www.samajalive.in
Monday, December 15, 2025
15.1 C
Bhubaneswar

ସାପୁଆ ନଦୀର ରମ୍ପାରେ ୨୦ ଫୁଟର ଘାଇ

ଗୁରୁଡିଝାଟିଆ :  ବନ୍ୟାର ୭ଦିନ ପରେ ମଧ୍ୟ ପୁରୁଣା କଟକ-ସମ୍ବଲପୁର ରାସ୍ତାର ନିଧିପୁର ଗଡା ନିକଟରେ ଅଢେଇଫୁଟ ର ବନ୍ୟାଜଳ ପ୍ରବାହିତ ହେଉଛି। ଫଳରେ ଏହି ରାସ୍ତା ଦେଇ ଆଠଗଡ ଓ ପଶ୍ଚିମ ଓଡିଶାକୁ ଯାତାୟାତ ହୋଇପାରୁନାହିଁ । ବନ୍ୟାଜଳରେ ମହାନଦୀ ଫୁଲିବା ଫଳରେ ସାପୁଆ ନଦୀର ରମ୍ପା ଠାରେ ୨୦ ଫୁଟର ଏକ ଘାଇ ହୋଇଛି । ଘାଇ ଦେଇ ସାପୁଆରୁ ପାଣି ଜେନାପୁରର କିଆକୋଇଲି ଦେଇ ନିଧିପୁର ଗଡାରେ ବନ୍ୟାଜଳ ଆସୁଥିବାରୁ ରାସ୍ତାରେ ସ୍ୱାଭାବିକ ଅବସ୍ଥା ହୋଇପାରୁନାହିଁ । ଜଳସେଚନ ବିଭାଗର ଯନ୍ତ୍ରୀମାନେ ତୁରନ୍ତ ରମ୍ପାଠାରେ ଘାଇ ମରାମତି ନକଲେ ପୁନର୍ବାର ମହାନଦୀର ସ୍ୱଳ୍ପ ବନ୍ୟା ଆସିଲେ ମଧ୍ୟ ସାପୁଆ ନଦୀ ଦେଇ ବନ୍ୟାଜନ ଆସିଲେ ପୁନର୍ବାର ନିଧିପୁର ଗଡାରେ ବନ୍ୟାଜଳ ପ୍ରବାହିତ ହେବ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories