www.samajalive.in
Monday, December 15, 2025
17.1 C
Bhubaneswar

ବିଶ୍ବ ବ୍ୟାଡ୍‌ମିଣ୍ଟନ : ୨ୟ ରାଉଣ୍ଡରେ ଲକ୍ଷ୍ୟ, ପ୍ରଣୟ, ଶ୍ରୀକାନ୍ତ

ଟୋକିଓ : ଏଠାରେ ସୋମବାର ଆରମ୍ଭ ହୋଇଛି ବିଶ୍ବ ବ୍ୟାଡ୍‌ମିଣ୍ଟନ ଚମ୍ପିଆନସିପ୍‌। ଏହାର ପ୍ରଥମଦିନରେ ପୁରୁଷ ସିଙ୍ଗଲ୍‌ସର ୨ୟ ରାଉଣ୍ଡରେ ପ୍ରବେଶ କରିଛନ୍ତି ଭାରତର ଲକ୍ଷ୍ୟ ସେନ୍‌, ଏଚ୍‌.ଏସ୍. ପ୍ରଣୟ ଓ କିଦାମ୍ବି ଶ୍ରୀକାନ୍ତ। ରାଜ୍ୟଗୋଷ୍ଠୀ କ୍ରୀଡ଼ା ଚମ୍ପିଆନ୍‌ ଲକ୍ଷ୍ୟ ସେନ୍‌ ସୋମବାର ପ୍ରଥମ ରାଉଣ୍ଡ ମ୍ୟାଚ୍‌ରେ ଡେନମାର୍କର ହାନ୍‌ସ-କ୍ରିଷ୍ଟିଆନ୍ ସୋଲବର୍ଗ ଭିଟିନ୍‌ଘୈସ୍‌ଙ୍କୁ ସିଧାସଳଖ ୨୧-୧୨, ୨୧-୧୧ ଗେମ୍‌ରେ ପରାସ୍ତ କରିଥିଲେ। ଏହି ମ୍ୟାଚ୍‌ରେ ୯ମ ସିଡ୍‌ ଲକ୍ଷ୍ୟ ସେନ୍‌ ପ୍ରାଧାନ୍ୟ ବିସ୍ତାର କରି ଖେଳିବା ସହ ୨ଟିଯାକ ଗେମ୍‌ରେ ସହଜ ବିଜୟ ହାସଲ କରିଥିଲେ।
ପୁରୁଷ ସିଙ୍ଗଲ୍‌ସର ଅନ୍ୟ ଏକ ପ୍ରଥମ ରାଉଣ୍ଡ ମ୍ୟାଚ୍‌ରେ ଭାରତର ଏଚ୍‌.ଏସ୍. ପ୍ରଣୟ ସହଜରେ ୨୧-୧୨, ୨୧-୧୧ ଗେମ୍‌ରେ ଅଷ୍ଟ୍ରିଆର ଲ୍ୟୁକା ରାବରଙ୍କୁ ପରାସ୍ତ କରିଛନ୍ତି। ପୂର୍ବତନ ବିଶ୍ବ ଚମ୍ପିଆନ୍‌ସିପ ରୌପ୍ୟପଦକ ବି​‌େ​‌ଜତା କେ. ଶ୍ରୀକାନ୍ତ ପ୍ରଥମ ରାଉଣ୍ଡରେ ଆୟରଲାଣ୍ଡର ଏନ୍‌ହଟ୍‌ ଏନ୍‌ଗ୍ୟୁୟେନ୍‌ଙ୍କୁ ୨୨-୨୦, ୨୧-୧୯ ଗେମ୍‌ରେ ପରାସ୍ତ କରିଛନ୍ତି। ୨ୟ ରାଉଣ୍ଡରେ ଚୀନ୍‌ର ଝାଓ ଜୁନ୍ ପେଙ୍ଗ୍‌ଙ୍କ ସହ ୧୨ଶ ସିଡ୍‌ ଶ୍ରୀକାନ୍ତ ଖେଳିବେ। ୨୦ ବର୍ଷ ବୟସ୍କ ଲକ୍ଷ୍ୟ ସେନ୍‌ ୨ୟ ରାଉଣ୍ଡରେ ସ୍ପେନ୍‌ର ଲୁଇସ୍‌ ଏନ୍‌ରିକ୍ ପେନାଲ୍‌ଭର ଏବଂ ପ୍ରଣୟ ୨ୟ ରାଉଣ୍ଡରେ ୨ୟ ସିଡ୍‌ ଜାପନର କେଣ୍ଟୋ ମୋମୋଟାଙ୍କ ବିପକ୍ଷରେ ଖେଳିବେ। ତେବେ ପୁରୁଷ ସିଙ୍ଗଲ୍‌ସରେ ଭାରତର ବି. ସାଇ ପ୍ରଣିତ ପରାସ୍ତ ହୋଇ ଯାଇଛନ୍ତି। ପ୍ରଣିତଙ୍କୁ ବିଶ୍ବର ୪ନଂ ଖେଳାଳି ଚାଇନିଜ୍‌ ତାଇପେର ଚଉ୍‌ ଟିଏନ୍‌ ଚେନ୍‌ ୧୫-୨୧, ୧୫-୨୧ ଗେମ୍‌ରେ ପରାସ୍ତ କରିଛନ୍ତି। ଅନ୍ୟପକ୍ଷରେ ମହିଳା ଡବଲ୍‌ସ ବିଭାଗରେ ଭାରତର ଅଶ୍ବିନୀ ପୋନ୍ନପା ଓ ଏନ୍‌. ସିକ୍କି ରେଡ୍ଡ଼ି ପ୍ରଥମ ରାଉଣ୍ଡରେ ମାଲଦ୍ବୀପର ଅମିନାଥ ନବେଶା ଓ ଫତିଆମ୍‌ ନବେଶଙ୍କୁ ସିଧାସଳଖ ୨୧-୭, ୨୧-୯ ଗେମ୍‌ରେ ପରାସ୍ତ କରିଥିଲେ। ୨ୟ ରାଉଣ୍ଡରେ ଅଶ୍ବିନୀ-ସିକ୍କିଙ୍କ ମୁକାବିଲା ଟପ୍‌ସିଡ୍‌ ଚେନ୍‌ ଚାଙ୍ଗ ଚେନ୍‌ ଓ ଜିଆ ୱାଇ ଫାନ୍‌ଙ୍କ ସହ ହେବ। ମିକ୍ସଡ ଡବଲ୍‌ସ ପ୍ରଥମ ରାଉଣ୍ଡରେ ଭାରତର ତାନିଷା କ୍ରାଷ୍ଟୋ ଓ ଇଶାନି ଭଟ୍ଟନାଗର ପ୍ରଥମ ରାଉଣ୍ଡରେ ଜର୍ମାନୀର ପାଟ୍ରିକ୍‌ ସ୍କିଏଲ୍‌ ଓ ଫ୍ରାନ୍‌ଜିସ୍କା ଭୋଲ୍‌କମ୍ୟାନ୍‌ଙ୍କୁ ୨୧-୧୩, ୨୧-୧୩ ଗେମ୍‌ରେ ପରାସ୍ତ କରିଛନ୍ତି। ପୁରୁଷ ଡବଲ୍‌ସ ପ୍ରଥମ ରାଉଣ୍ଡରେ ଭାରତର ବି. ସୁମିତ ରେଡ୍‌ଡ଼ି ଓ ମନୁ ଅତ୍ରି ଏବଂ ମହିଳା ସିଙ୍ଗଲ୍‌ସରେ ଭାରତର ମାଳବିକା ବଂଶଦ ପ୍ରଥମ ରାଉଣ୍ଡରେ ପରାସ୍ତ ହୋଇଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories