www.samajalive.in
Sunday, December 14, 2025
19.1 C
Bhubaneswar

କେଭି-୨ର ରାସ୍ତା ନିର୍ମାଣ ଓ ପାର୍କିଂ ବ୍ୟବସ୍ଥା କରିବାକୁ ଦାବି

ସମ୍ବଲପୁର: ସମ୍ବଲପୁରର ବୁର୍ଲା ଠାରେ ସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟ-୨କୁ ଯାତାୟାତ ନିମନ୍ତେ ରାସ୍ତା ସମେତ ସେଠାରେ ପାର୍କିଂ ପାଇଁ ଅଭିଭାବକ ସଂଘ ପକ୍ଷରୁ ଦାବି କରାଯାଇଛି। ଏହି ମର୍ମରେ ମଙ୍ଗଳବାର ଜିଲାପାଳଙ୍କୁ ଅଭିଭାବକ ସଂଘର ଏକ ପ୍ରତିନିଧି ମଣ୍ଡଳ ସାକ୍ଷାତକାର କରି ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଜିଲାପାଳଙ୍କୁ ପ୍ରଦତ୍ତ ଦାବିପତ୍ର ଅନୁଯାୟୀ, କେନ୍ଦ୍ରୀୟ ବିଦ୍ୟାଳୟ – ୨ ବୁର୍ଲା ଠାରେ ୨୦୧୫ ମସିହାରେ ସ୍ଥାପିତ ହେବା ପରେ ୨୦୧୯ ମସିହାରେ ଏହାର ନବ ନିର୍ମିତ କୋଠାକୁ ସ୍ଥାନାନ୍ତରିତ ହୋଇଛି। ବୁର୍ଲା ଏନଏସସି ମହାବିଦ୍ୟାଳୟର ପଛ ପଟରେ ନିର୍ମିତ ଏହି ବିଦ୍ୟାଳୟର ଅନେକ ପାରିପାଶ୍ୱିକ ବିକାଶର ଆବଶ୍ୟକତା ରହିଛି। ଏହି ବିଦ୍ୟାଳୟରେ ପ୍ରାୟ ୧ ହଜାର ଛାତ୍ରଛାତ୍ରୀ ପାଠ ପଢ଼଼ୁଥିବା ବେଳେ ଆଗାମୀ ଦିନରେ ଏହି ବିଦ୍ୟାଳୟରେ ଆହୁରୀ ଛାତ୍ରଛାତ୍ରୀ ପାଠ ପଢ଼଼ିବା ପାଇଁ ଆବଶ୍ୟକୀୟ ସ୍ୱିକୃତି ମିଳିଛି।

ଅପରପକ୍ଷରେ ବିଦ୍ୟାଳୟକୁ ଯାତାୟାତର ସୁବିଧା ପାଇଁ ରାସ୍ତାର ପ୍ରଶସ୍ତିକରଣ ନିର୍ମାଣ ସମେତ ପାର୍କିଂ ବ୍ୟବସ୍ଥା ଅତ୍ୟନ୍ତ ବିପର୍ଯ୍ୟସ୍ତ ହୋଇ ରହିଛି। ବର୍ଷା ଯୋଗୁଁ ଏବେ ରାସ୍ତାଘାଟ କାଦୁଅମୟ ହୋଇ ରହିଥିବାରୁ ହଜାର ହଜାର ଛାତ୍ରଛାତ୍ରୀ ଓ ଅଭିଭାବକ ମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଣୁ ତୁରନ୍ତ ବିଦ୍ୟାଳୟ ଅଞ୍ଚଳର ରାସ୍ତା ଓ ପାର୍କିଂ ବ୍ୟବସ୍ଥାର ବିକାଶ ପାଇଁ ଅଭିଭାବକ ମାନେ ଦାବି କରିଛନ୍ତି। ଜିଲାପାଳଙ୍କୁ ପ୍ରଦତ୍ତ ଦାବିପତ୍ରରେ ଅଭିଭାବକ – ଶିକ୍ଷକ ସଂଘର ଭାଇସ ଚେୟାରମେନ ଡ. ପାଣ୍ଡବ ପାତ୍ର, ଶ୍ରୀପତି ସାହୁ, ଶିଶିର ମହାନ୍ତି, ରଶ୍ମିକାନ୍ତ ପାହି, ଏସ. କେ. ପ୍ରଧାନ, ସଚିନ କୁମାର ସାହୁ, ଏ. କେ. ପଟ୍ଟନାୟକ, ବିଜୟ ରଞ୍ଜନ ନାୟକ, ଦୈତାରୀ ବାଗ, ହେମାନନ୍ଦ କରାଲି, ଉପେନ୍ଦ୍ର ମହାକୁରଙ୍କ ସମେତ ଶତାଧିକ ଅଭିଭାବକଙ୍କ ଦସ୍ତଖତ ରହିଛି।

Hot this week

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

Related Articles

Popular Categories