www.samajalive.in
Friday, December 12, 2025
19.1 C
Bhubaneswar

ମି ଠୁ ଜାଲରେ ବିସିସିଆଇ ସିଇଓ

ମୁମ୍ବଇ : ମହିଳାଙ୍କୁ ଯୌନ ନିର୍ଯାତନା ମାମଲାରେ ମି ଠୁ ଅଭିଯାନ ବର୍ତ୍ତମାନ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ଚଳଚ୍ଚିତ୍ର ଓ ଟିଭି ଅଭିନେତ୍ରୀମାନେ ମୁଖ୍ୟତଃ ଏହି ଅଭିଯାନରେ ସାମିଲ ହୋଇଥିବାବେଳେ ବର୍ତ୍ତମାନ କ୍ରିକେଟ ପ୍ରଶାସକ ଓ ଖେଳାଳିମାନେ ମଧ୍ୟ ଏହି ଜାଲରେ ଫସିଛନ୍ତି। ବିସିସିଆଇର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ରାହୁଲ ଜୋହରିଙ୍କ ବିରୋଧରେ ଜଣେ ମହିଳା ଲେଖିକା ଯୌନ ନିର୍ଯାତନା ଅଭିଯୋଗ ଆଣିଛନ୍ତି। ଅପରପକ୍ଷରେ ଏକ ସପ୍ତାହ ମଧ୍ୟରେ କୈଫିୟତ ଦାଖଲ କରିବାକୁ ବିସିସିଆଇ ପ୍ରଶାସକ କମିଟି ପକ୍ଷରୁ ରାହୁଲଙ୍କୁ ନିର୍ଦେଶ ଦିଆଯାଇଛି।
ହରନିଧ୍‍ କୌର ନାମ୍ନୀ ଏହି ଲେଖିକା ତାଙ୍କର ଟ୍ୱିଟର ପୃଷ୍ଠାରେ ରାହୁଲଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣିଛନ୍ତି। ୨୦୧୬ ଏପ୍ରିଲରେ ବିସିସିଆଇ ସିଇଓ ନିଯୁକ୍ତ ହେବାପୂର୍ବରୁ ରାହୁଲ ଡିସ୍‍କଭରି ଚ୍ୟାନେଲର ଏସିଆ ପ୍ୟାସିଫିକ୍‍ ଜୋନ୍‍ ପାଇଁ କାର୍ଯ୍ୟକାରୀ ଭାଇସ୍‍ ପ୍ରେସିଡେଣ୍ଟଭାବେ କାର୍ଯ୍ୟ କରୁଥିଲେ। ସେହି ସମୟରେ ହରନିଧ୍‍ ମଧ୍ୟ ଡିସ୍‍କଭରି ଚ୍ୟାନେଲରେ କାର୍ଯ୍ୟରତ ଥିଲେ। ଦିନେ ଅନ୍ୟ ଜଣେ ସହକର୍ମୀଙ୍କ ବାସଭବନରେ ଆୟୋଜିତ ପାର୍ଟିରେ ଯୋଗଦେବାକୁ ହରନିଧ୍‍ଙ୍କୁ ରାହୁଲ ଆମନ୍ତ୍ରଣ କରିଥିଲେ। ଉପରିସ୍ଥ ଅଧିକାରୀଭାବେ ରାହୁଲଙ୍କ ପ୍ରସ୍ତାବକୁ ହରନିଧ୍‍ ଏଡାଇ ପାରିନଥିଲେ। ତେବେ ଉକ୍ତ ପାର୍ଟିକୁ ଯିବା ସମୟରେ ରାହୁଲ ମୃଦୁପାନୀୟରେ ନିଶା ଦେଇ ତାଙ୍କ ପ୍ରତି ଯୌନ ବ୍ୟଭିଚାର କରିଥିଲେ ବୋଲି ହରନିଧ୍‍ ଟ୍ୱିଟର ବାର୍ତ୍ତାରେ ଉଲ୍ଲେଖ କରିଛନ୍ତି। ହରନିଧ୍‍ ସେହି ଘଟଣାକୁ ଏପର୍ଯ୍ୟନ୍ତ ଭୁଲିନଥିବାବେଳେ ଏହା ତାଙ୍କ ଜୀବନର ସବୁଠାରୁ କଳା ଦିବସ ଥିଲା ବୋଲି କହିଛନ୍ତି। ସୂଚନାଯୋଗ୍ୟ ନିକଟରେ ଜଣେ ଭାରତୀୟ ଏୟାର ହୋଷ୍ଟେସ ଓ ଅନ୍ୟ ଜଣେ ମଡେଲ/ଅଭିନେତ୍ରୀ ଶ୍ରୀଲଙ୍କାର ଦୁଇ କ୍ରିକେଟର ଲସିଥ୍‍ ମାଲିଙ୍ଗା ଓ ଅର୍ଜୁନ ରଣତୁଙ୍ଗାଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣିସାରିଛନ୍ତି।

Hot this week

୫୦ ବର୍ଷ ପରେ ବଡ ପରଦାକୁ ଆସିଲା ‘ସୋଲେ’

ଭୁବନେଶ୍ୱର:୫୦ ବର୍ଷ ପରେ ବଡ ପରଦାକୁ ଆସିଲା 'ସୋଲେ' ।ସିଲଭର ସ୍କ୍ରିନରେ...

ଦାମୀ କାର୍‌ରେ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଚୋରା ଚାଲାଣ- ଧରି ପକାଇଲେ ଗାଁ ଲୋକ

ଗୁରୁଡ଼ିଝାଟିଆ - ମଧ୍ୟାହ୍ନ ଭୋଜନ ଚାଉଳ ଚୋରା ଚାଲାଣ ବେଳେ ଧରିଲେ...

ନନ୍ଦନକାନନ ଥାନାର ପୂର୍ବତନ ଏସ୍ଆଇ ଅମିନ ଖାନ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର - ଭୁବନେଶ୍ୱରରେ ଥିବା ନନ୍ଦନକାନନ ଥାନା (ଅବସରପ୍ରାପ୍ତ) ପୂର୍ବତନ ପୋଲିସ...

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

Related Articles

Popular Categories