ଏ ସଂପର୍କରେ ଏନଏସିର କନିଷ୍ଠ ଯନ୍ତ୍ରୀ ଓ ଅନ୍ୟ ଅଧିକାରୀଙ୍କୁ ବାରମ୍ବାର ଜଣାଇବା ପରେ ମଧ୍ୟ କୌଣସି ପ୍ରତିକାର ହେଉନାହିଁ । ଉକ୍ତ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ନିର୍ମାଣ କାର୍ଯ୍ୟ ଜଣେ ଶାସକ ଦଳୀୟ ସମର୍ଥିତ  ଠିକାଦାର କରୁଥିବାରୁ ସେ କାହାରିକୁ ଖାତିର କରୁନାହାଁନ୍ତି । ୧୮ଫୁଟ ଚଉଡା ବିଶିଷ୍ଟ ଉକ୍ତ କଂକ୍ରିଟ ରାସ୍ତା ଉପରେ ଏତେ ମାତ୍ରାରେ ମାଟି, ପଥର, ମେଟାଲ ଓ ବାଲି ଗଦା ହୋଇଛି ଯେ ଯିବାଆସିବା କରିବା ପାଇଁ ମାତ୍ର ୭-୮ଫୁଟ ସ୍ଥାନ ଉପଲବ୍ଧ ରହିଛି । ଫଳରେ ବଡଗାଡି ବା କାର ଯିବାଆସିବା ମଧ୍ୟ କଷ୍ଟକର ହୋଇପଡୁଛି । ଏନଏସି କର୍ତ୍ତୃପକ୍ଷ ଏହା ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ରାସରସିକପୁର ସାହିବାସୀ ଦାବି କରିଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories