www.samajalive.in
Sunday, December 14, 2025
23.1 C
Bhubaneswar

ସାଧୁ ଶ୍ରୀ ଶ୍ରୀ ସନାତନ ଦାସଙ୍କ ଶ୍ରାଦ୍ଧୋତ୍ସବ

ଆଠଗଡ଼: ଆଠଗଡ଼ ବ୍ଲକ ଅନ୍ତର୍ଗତ ରାଧାଗୋବିନ୍ଦପୁର ପଞ୍ଚାୟତର ଲକ୍ଷ୍ମୀନାରାୟଣପୁରସ୍ଥିତ ଅବଧୂତ ବାବା ଧରଣୀଧର ଦାସ ମହାରାଜଙ୍କ ଆଶ୍ରମରେ ପରମପୂଜ୍ୟ ସାଧୁ ଶ୍ରୀ ଶ୍ରୀ ସନାତନ ଦାସଙ୍କ ୬୦ତମ ଶ୍ରାଦ୍ଧ ମହୋତ୍ସବ ରବିବାର ଅନୁଷ୍ଠିତ ହୋଇଯାଇଛି। ଢେଙ୍କାନାଳ ଜିଲ୍ଲାର ସିଆରିଆ ମଠାଧୀଶ ବାବା ସଦାନନ୍ଦ ଦାସ ମହାରାଜ ଏହି ଉପଲକ୍ଷେ ଆୟୋଜିତ ସଭାରେ ପୌରୋହିତ୍ୟ କରି ଦିବଂଗତ ସାଧୁ ଶ୍ରୀ ଶ୍ରୀ ସନାତନ ଦାସଙ୍କ ତ୍ୟାଗପୁତ ଜୀବନାଦର୍ଶ ସଂପର୍କରେ ଆଲୋକପାତ କରିବା ସହ ତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଷାଠିଏବର୍ଷ ଧରି ପାଳିତ ହୋଇଆସୁଥିବା ଦିବଂଗତ ସାଧୁଙ୍କ ଶ୍ରାଦ୍ଧୋତ୍ସବ ଉପଲକ୍ଷେ ସେଦିନ ଲକ୍ଷ୍ମୀନାରାୟଣପୁର ଆଶ୍ରମରେ ପ୍ରାପ୍ତ ନିତ୍ୟକର୍ମ ପରେ ସକାଳ ଧୂପ ଏବଂ ମଧ୍ୟାନ୍ନ ସମୟରେ ବିଶ୍ୱଶାନ୍ତି ପାଇଁ ଆହୁତି ଦିଆଯାଇଥିଲା।

ଏହି ଉତ୍ସବରେ ବିଭିନ୍ନ ଅଞ୍ଚଳରୁ ଆସି ଯୋଗଦେଇଥିବା ସାଧୁ ପର୍ଶୁରାମ ଦାସ, ସାଧୁ ରବି ଦାସ, ସାଧୁ କୃତିବାସ ଦାସ ଓ ସାଧୁ ଲକ୍ଷ୍ମୀନାରାୟଣ ଦାସ ପ୍ରମୁଖ ସ୍ୱର୍ଗତ ସନାତନ ବାବାଙ୍କ ସ୍ମୃତିଚାରଣ କରିବା ସହ ସଂସାରର ମଙ୍ଗଳ କାମନା କରି ଯଜ୍ଞରେ ଆହୁତି ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଲକ୍ଷ୍ମୀନାରାୟଣପୁର ଗ୍ରାମର ଶୈଳେନ୍ଦ୍ର ନାରାୟଣ ସ୍ୱାଇଁ, ଗିରିଶ ଚନ୍ଦ୍ର ସାମଲ, ଗୌତମ କିଶୋର ସାମଲ, ବିପିନ ବିହାରୀ ଦେହୁରୀ, ଜିତେନ୍ଦ୍ର ସାହୁ, ଏକାଦଶୀ ପ୍ରଧାନ ଏବଂ ପ୍ରାକ୍ତନ ଦେବୋତ୍ତର ସୁପରଭାଇଜର କରୁଣାକର ବେହେରା ପ୍ରମୁଖ ଯୋଗଦେଇ ସହଯୋଗ କରିଥିଲେ।

Hot this week

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

୧୫୫ଟି ବାର୍ ରେ ଅବକାରୀ ବିଭାଗର ଚଢାଉ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ...

Related Articles

Popular Categories