ଚିରା ୨୦୦ଟଙ୍କା ନୋଟ୍‌ ନେବାକୁ ମନା କରିବାରୁ ଡେଲିଭରୀ ବୟଙ୍କୁ ଗୁଳିମାଡ

ଶାହାଜାହନପୁର – ଉତ୍ତରପ୍ରଦେଶର ଶାହାଜାହାନପୁରରେ ଏକ ଅଭାବନୀୟ ଘଟଣା ଘଟିଛି । ଜଣେ ଡେଲିଭରୀ ବୟଙ୍କୁ ଗୁଳି ମାଡ କରିଛନ୍ତି ଦୁର୍ବୃତ୍ତ । ନିଜର ଗୁଜୁରାଣ ମେଣ୍ଟାଇବା ପାଇଁ ୨୧ ବର୍ଷିୟ ଯୁବକ ପିଜା ଡେଲିଭରୀ ବୟ ଭାବେ କାର୍ଯ୍ୟ କରୁଥିଲେ ।

prayash

ସେ ଏକ ପିଜା ଅର୍ଡର ଡେଲିଭରୀ କରିବା ପାଇଁ ଯାଇଥିଲେ । ସେ ଟଙ୍କା ନେଇ ଆସୁଥିବା ବେଳେ ଗୋଟିଏ ୨ଶହ ଟଙ୍କିଆ ନୋଟ୍‌ ଚିରା ଥିବା କଥା ଜାଣିବା ପାଇଁ ପାଇଥିଲେ । ସେ ଏହାକୁ ଫେରାଇବା ସମୟରେ ଅନ୍ୟ ଦୁଇ ଜଣଙ୍କ ସହ ତାଙ୍କର ଯୁକ୍ତିତର୍କ ହୋଇଥିଲେ ।

ଏହାକୁ ନେଇ ଦୁର୍ବୃତମାନେ ତାଙ୍କୁ ଏକ ଦେଶୀ ବନ୍ଧୁକରେ ଗୁଳି କରିଥିଲେ । ଏହି ଘଟଣାରେ ପୁଲିସ ସମ୍ପୃକ୍ତ ଦୁର୍ବୃତ୍ତ ଏବଂ ତାଙ୍କ ଭାଇକୁ ଗିରଫ କରିଛି ।

 

Comments are closed.