‘ଅହିଂସା ରଥ’କୁ ଫୁଲବାଣୀରେ ସମ୍ବର୍ଦ୍ଧନା

ଫୁଲବାଣୀ: ‘ଆଜାଦୀ କି ଅମୃତ ମହୋତ୍ସବ’ ଅବସରରେ ସମଗ୍ର ରାଜ୍ୟ ଭ୍ରମଣରେ ବାହାରିଥିବା ‘ଅହିଂସା ରଥ’ ଆଜି କନ୍ଧମାଳ ଜିଲାରେ ପହଞ୍ଚିଥିବା ବେଳେ ସମଗ୍ର ଜିଲାରେ ୨ ଦିନ ଧରି ଭ୍ରମଣ କରିବ । ଏଭଳି ସ୍ଥଳେ ଆଜି ପ୍ରଥମେ ଖଜୁରିପଡ଼ାରେ ପହଞ୍ଚିବା ପରେ ସେଠାରେ ଜିଲା ପ୍ରଶାସନ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା ପରେ ରଥ ଫୁଲବାଣୀ ଗସ୍ତରେ ଆସିଥିଲେ। ଫୁଲବାଣୀ ଏଫସିଆଇ ଛକଠାର ପହଞ୍ଚିବା ପରେ ବ୍ଳକ ପ୍ରଶାସନ ପକ୍ଷରୁ ଭବ୍ୟ ସମ୍ବର୍ଦ୍ଧନା କରି ଏକ ଶୋଭାଯାତ୍ରାରେ ସ୍ଥାନୀୟ ଗାନ୍ଧୀସ୍ମୃତି ଭବନ ପର୍ଯ୍ୟନ୍ତ ରଥ ଦ୍ୱୟକୁ ଅଣାଯାଇଥିଲା। ଏଥିରେ ଜିଲା ପ୍ରଶାସନର ବହୁ ପଦାଧିକାରୀ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ, ଅଙ୍ଗନୱାଡ଼ି କର୍ମୀ ଓ ସାଧାରଣ ଜନତା ସାମିଲ ହୋଇଥିଲେ। ସଭାଗୃହ ଠାରେ ଅନୁଷ୍ଠିତ ଏକ ବୈଠକରେ ଯୋଗଦେଇଥିବା ବକ୍ତାମାନେ ଗାନ୍ଧୀଜୀ ତାଙ୍କ ଜୀବନ କାଳ ମଧ୍ୟରେ ସତ୍ୟର ଯେଉଁ ଅନେକ ପ୍ରୟୋଗ କରିଛନ୍ତି; ଯାହାକି ଆତ୍ମକଥାରେ ଲେଖିଛନ୍ତି ସେ ଉପରେ ଆଲୋଚନା କରଯାଇଥିଲା। ସେଥିରେ ଗାନ୍ଧୀଜୀ ଲେଖିଛନ୍ତି ସତ୍ୟ ଛଡ଼ା କୌଣସି ଭଗବାନ ଅଛନ୍ତି , ଏମିତି ସେ କେବେ ଅନୁଭବନ କରିନାହାନ୍ତି। ସତ୍ୟମୟ ହେବାର ଏକମାତ୍ର ମାର୍ଗ ହେଉଛି ‘ଅହିଂସା’ ବୋଲି ବକ୍ତାମାନେ ପ୍ରକାଶ କରିଥିଲେ। ଅନୁଷ୍ଠିତ କାର୍ଯ୍ୟକ୍ରମରେ କନ୍ଧମାଳ ଜିଲାର ସ୍ୱାଧୀନତା ସଂଗ୍ରାମୀଙ୍କ ବିଧବା ପତ୍ନୀ ତିଳୋତମା ପ୍ରଧାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଅନୁଷ୍ଠିତ କାର୍ଯ୍ୟକ୍ରମରେ ଫୁଲବାଣୀ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରବୀଣ କୁମାର ବାଣୁଆ ସଭାପତିତ୍ୱ କରିଥିବା ବେଳେ କାର୍ଯ୍ୟକ୍ରମରେ ପଞ୍ଚାୟତ ସମିତି ଅଧ୍ୟକ୍ଷା ସସ୍ମିତା କହଁର , ଫୁଲବାଣୀ ପୌର ପରିଷଦ ଅଧ୍ୟକ୍ଷା ସ୍ମିତାରାଣି ମହାନ୍ତି, ଫୁଲବାଣୀ ଆଇଟିଡ଼ିଏର ପ୍ରକଳ୍ପ ପ୍ରଶାସକ ବୀରେନ୍ଦ୍ର କୁମାର ଦାସ ,ଫୁଲବାଣୀ ସହଦିଲ୍ଦାର ଦିନମଣି ନାୟକ , ଜିଲା ସଂସ୍କୃତି ଅଧିକାରୀ ଅକ୍ଷୟ ସେଠୀ, ମୁଖ୍ୟବକ୍ତା ଭାବେ ଅନନ୍ତ ଚରଣ ମିଶ୍ର, ଜିଲା ସୂଚାନା ଓ ଲୋକ ସଂମ୍ପର୍କ ଅଧିକାରୀ ପ୍ରଭାକର ମହାରଣା ପ୍ରମୁଖ ଉପସ୍ଥିତ ଥିଲେ। ସଭା କାର୍ଯ୍ୟ ପରେ ପରେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମ ପରିଚାଳନାରେ ଫୁଲବାଣୀ ସିଡ଼ିପିଓ ସୁବର୍ଣ୍ଣମାଳା ନାୟକ, ଫୁଲବାଣୀ ବ୍ଳକର ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସନ୍ତୋଷ ଦିଗାଲ, ସହକାରୀ ଯନ୍ତ୍ରୀ ସମେଶ୍ୱର ରାଓ, ସୁବ୍ରତ ମାଝୀ ଓ ଅନ୍ୟମାନେ ସହଯୋଗ କରିଥିଲେ।

kalyan agarbati

Comments are closed.