www.samajalive.in
Friday, December 5, 2025
20.1 C
Bhubaneswar

ବ୍ରହ୍ମପୁର ବଡ଼ ମେଡିକାଲରେ ଅଗ୍ନିକାଣ୍ଡ

ବ୍ରହ୍ମପୁର: ବ୍ରହ୍ମପୁର ବଡ଼ ମେଡିକାଲ ସୁପର ସ୍ପେଶାଲିଟି କୋଠାରେ ଶୁକ୍ରବାର ଅଗ୍ନିକାଣ୍ଡ ଘଟିଛି। କୋଠାର ପଞ୍ଚମ ମହଲାରେ ଥିବା ୟୁରୋଲୋଜୀ ଅପରେସନ ଥିଏଟରରେ ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି। ତେବେ ଏଥିରେ କାହାର କିଛି କ୍ଷୟକ୍ଷତି ହୋଇନାହିଁ। ବର୍ତ୍ତମାନ ସୁଦ୍ଧା ନିଆଁକୁ ସମ୍ପୂର୍ଣ୍ଣ ଲିଭା ସରିଛି ଏବଂ ସମସ୍ତ ରୋଗୀଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିବା ଅଗ୍ନିଶମ ଅଧିକାରୀ ସୂଚନା ଦେଇଛନ୍ତି। ତେବେ ଅଗ୍ନିକାଣ୍ଡର କାରଣ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ। ଏମକେସିଜି ଅଧିକ୍ଷକ ପ୍ରଫେସର୍ ସନ୍ତୋଷ ମିଶ୍ର, ଦକ୍ଷିଣାଞ୍ଚଳ ଅଗ୍ନିଶମ ଅଧିକାରୀ ପିକେ ଦାସ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି।

- Advertisement -

ସୂଚନା ଅନୁସାରେ, ୟୁରୋଲୋଜୀ ବିଭାଗ ଓଟି ଭିତରେ ଛାତର ସିଲିଂରୁ ପ୍ରଥମେ ଧୁଆଁ ଓ ନିଆଁ ବାହାରିଥିଲା। ଓଟି ବନ୍ଦ ଥିଲେ ମଧ୍ୟ ବିଭାଗରେ ଏକାଧିକ ନର୍ସ ଉପସ୍ଥିତ ଥିଲେ। ସେତେବେଳେ ନିକଟରେ ଥିବା ପ୍ଲାଷ୍ଟିକ ସର୍ଜରୀ ବିଭାଗ ଓଟିରେ ଜଣେ ରୋଗୀଙ୍କ ଅସ୍ତ୍ରୋପଚାର ଚାଲୁଥିଲା। ଜଣେ ନର୍ସ ଧୁଆଁ ଦେଖିବା ପରେ ସମସ୍ତଙ୍କୁ ଖବର ଦେଇଥିଲେ। ଏମକେସିଜି ଅଗ୍ନିଶମ କେନ୍ଦ୍ର ଅଧିକାରୀ ପ୍ରଦୀପ ପଟ୍ଟନାୟକ ଓ କର୍ମଚାରୀ ପହଞ୍ଚି ଦୀର୍ଘ ଏକ ଘଣ୍ଟା ପାଣି ପକାଇବା ପରେ ନିଆକୁ ଆୟତ୍ତ କରାଯାଇଛି। ନିଆଁ ଲାଗିବା ପରେ ପ୍ଲାଷ୍ଟିକ ସର୍ଜରୀ ବିଭାଗ ରୋଗୀଙ୍କୁ ତୁରନ୍ତ ତଳ ମହଲାକୁ ସ୍ଥାନାନ୍ତର କରାଯାଇଛି। ବିଦ୍ୟୁତ ସର୍ଟ ସର୍କିଟ ଯୋଗୁଁ ଏହି ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି। ଓଟିରେ ନିଆଁ ଲାଗିବା ପରେ ଲକ୍ଷାଧିକ ଟଙ୍କା ସରଞ୍ଜାମ ନଷ୍ଟ ହୋଇଥିବା ଜଣାପଡ଼ିଛି।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories