ଫୁଲବାଣୀ: ସମଗ୍ର ଦେଶରେ ଏଡସ୍ ନିୟନ୍ତ୍ରର କାର୍ଯ୍ୟକ୍ରମରେ ଦୀର୍ଘ ୨୦ ବର୍ଷରୁ ଊର୍ଦ୍ଧ୍ଵ ସମୟଧରି କାର୍ଯ୍ୟରତ କର୍ମଚାରୀ ମାନେ ସେମାନଙ୍କ ଦରମା ବୃଦ୍ଧିରେ କରାଯାଇଥିବା ଅହେତୁକ ବିଳମ୍ବ ସହିତ ଅନ୍ୟ କେତେକ ଦାବିନେଇ ସୋମବାର ଠାରୁ ସମଗ୍ର ଦେଶରେ କର୍ମଚାରୀ ମାନେ ବିରୋଧ ପ୍ରଦର୍ଶନ କରୁଥିବା ବେଳେ ଏଥିରେ କନ୍ଧମାଳ ଜିଲା ସଂଘ ମଧ୍ୟ ସାମିଲ୍ ହୋଇଛି । ବିଭିନ୍ନ ଦାବିନେଇ କନ୍ଧମାଳ ଜିଲାରେ ଏଡସ୍ ନିୟନ୍ତ୍ରଣ କର୍ମଚାରୀ ମାନେ ଶାନ୍ତିପୂର୍ଣ୍ଣ ପ୍ରତିବାଦ କରିବା ସହିତ ରାଜ୍ୟ ଏଡସ୍ ନିୟନ୍ତ୍ରଣ ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଜିଲା ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ପ୍ରଦାନ କରିଛନ୍ତି । କନ୍ଧମାଳ ସଂଘର କର୍ମକର୍ତ୍ତା ଦେବାଶିଷ ମିଶ୍ର, ଗୋବିନ୍ଦ ଚନ୍ଦ୍ର ଜେନା, ନନ୍ଦ କିଶୋର କହଁର , ଉଲ୍ଲାସ ଚରଣ ସ୍ୱାଇଁ , ଗୀତାଞ୍ଜଳି ପଣ୍ଡା , ଲକ୍ଷ୍ମୀଧର ମଣ୍ଡଳ ଓ ଅନ୍ୟମାନେ ସାମିଲ୍ ହୋଇଥିଲେ ।
Popular Categories



