BSKY banner  750×100

ରବିବାର ରାଶିଫଳ

nua o banner
0

ମେଷ: ବିରୋଧର ସମ୍ମୁଖୀନ ହେବେ; କେବଳ ପୂର୍ବାହ୍ଣରେ। ଧନକ୍ଷୟ ହେବାର ସମ୍ଭାବନା ଅଛି। ଅପରାହ୍ଣରେ କାର୍ଯ୍ୟ ହାସଲ କରିବେ। ସର୍ବାଙ୍ଗୀନ ଉନ୍ନତି ହେବ। ଶତ୍ରୁ ଯେତେ ବଳବାନ ହେଲେ ବି ତାକୁ ଦମନ କରିବେ।
ବୃଷ: ମୂଲ୍ୟବାନ ଦ୍ରବ୍ୟ ଲାଭ ହେବ। କାର୍ଯ୍ୟରେ ବାଧା, ବିଘ୍ନ ଉପୁଜିବାର ପ୍ରଶ୍ନ ଉଠୁ ନାହିଁ; ବରଂ ବନ୍ଧୁ ସହାୟତା ପାଇ ନିର୍ବିଘ୍ନରେ କାର୍ଯ୍ୟ ସମ୍ପାଦନ କରିପାରନ୍ତି। ଶ୍ରେଷ୍ଠ ସମ୍ମାନ ଓ ପଦ ପଦବୀ ଲାଭର ସୂଚନା ମିଳୁଛି।
ମିଥୁନ: ମାଙ୍ଗଳିକ କାର୍ଯ୍ୟରେ ଯୋଗଦାନ କରିପାରନ୍ତି। ଧୈର୍ଯ୍ୟବାନ ହେବେ। ପାରିବାରିକ ସୁଖ, ଶାନ୍ତି ଅବ୍ୟାହତ ରହିବ। ଚେଷ୍ଟା ଫଳଦାୟକ ହେବ। ସାବଲୀଳ ଓ ଅମାୟିକ ବ୍ୟବହାରରେ ଲୋକାଦୃତ ହେବେ।
କର୍କଟ: ମନ ଚଞ୍ଚଳ ରହିବ। ଲକ୍ଷ୍ୟ ହାସଲ କରିବା କଷ୍ଟସାଧ୍ୟ ହୋଇପାରେ। ସୌନ୍ଦର୍ଯ୍ୟ ଉପଭୋଗ କରିପାରନ୍ତି। କଳ୍ପନା ବିଳାସୀ ହେବେ। ମନ ସ୍କାମନାପୂର୍ଣ୍ଣ ହେବ। ପ୍ରିୟ ଭାଷୀ ହେବେ। ଶତ୍ରୁକୁ ପରାଜିତ କରି ମାନସିକ ଶାନ୍ତି ଫେରି ପାଇବେ।
ସିଂହ: ସ୍ୱକର୍ମ ଆନନ୍ଦଦାୟକ ହେବ। ନାନା ବିଭବରେ ମଣ୍ଡିତ ହୋଇପାରନ୍ତି। ଶ୍ରେଷ୍ଠ ପଦ-ପଦବୀ ମିଳିବ। ଉଚ୍ଚାସନରେ ଆସୀନ ହେବେ। ସୁ ବକ୍ତାଭାବେ ଖ୍ୟାତି ଅର୍ଜନ କରିପାରନ୍ତି। ଦେବ, ଗୁରୁଙ୍କ କୃପାଲାଭ କରିବେ।
କନ୍ୟା: ଦୃଢ଼ ମୌନଭାବରେ ବୁଡ଼ି ରହି ଉନ୍ନତ ଚିନ୍ତାଧାରାର ଅଧିକାରୀ ହେବେ। କାର୍ଯ୍ୟରେ ପ୍ରାଧାନ୍ୟ ବିସ୍ତାର କରିପାରନ୍ତି। କର୍ମ ତତ୍ପରତା ପ୍ରକାଶ ପାଇବ। ବୁଦ୍ଧି ଚାଳନା କରି କାର୍ଯ୍ୟ ହାସଲ କରିପାରନ୍ତି। ବିବାଦରେ ବିଜୟୀ ହେବେ।
ତୁଳା: କର୍ମକ୍ଷେତ୍ରରେ କାର୍ଯ୍ୟ କରିବାରେ ଉତ୍ସାହ ବୃଦ୍ଧି ପାଇବ। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଶାନ୍ତି-ସନ୍ତୋଷରେ ଦିନଟି ଅତିବାହିତ ହେବ। ତେଜୀୟାନ୍‍ ହେବେ। ସମ୍ପତ୍ତିବାନ ହୋଇପାରନ୍ତି। ଶାସ୍ତ୍ରବିତ୍‍ ହେବେ। ଜନନାୟକ ହୋଇପାରନ୍ତି।
ବିଛା: କର୍ମକ୍ଷେତ୍ର ଉତ୍ସାହଜନକ ହେବ। ସତ୍‍କର୍ମରେ ନିଜକୁ ନିୟୋଜିତ କରିପାରନ୍ତି। ବନ୍ଧୁ ସୁଖ ମିଳିବ। ବସ୍ତ୍ର ଭୂଷଣ ଲାଭ ହୋଇପାରେ। ରୁଚିକର ଭୋଜନରେ ଆପ୍ୟାୟିତ ହୋଇପାରନ୍ତି। ଭଲ ଆୟ ହେବ। ଚିନ୍ତାଧାରା ସୁଦୂର ପ୍ରସାରୀ ହେବ।
ଧନୁ: ଆର୍ଥିକ ସମସ୍ୟାର ସମାଧାନ ପାଇଁ ଗୁରୁତ୍ୱପୂର୍ଣ୍ଣ ଉଦ୍ୟମ ଚଳାଇ ପାରନ୍ତି। ଏଥିପାଇଁ ଖର୍ଚ୍ଚର ପରିମାଣ ବୃଦ୍ଧି ହୋଇପାରେ। ଶୁଭା-ଶୁଭ ମିଶ୍ରିତ ଫଳ ମିଳିବ। ମିଷ୍ଟଭାଷୀ ହେବେ। ଜନ ମଙ୍ଗଳ କାର୍ଯ୍ୟ କରି ପ୍ରଶଂସାର ପାତ୍ର ହେବେ।
ମକର: ଶୁଭ ଖବର ପାଇ ଖୁସି ହୋଇପାରନ୍ତି। ଶତ୍ରୁ ଉପରେ ବିଜୟ ହାସଲ କରିପାରନ୍ତି। ଧନ ଲାଭର ସୂଚନା ମିଳୁଛି। ଶ୍ରେଷ୍ଠ ବିବେକୀ ଓ ସୁପରାମର୍ଶଦାତା ଭାବେ ବିବେଚିତ ହେବେ। ଶ୍ରେଷ୍ଠ ପଦ-ପଦବୀରେ ଆସୀନ ହୋଇପାରନ୍ତି।
କୁମ୍ଭ: ଆୟ ଆଶାନୁରୂପ ହେବ। ସନ୍‍ମାର୍ଗୀ ହେବେ। ନାନା ସୁଖର ଅଧିକାରୀ ହୋଇପାରନ୍ତି। ବିଭାଗୀୟ ଅର୍ଥପ୍ରାପ୍ତିର ସୂଚନା ମିଳୁଛି। ଗୃହ ପରିବେଶ ସନ୍ତୋଷଜନକ ହେବ। କୀର୍ତ୍ତିମାନ ହୋଇପାରନ୍ତି। ଅପାର ଗୁଣର ଅଧିକାରୀ ହେବେ।
ମୀନ: ଚିନ୍ତାଧାରା ଉନ୍ନୟନ ମାର୍ଗୀ ହେବ। କର୍ତ୍ତବ୍ୟ ପରାୟଣ ହୋଇପାରନ୍ତି। କାର୍ଯ୍ୟ ହାସଲ କରିବାରେ ସିଦ୍ଧହସ୍ତ ହେବେ। ମୂଲ୍ୟବାନ ଧାତୁ ଦ୍ରବ୍ୟ ପ୍ରାପ୍ତିର ସୂଚନା ମିଳୁଛି। ଯାନବାହନ ସୁଖ ପାଇବେ। ଗୃହ ସୁଖ ଓ ଐଶ୍ୱର୍ଯ୍ୟ ପ୍ରାପ୍ତି।

Leave A Reply