www.samajalive.in
Sunday, December 14, 2025
17.1 C
Bhubaneswar

ଚାରି ଦିନିଆ ଭାରତ ଗସ୍ତରେ ଦକ୍ଷିଣ ଆଫ୍ରିକା ସେନା ମୁଖ୍ୟ ଲେପ୍ଟନାଣ୍ଟ ଜେନେରାଲ୍‍ ଲରେନ୍ସ ଖୁଲେକାନି

ଡେସ୍କ: ଦକ୍ଷିଣ ଆଫ୍ରିକା ସେନା ମୁଖ୍ୟ ଲେପ୍ଟନାଣ୍ଟ ଜେନେରାଲ୍‍ ଲରେନ୍ସ ଖୁଲେକାନି ନୂଆଦିଲ୍ଲୀରେ ପଦାତିକ ବାହିନୀ ମୁଖ୍ୟ ଜେନେରାଲ୍‍ ମନୋଜ ପାଣ୍ଡେଙ୍କୁ ସାକ୍ଷାତ କରିଛନ୍ତି। ଜେନେରାଲ୍‍ କୁଲକର୍ଣ୍ଣିଙ୍କୁ ସାଉଥ୍‍ ବ୍ଲକରେ ଗାର୍ଡ ଅଫ୍‍ ଅନର ପ୍ରଦାନ କରାଯାଇଥିଲା। ଏହା ପୂର୍ବରୁ ଲେପ୍ଟନାଣ୍ଟ ଜେନେରାଲ୍‍ ଲରେନ୍ସ ଜାତୀୟ ଯୁଦ୍ଧ ସ୍ମାରକୀ ଯାଇ ସହିଦ୍‍ ଯବାନମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ। ଦକ୍ଷିଣ ଆଫ୍ରିକା ସେନା ମୁଖ୍ୟ ଚାରି ଦିନ ପାଇଁ ଭାରତ ଗସ୍ତରେ ଆସିଛନ୍ତି। ଦୁଇ ଦେଶ ମଧ୍ୟରେ ସାମରିକ ସମ୍ପର୍କକୁ ମଜବୁତ କରିବା ହେଉଛି ଏହି ଗସ୍ତର ଲକ୍ଷ୍ୟ।

ଅଗଷ୍ଟ ୩ ତାରିଖରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଏକାଦଶତମ ବୈଦେଶିକ କାର୍ଯ୍ୟାଳୟ ସ୍ତରୀୟ ତୃତୀୟ ପରାମର୍ଶ କମିଟି ବୈଠକ ନୂଆଦିଲ୍ଲୀରେ ବସିଥିଲା ଏବଂ ସେତେବେଳେ ଉଭୟ ଦେଶ ମଧ୍ୟରେ ଦ୍ୱିପକ୍ଷିୟ ସମ୍ପର୍କ ସଂକ୍ରାନ୍ତ ଆଲୋଚନା ହୋଇଥିଲା। ରାଜନୈତିକ ଆଦାନପ୍ରଦାନ, ପ୍ରତିରକ୍ଷା, ଅର୍ଥନୀତି, ବାଣିଜ୍ୟ, ବାଣିଜ୍ୟ ଦୂତାବାସ ସଂକ୍ରାନ୍ତ ସବୁ ପ୍ରସଙ୍ଗ ସମେତ କୃଷି, ସ୍ୱାସ୍ଥ୍ୟ, ଶକ୍ତି, ଖଣି ଓ ମାନବ ସମ୍ବଳ ବିକାଶ, କଳା, ସଂସ୍କୃତି, କ୍ରୀଡ଼ା ଆଦି ବିଭିନ୍ନ ପ୍ରସଙ୍ଗ ମତ ବିନିମୟ ହୋଇଥିଲା।

Hot this week

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

Related Articles

Popular Categories