www.samajalive.in
Sunday, December 7, 2025
26.1 C
Bhubaneswar

ଶୋଇଥିବା ବେଳେ ପେଟ୍ରୋଲ ଢାଳି ଜିଅନ୍ତା ଜାଳିଲେ ଦୁର୍ବୃତ୍ତ: ସ୍ବାମୀ, ସ୍ତ୍ରୀ ଗୁରୁତର

କେନ୍ଦୁଝର: ଅମାନବୀୟ, ଅମାନୁଷିକ, ଲୋମଟାଙ୍କୁରା ଘଟଣା। ଶୋଇଥିବା ସମୟରେ ବାହାର ପଟୁ ତାଲା ପକାଇ ପେଟ୍ରୋଲ ଢ଼ାଳି ଜିଅନ୍ତା ଜାଳିଲେ ଦୁର୍ବୃତ୍ତ। ଫଳରେ ଗୁରୁତର ଅବସ୍ଥାରେ ସ୍ବାମୀ, ସ୍ତ୍ରୀ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଏମିତି ଏକ ଅଭାବନିୟ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଥାନା ଅର୍ନ୍ତଗତ ଜାମୁଯୋଡ଼ି ପଞ୍ଚାୟତ ଧାଗୋଠ ଗ୍ରାମର ପଧାନ ସାହିରେ।

ସୂଚନା ଅନୁଯାୟୀ, ଗ୍ରାମର ଉଗ୍ରସେନ ପଲେଇ ଓ ତାଙ୍କ ପତ୍ନୀ ଜୟନ୍ତୀ ଖଟୁଆ ଶୋଇଥିବା ବେଳେ ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ ପରିବାରର ସମସ୍ତ କବାଟରେ ବାହାର ପଟୁ ତାଲା ପକାଇ ନିଆଁ ଲଗାଇ ଦେଇଥିଲା। ସ୍ବାମୀ, ସ୍ତ୍ରୀ ଜଳି ବାହାରକୁ ବାହାରିବାକୁ ଚେଷ୍ଟା କରିଥିଲେ ସୁଦ୍ଧା ବାହାରି ପାରି ନଥିଲେ। ଜୀବନ ବିକଳରେ ବଞ୍ଚିବାକୁ ଚିତ୍କାର କରିବାରୁ ଗାଁ ଲୋକ ଶୁଣି କବାଟ ଭାଙ୍ଗି ଉଦ୍ଧାର କରିଥିଲେ। ଉଭୟ ଗୁରୁତର କଟକ ବଡ ମେଡିକାଲରେ ଚିକିତ୍ସିତ ହେଉଥିବା ଜଣାପଡିଛି। ଉଭୟଙ୍କ ଜୀବନ ସଙ୍କଟାପନ୍ନ ଥିବା ସୂଚନା ମିଳିଛି। ହରିଚନ୍ଦନପୁର ପୁଲିସ ସାଇଣ୍ଟିଫିକ୍ ଟିମ୍ ସହ ଘଟଣାର ତନାଘନା ଚଳାଇଛି।

Hot this week

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

Related Articles

Popular Categories