www.samajalive.in
Saturday, December 13, 2025
26.1 C
Bhubaneswar

ଅବଦୁଲ କଲାମଙ୍କ ପ୍ରେରଣାତ୍ମକ ଉକ୍ତି

ଜଣେ ପ୍ରକୃତ ଓ ବାସ୍ତବବାଦୀ ମଣିଷ ହେଉଛନ୍ତି ଭାରତର ପୂର୍ବତନ ରାଷ୍ଟ୍ରପତି ଏପିଜେ ଅବଦୁଲ୍‍ କଲାମ। ସେ ଅମାପ ଜ୍ଞାନ ଓ କୌଶଳର ଏକ ଗନ୍ତାଘର କହିଲେ ଅତ୍ୟୁକ୍ତି ହେବନାହିଁ। ମଣିଷକୁ ବାସ୍ତବ ମଣିଷଟିଏ କରି ଗଢି ତୋଳିବା ପାଇଁ ସେ ସବୁବେଳେ ଚେଷ୍ଟା କରୁଥିଲେ। ଏହି ଉଦ୍ଦେଶ୍ୟରେ ସେ ବହୁ ପ୍ରେରଣାତ୍ମକ ଉକ୍ତି ମଧ୍ୟ କହିଛନ୍ତି। ଚାଲନ୍ତୁ ଜାଣିବା ତାଙ୍କ ମୁଖ ନିଃଶୃତ କିଛି ପ୍ରୋତ୍ସାହନ ଭରା ଓ ପ୍ରେରଣାତ୍ମକ ସନ୍ଦେଶ –

କଲାମ କହିଥିଲେ, ଯଦି ତୁମେ ସୂର୍ଯ୍ୟଙ୍କ ଭଳି ଚମକିବାକୁ ଚାହୁଁଛ ତେବେ ପ୍ରଥମେ ସେହି ସୂର୍ଯ୍ୟ ଭଳି ଜଳିବା ଶିଖ। ଏହି ଦୁନିଆରେ ସମସ୍ତେ ସ୍ୱପ୍ନ ଦେଖିଥାଆନ୍ତି। କିଛି ଲୋକଙ୍କ ସ୍ୱପ୍ନର କିଛି ଅର୍ଥ ରହିଥାଏ ଓ କିଛି ଲୋକଙ୍କର ଅର୍ଥହୀନ ସ୍ୱପ୍ନ ଥାଏ। ହେଲେ ଏହି ସ୍ୱପ୍ନ ହିଁ ମଣିଷର ଭାଗ୍ୟ ବଦଳାଇ ଦେଇଥାଏ। ସଫଳତା ଓ ଅସଫଳତା ଏ ଦୁଇ ଶବ୍ଦ ଆମେ ଦେଖିଥିବା ସ୍ୱପ୍ନରୁ ହିଁ ଆସିଥାଏ।

- Advertisement -

ତେଣୁ ଯଦି ଆପଣଙ୍କର ମଧ୍ୟ କିଛି ସ୍ୱପ୍ନ ଅଛି, ଯଦି ଆପଣ ମଧ୍ୟ ଏହି ଆକାଶରେ ସୂର୍ଯ୍ୟଙ୍କ ଭଳି ଚମକିବାକୁ ଚାହୁଁଛନ୍ତି ତେବେ ସେହି ସୂର୍ଯ୍ୟ ପରି ଜଳିବା ଶିଖନ୍ତୁ। ବିନା ପରିଶ୍ରମ ଓ ଆଗ୍ରହ ବିନା କିଛି ହାସଲ ହୋଇନଥାଏ। ପରୀକ୍ଷା ହେଉ ବା ଜୀବନ, ଯଦି ଶୀର୍ଷରେ ପହଞ୍ଚିବାକୁ ଚାହୁଁଛନ୍ତି ତେବେ ଆଳସ୍ୟ ତ୍ୟାଗ କରିବାକୁ ହେବ। ନିଜକୁ ପ୍ରସ୍ତୁତ କରିବାକୁ ହେବ ଯେ ମୋତେ ଶୀର୍ଷରେ ପହଞ୍ଚିବାର ଅଛି। ଏହା ଉପରେ ଧ୍ୟାନ କେନ୍ଦ୍ରୀଭୂତ ହୋଇ ରହିବା ଆବଶ୍ୟକ। ସେହି ସବୁ ଜିନିଷ ଯାହା ତୁମର ଲକ୍ଷ୍ୟ ଭ୍ରଷ୍ଟ କରୁଛି ସେ କେଉଁ ବ୍ୟକ୍ତି ହେଉନା କାହିଁକି ସେ ସବୁକୁ ଛାଡ଼ିବାକୁ ପଡ଼ିବ। ତେବେ ଯାଇ ଆପଣ ଚମକିବେ ସେହି ସୂର୍ଯ୍ୟ ଭଳି……।

Hot this week

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

Related Articles

Popular Categories