www.samajalive.in
Monday, December 15, 2025
14.1 C
Bhubaneswar

ତ୍ୱଚା ଚମକାଇବ ଏହି ସରଳ ଉପାୟ

ଅନେକ ସମୟରେ ଭୁଲ ଜୀବନଶୈଳୀ, ଅସ୍ୱାସ୍ଥ୍ୟକର ଖାଦ୍ୟ ,ଧୂଳିମାଟି ଆଦି ତ୍ୱଚା ପାଇଁ ଖୁବ କ୍ଷତିକାରକ। ଏହାସହ ସୂର୍ଯ୍ୟଙ୍କ ଅତିବାଇଗଣୀ ରଶ୍ମୀର ପ୍ରଭାବ ମଧ୍ୟ ତ୍ୱଚା ପାଇଁ କ୍ଷତିକାରକ। ଫଳରେ ତ୍ୱଚା କଳା ପଡିଥାଏ। ଏହାସହ ମୁହଁରେ ଥିବା ଦାଗ ଓ କୁଞ୍ଚନ ସମସ୍ୟା ମଧ୍ୟ ଅନେକ ସମୟରେ ମୁଣ୍ଡ ବିନ୍ଧାର କାରଣ। ତେବେ ଏସବୁ ତ୍ୱଚା ଜନିତ ସମସ୍ୟାକୁ ଦୂର କରିବା ପାଇଁ କିଛି ସହଜ ଓ ଘରୋଇ ଉପାୟ ରହିଛି। ଏହାକୁ ଆପଣାଇବା ଦ୍ୱାରା ଖୁବ ଲାଭ ମିଳିଥାଏ..

ଏକ ପାତ୍ରରେ ୨ ଚାମଚ ମୁଲତାନୀ ମାଟି,ଅଳ୍ପ ମହୁ, ୨ ଚାମଚ ଗୋଲାପ ଜଳ ମିଶାନ୍ତୁ। ଏହାକୁ ମୁହଁରେ ଲଗାଇ ୧୫ ରୁ ୨୦ ମିନିଟ ରଖନ୍ତୁ। ପରେ ମୁହଁକୁ ଧୋଇ ଦିଅନ୍ତୁ। ସପ୍ତାହକୁ ଥରେ ଏହାକୁ ନିଶ୍ଚୟ ବ୍ୟବହାର କରନ୍ତୁ। ଏହା ତ୍ୱଚାର ଅନେକ ସମସ୍ୟା ଦୂର କରିଥାଏ।

- Advertisement -

ଅଳ୍ପ କିଛି ବାଦାମ ରାତିଯାକ ବତୁରାଇ ଦିଅନ୍ତୁ। ସକାଳେ ଏହାକୁ ପେଷି ଦିଅନ୍ତୁ। ଏହାପରେ ଏଥିରେ କିଛି କଞ୍ଚା କ୍ଷୀର ମିଶାନ୍ତୁ। ଏହାକୁ ମୁହଁରେ ଲଗାଇ ୨୦ ମିନିଟ୍‍ ରଖି ଦିଅନ୍ତୁ। ସପ୍ତାହକୁ ଥରେ ଏହାକୁ ବ୍ୟବହାର କଲେ ନିଜେ ଏହାର ଚମତ୍କାରିତା ଅନୁଭବ କରିପାରିବେ।

ଅମୃତଭଣ୍ଡା ତ୍ୱଚା ପାଇଁ ଖୁବ ଉପକାରୀ। ଏହା ତ୍ୱଚାର କଳାପଣ ଦୂର କରିଥାଏ। ମୃତ କୋଷିକାକୁ ଦୂର କରିଥାଏ। କଞ୍ଚା ଅମୃତଭଣ୍ଡାକୁ କୋରି ଦିଅନ୍ତୁ। ଏଥିରେ ୪ ଚାମଚ କଞ୍ଚାକ୍ଷୀର ମିଶାନ୍ତୁ। ଏହାକୁ ଭଲ ଭାବେ ମିଶାଇ ମୁହଁରେ ଲଗାଇ ୨୦ ମିନିଟ ଲଗାଇ ରଖନ୍ତୁ। ପରେ ମୁହଁ ଧୋଇ ଦିଅନ୍ତୁ।

ଏକ ପାତ୍ରରେ ୨ ଚାମଚ କମଳା ଚୋପା ଗୁଣ୍ଡ ନିଅନ୍ତୁ। ଏଥିରେ ମହୁ,କ୍ଷୀର ଆଦିକୁ ମିଶାନ୍ତୁ। ଏହାକୁ ମୁହଁରେ ଲଗାଇ ୨୦ ମିନିଟ ରଖନ୍ତୁ। ସପ୍ତାହକୁ ୨ଥର ଏହାକୁ ଲଗାଇପାରିବେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories