www.samajalive.in
Sunday, December 14, 2025
26.1 C
Bhubaneswar

ନୁଆଁଖାଇ ନିମନ୍ତେ ୨ଟି ସ୍ୱତନ୍ତ୍ର ରେଳଗାଡି ଚଳାଇବାକୁ ଦାବି

ସମ୍ବଲପୁର: ପଶ୍ଚିମ ଓଡ଼ିଶାର କୃଷିଭିତ୍ତିକ ଗଣପର୍ବ ନୁଆଁଖାଇ ଉପଲକ୍ଷେ ସ୍ୱତନ୍ତ୍ର ରେଳଗାଡି ଚଳାଚଳ କରିବାକୁ ରେଳବାଇ ନିକଟରେ ଦାବି କରାଯାଇଛି। ସାମାଜିକ ଅନୁଷ୍ଠାନ ‘ଜାଗରଣ’ ତରଫରୁ ଏକ ପ୍ରତିନିଧି ମଣ୍ଡଳ ସମ୍ବଲପୁର ରେଳ ମଣ୍ଡଳ ପ୍ରବନ୍ଧକ ପ୍ରଦୀପ କୁମାର ଙ୍କୁ ସାକ୍ଷାତକାର କରି ମଙ୍ଗଳବାର ଏହି ମର୍ମରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ପ୍ରଦତ୍ତ ଦାବିପତ୍ର ଅନୁଯାୟୀ, ଦେଶରେ ପାଳିତ ହେଉଥିବା କୃଷି ଭିତ୍ତିକ ପର୍ବ ଆସାମର ବିହୁ, ପଞ୍ଜାବର ବୈଶାଖୀ, ମଲୟାଲୀ ମାନଙ୍କର ଓନମ ଭଳି ପଶ୍ଚିମ ଓଡ଼ିଶାବାସୀଙ୍କ ନୁଆଁଖାଇ ଏକ ପ୍ରମୁଖ ପର୍ବ ଅଟେ। ଏହି ଅବସରରେ ଜନତା କୂଳ ଦେବାଦେବୀଙ୍କୁ ପୂଜାର୍ଚ୍ଚନା କରି ଭଲ ଫସଲ, ବର୍ଷା ଓ ଚାଷ ଉପଯୋଗୀ ପରିବେଶର କାମନା କରିଥାନ୍ତି। ଏହା ପରେ ପରିବାର ଏକାଠି ହୋଇ ନୂତନ ଉତ୍ପାଦିତ ଶସ୍ୟରୁ ପ୍ରସ୍ତୁତ ବ୍ୟଞ୍ଜନ କୁ ନବାନ୍ନ ରୂପେ ଭକ୍ଷଣ କରିଥାନ୍ତି।

ଏଥି ପାଇଁ ପ୍ରତି ବର୍ଷ ଦେଶର ବିଭିନ୍ନ କୋଣ ଅଣୁକୋଣରେ କର୍ମକ୍ଷେତ୍ରରେ ରହୁଥିବା ପଶ୍ଚିମ ଓଡ଼ିଶାବାସୀ ଘରକୁ ଫେରି ଏହି ଗଣପର୍ବରେ ସାମିଲ ହୋଇଥାନ୍ତି। ରାଜ୍ୟ ତଥା ରାଜ୍ୟ ବାହାରେ ରହୁଥିବା ସିଂହଭାଗ ପଶ୍ଚିମ ଓଡ଼ିଶାବାସୀ ଭୁବନେଶ୍ୱର ଦେଇ ସମ୍ବଲପୁର, ବଲାଙ୍ଗୀର, ଟିଟିଲାଗଡ଼ ଆଦି ଅଞ୍ଚଳକୁ ଆସିଥାନ୍ତି। ଏବେ ରେଳବାଇ ପକ୍ଷରୁ ଚଳାଚଳ କରୁଥିବା ଯାତ୍ରୀବାହୀ ରେଳଗାଡି ଗୁଡିକରେ ଅଧିକ ସଂଖ୍ୟକ ଯାତ୍ରୀ କରିବାରୁ ସୁବିଧା ହେଉ ନ ଥିବାରୁ ଅତିକମରେ ୨ଟି ସ୍ୱତନ୍ତ୍ର ରେଳଗାଡି ଏହି ସମୟରେ ଚଳାଚଳ କରାଯାଉ। ପ୍ରଥମ ସତନ୍ତ୍ର ରେଳଗାଡି ଭୁବନେଶ୍ୱରରୁ ସମ୍ବଲପୁର ଦେଇ ଟିଟିଲାଗଡ଼ ଏବଂ ଦ୍ୱିତୀୟ ସ୍ୱତନ୍ତ୍ର ରେଳଗାଡି ଭୁବନେଶ୍ୱର-ସମ୍ବଲପୁର-ରାଉରକେଲା ମଧ୍ୟରେ ଆଗାମୀ ୨୮ ଜୁଲାଇରୁ ୫ ସେପ୍ଟେମ୍ବର ମଧ୍ୟରେ ଚଳାଚଳ କରିବାକୁ ଜାଗରଣ ପକ୍ଷରୁ ଦାବି କରାଯାଇଛି। ସ୍ୱତନ୍ତ୍ର ରେଳଗାଡି ଚଳାଚଳ କଲେ ନୁଆଁଖାଇ ଅବସରରେ ହେବାକୁ ଥିବା ଯାତ୍ରୀ ଭିଡକୁ ଏଡାଇ ଦିଆଯାଇ ପାରିବ। ମଣ୍ଡଳ ପ୍ରବନ୍ଧକ ପ୍ରଦୀପ କୁମାର ଙ୍କୁ ସାକ୍ଷାତକାର ସମୟରେ ପ୍ରତିନିଧି ମଣ୍ଡଳରେ ଅନୁଷ୍ଠାନର ସଭାପତି ସୁଧିର ରଞ୍ଜନ ବହିଦାର, ସାଧାରଣ ସମ୍ପାଦକ କ୍ଷୀତିଶ ନାୟକ, ପରାମର୍ଶଦାତା ରାଜୀବ ଶତପଥୀ, ସଦସ୍ୟ ଦେବରାଜ ପଟେଲ, ସୌମିକ ବାବୁ ପ୍ରମୁଖ ଉପସ୍ଥିତ ରହିଥିଲେ।

Hot this week

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

Related Articles

Popular Categories