www.samajalive.in
Monday, December 15, 2025
17.1 C
Bhubaneswar

ବଳଦ ଟଙ୍କାକୁ ନେଇ ଗୁଳିମାଡ଼; ୨ ଗୁରୁତର

ଫୁଲବାଣୀ: କନ୍ଧମାଳ ଜିଲା  ଫିରିଙ୍ଗିଆ ଥାନା ଅନ୍ତର୍ଗତ ନୂଆପଦର ପଂଚାୟତର ବିଲୁପଦର ଗାଁରେ ସୋମବାର ସଂନ୍ଧ୍ୟାରେ ଗୁଳିମାଡ଼ ଘଟିଛି । ଏହି ଘଟଣା ସମଗ୍ର ଫିରିଙ୍ଗିଆ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ବେଳେ ରିପୋର୍ଟ ଲେଖାହେବା ବେଳକୁ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ପ୍ରତି ଦୃଷ୍ଟି ରଖିଥିବା ବେଳେ ଗୁଳିମାଡ଼ କରିଥିବା ବ୍ୟକ୍ତିମାନେ ଫେରାର୍‌ ଥିବା ପୁଲିସ୍‌ କହିଛି । ଏହି ଗୁଳିମାଡ଼ ଘଟଣାରେ ଜଣେ ନାବାଳକ ସହିତ ଜଣେ ମହିଳା ଗୁରୁତର ହୋଇ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି ।

ସୂଚନା ଅନୁଯାୟୀ ଉକ୍ତ ଗ୍ରାମର ବଦଳ ବେପାରି ମହେଶ୍ୱର ସାହାଣୀଙ୍କ ଠାରୁ ତାଙ୍କ ସଂମ୍ପର୍କୀୟ ପୁତୁରା ସଂଜୟ ସାହାଣୀ ଗତ ପ୍ରାୟ ଏକ ମାସ ତଳେ ୪ଟି ବଳଦ କିଣିଥିଲେ । ବଦଳକୁ କିଣା ବାବଦକୁ ୪୦ ହଜାର ଦେବା ପାଇଁ  ଉଭୟଙ୍କ ମଧ୍ୟରେ କଥା ଛିଡ଼ିଥିଲା । ତେବେ ପ୍ରାୟ ଏକ ମାସ ବିତିଯାଇଥିଲେ ମଧ୍ୟ ବଦଳ କିଣିଥିବା ସଂଜୟ ଟଙ୍କା ଦେଇନଥିବା ବେଳେ ଏହାକୁ ନେଇ ଉଭୟ ଦାଦା ମହେଶ୍ୱର ଓ ପୁତୁରା ସଂଜୟ ମଧ୍ୟରେ ଅସନ୍ତୋଷ ଲାଗିରହିଥିଲା । ରବିବାର ଅଚାନକ ଭାବେ ମହେଶ୍ୱର  ସଂଜୟଙ୍କ ଘରେ ପହଞ୍ଚି ଘରେ ଥିବା ଏକ ବାଇକ୍‌ ନେଇଯାଇଥିଲେ । ୪୦ ହଜାର ଟଙ୍କା ଦେଲେ ବାଇକ୍‌ ନେବ ବୋଲି କହି ବାଇକ୍‌ ଧରି ଚାଲିଯାଇଥିବା ବେଳେ ଗତକାଲି ସଂନ୍ଧ୍ୟାରେ ହଠାତ୍‌ ସଂଜୟ ହାତରେ ଏକ ଦେଶୀ ବନ୍ଧୁକ ଧରି ମହେଶ୍ୱର ଘର ପାଖରେ ପହଞ୍ଚିବା ସହିତ ତାଙ୍କୁ ଗୁଳିକରିଥିଲେ ।

- Advertisement -

ତେବେ ଏହି ସମୟରେ ଗୁଳି ମହେଶ୍ୱରକୁ ନବାଜି ତାଙ୍କ ନାବାଳକ ପୁଅ ସଭାଜନ ପେଟରେ ବାଜିବା ସହିତ ମହେଶ୍ୱରଙ୍କ ଭଉଣୀ ପ୍ରଭାସିନୀ ସାହାରୀଙ୍କ ଜଂଘରେ ବାଜିଥିଲା । ଗୁଳିଶବ୍ଦ ଶୁଣି ଆଖପାଖ ଲୋକେ ଚାଲି ଆସିବାରୁ ଘଟଣାସ୍ଥଳରୁ ସଂଜୟ ଓ ତାଙ୍କ ସାଥିରେ ଥିବା ତାଙ୍କ ସ୍ତ୍ରୀ ସୀତା ସାହାଣୀ ଓ ଅନ୍ୟ ଦୁଇଜଣ ଫେରାର୍‌ ହୋଇଯାଇଥିଲେ । ଗୁରୁ‌ତର ଅବସ୍ଥାରେ ପରିବାର ଲୋକେ ଉଭୟଙ୍କୁ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିବା ବେଳେ ଘଟଣାସ୍ଥଳରେ ଫିରିଙ୍ଗିଆ ଥାନା ଅଧିକାରୀ ପି.ଶ୍ୟାମ ସୁନ୍ଦର ରାଓ ଉପସ୍ଥିତି ରହି ପରିସ୍ଥିତି ପ୍ରତି ଦୃଷ୍ଟି ରଖିଛନ୍ତି । ରିପୋର୍ଟ ଲେଖାହେବା ସୁଦ୍ଧା ମହେଶ୍ୱରଙ୍କ ପକ୍ଷରୁ ଥାନାରେ ଏତଲା ଦିଆଯାଇନଥିବା ବେଳେ ଡାକ୍ତରଖାନାରୁ ଯାଇ ସେ ଏତଲା ଦେବ ବୋଲି ପ୍ରକାଶ କରିଛନ୍ତି । ଏତଲା ପ୍ରକାରେ ମାମଲା ରୁଜୁକରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହର କରାଯିବ ବୋଲି ଥାନା ଅଧିକାରୀ କହିଛନ୍ତି ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories