ଜଷ୍ଟ ଫର ୟୁ ସେବା ସଂଘ ପକ୍ଷରୁ ଚଷାଆଁରାରେ ଶୁଖିଲା ଖାଦ୍ୟ ବଣ୍ଟନ

ତିଗିରିଆ : ଆଠଗଡ଼ର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ଜଷ୍ଟ ଫର ୟୁ ସେବା ସଂଘ ତରଫରୁ ବନ୍ୟା ପ୍ରପୀଡ଼ିତ ଅଞ୍ଚଳ ତିଗିରିଆ ବ୍ଲକ ଚଷାଆଁରା ଗ୍ରାମରେ ସୋମବାର ଶୁଖିଲା ଖାଦ୍ୟ ଚୁଡ଼ା, ଚିନି, ବିସ୍କୁଟ ଆଦି ବଣ୍ଟନ କରାଯାଇଛି । ଅନୁଷ୍ଠାନର ସଭାପତି ସୁଧାଂଶୁ ଶେଖର ସାହୁ ଏବଂ ମୁଖ୍ୟ ଉପଦେଷ୍ଠା ଲକ୍ଷ୍ମୀନାରାୟଣ ଭଞ୍ଜଙ୍କ ନେତୃତ୍ୱରେ ଖାଦ୍ୟ ବଣ୍ଟନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ମନୋଜ ମହାପାତ୍ର, ପାୟଲ ବର୍ମା, ପ୍ରତୀକ୍ଷା ମହାପାତ୍ର, ବିଚିତ୍ରା ସାହୁ, ସ୍ମୃତିରଞ୍ଜନ ମହାନ୍ତି, ସସ୍ମିତା ସାହୁ, ସମ୍ବିତ ପ୍ରଧାନ, ଦିନବନ୍ଧୁ ବେହେରା, ସଞ୍ଜୟ ସ୍ୱାଇଁ, ଅକ୍ଷୟ ସାମଲ, ଅମ୍ଲାନ ପରିଡ଼ା ପ୍ରମୁଖ ଉପସ୍ଥିତ ଥିଲେ।
Comments are closed.