www.samajalive.in
Sunday, December 7, 2025
18.1 C
Bhubaneswar

ଭିକ୍ଷୁକଙ୍କ ଆକସ୍ମିକ ମୃତ୍ୟୁ

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ମାଝୀଗୁଡା ପଞ୍ଚାୟତ କାର୍ଯ୍ୟାଳୟ ବାରଣ୍ଡାରେ ଗୁରୁବାର ଜଣେ ଭିକ୍ଷୁକଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ଉକ୍ତ ବ୍ଲକରେ ଭିକ୍ଷୁକ ଜଣକ ହାତରେ ତ୍ରିଶୂଳ ଧରି ଗାଁ ଗାଁ ବୁଲି ଭିକ୍ଷା ବୃତ୍ତି କରି ପେଟ ପୋଷିବା ସହ ମିଳିଥିବା କିଛି ଟଙ୍କାରେ ଚକୋଲେଟ, ବିସ୍କୁଟ କିଣି ଛୋଟ ଛୋଟ ପିଲାଙ୍କୁ ଦେଇ ଖୁସି ହେଉଥିଲେ । ଗତ କାଲି ଉକ୍ତ ଭିକ୍ଷୁକଜଣକ ଶୋଇଥିବା ଅବସ୍ଥାରେ ଛଟପଟ ହେଉଥିବା ନିକଟସ୍ଥ ଦୋକାନୀ ଦେଖି ସରପଞ୍ଚ ଶାନ୍ତି କଣ୍ଡାଗରୀଙ୍କୁ ଜଣାଇଥିଲେ । ସେହି ସମୟରେ ଦୋକାନୀ ଭିକ୍ଷୁକଙ୍କ ଛଟପଟ ଦେଖିନପାରି ସ୍ୱାସ୍ଥ୍ୟକେନ୍ଦ୍ର ଓ ପୁଲିସକୁ ଯୋଗାଯୋଗ କରିଥିଲେ । ଏହାପରେ ଭିକ୍ଷୁକଙ୍କୁ କଲ୍ୟାଣସିଂହପୁର ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିବା ବେଳେ ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା । ଖବର ପାଇ ଏସଆଇ ଶିବ ସାହୁ ଘଟଣା ସମ୍ପର୍କରେ ଅନୁଧ୍ୟାନ କରିବା ପରେ ମୃତଦେହ ଜବତ କରି ଅପମୃତ ମାମଲା ରୁଜୁ କରିଥିଲେ । ବ୍ୟବଚ୍ଛେଦ କରାଇ ଜିଲା ଶବ ରଖିବା ଗୃହରେ ରଖିଥିଲେ । ମୃତ ଭିକ୍ଷୁକ ଜଣକ ସୋନପୁର ଜିଲାର ରମେଶ ଦୀପ(୫୬) ବୋଲି ଏସଆଇ ଶିବ ସାହୁ ସୂଚନା ଦେଇଛନ୍ତି। ଆଜି ତାଙ୍କ ସ୍ତ୍ରୀ ଓ ପୁଅ ଆସିବା ପରେ ମୃତଦେହ ହସ୍ତାନ୍ତର କରାଯାଇଛି ବୋଲି ଏସଆଇ ସାହୁ କହିଛନ୍ତି।

Hot this week

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

Related Articles

Popular Categories