www.samajalive.in
Monday, December 15, 2025
15.1 C
Bhubaneswar

‘ମୂଲ୍ୟକୁ ବିଗାଡ଼ୁଥିବା ରିଆତି କ୍ଷତିକାରକ’

ନୂଆଦିଲ୍ଲୀ : ମାଗଣାରେ ମିଳୁଥିବା ସୁବିଧା କଦାପି ମାଗଣା ନୁହେଁ ଏବଂ ରାଜନୈତିକ ଦଳଗୁଡିକ ଯେତେବେଳେ ଏହିଭଳି ଯୋଜନା କଥା କହୁଛନ୍ତି, ସେତେବେଳେ ସେମାନେ ସେଥିପାଇଁ ଅର୍ଥ ବ୍ୟବସ୍ଥା କରିବା ଏବଂ ଭୋଟରମାନଙ୍କ ସହିତ କାରବାର ସ୍ପଷ୍ଟ କରିବା ଦରକାର ବୋଲି ଭାରତୀୟ ରିଜର୍ଭ ବ୍ୟାଙ୍କର ଆର୍ଥିକ ନୀତି ନିର୍ଦ୍ଧାରଣକାରୀ କମିଟି (ଏମପିସି) ସଦସ୍ୟ ଅସୀମା ଗୋୟଲ କହିଛନ୍ତି। ଏହା ପ୍ରତିଯୋଗିତାମୂଳକ ଲୋକପ୍ରିୟତା ହାସଲ ଉଦ୍ଦାମତା ହ୍ରାସ କରିବ ବୋଲି ଗୋୟଲ କହିଛନ୍ତି।
ଋବିବାର ଆଉ ମଧ୍ୟ କହିଛନ୍ତି ଯେ ସରକାର ଯେତେବେଳେ ମାଗଣାରେ କିଛି ପ୍ରଦାନ କରନ୍ତି ସେତେବେଳେ କୌଣସି ନା କୌଣସି ଠାରେ ତାହାର ମୂଲ୍ୟ ଦେବାକୁ ହୋଇଥାଏ, କିନ୍ତୁ ଏହା ସାମର୍ଥ୍ୟ ସୃଷ୍ଟି କରୁଥିବା ଜନସାଧାରଣଙ୍କ ପାଇଁ ଉଦ୍ଦିଷ୍ଟ ସାମଗ୍ରୀ ଓ ସେବା ସେବା କ୍ଷେତ୍ରରେ ପ୍ରଯୁଜ୍ୟ। କିନ୍ତୁ ମାଗଣାରେ ବଣ୍ଟନ ଏବଂ ରିଆତି ବ୍ୟବସ୍ଥା ଉତ୍ପାଦନ ଓ ସମ୍ବଳ ଉପରେ ପ୍ରତିକୂଳ ପ୍ରଭାବ ପକାଇବା ସହିତ ବିପୁଳ ପରିମାଣର ପରୋକ୍ଷ ବୋଝ ପକାଇଥାଏ। ଏହାର ଉଦାହରଣ ହେଉଛି ପଞ୍ଜାବରେ ମାଗଣା ବିଦ୍ୟୁତ ଶକ୍ତି ଯୋଗାଣ ଯୋଗୁ ସେଠାରେ ଜଳ ସ୍ତର ହ୍ରାସ ପାଉଛି। ସେ କହିଛନ୍ତି ମାଗଣା ବଣ୍ଟନ ଦ୍ୱାରା ସ୍ୱାସ୍ଥ୍ୟ, ଶିକ୍ଷା, ବାୟୁ ଏବଂ ଜଳର ମାନ ନିମ୍ନମୁଖୀ ହେବା ସହିତ ତାହା ଦରିଦ୍ରଙ୍କୁ ସର୍ବାଧିକ ପ୍ରଭାବିତ କରିଥାଏ। ଭାରତର ବୃହତ୍‍ ଅର୍ଥନୈତିକ ପରିସ୍ଥିତି ସମ୍ପର୍କରେ ଉଲ୍ଳେଖ କରି ବିଶିଷ୍ଟ ଅର୍ଥନୀତିଜ୍ଞ ଗୋୟଲ କହିଛନ୍ତି ଯେ, ଲଗାତର ବିଶ୍ୱସ୍ତରରେ ଆଘାତ ଏବଂ ମୂଲ୍ୟ ବୃଦ୍ଧି ସତ୍ତ୍ବେ ଭାରତର ଅଭିବୃଦ୍ଧି ଧାରା ଜାରି ରହିଛି। ଅଧିକାଂଶ କ୍ଷେତ୍ରରେ ଆଶାନୁରୂପ ସ୍ତର ଠାରୁ ଏବଂ ଅନେକ ରାଷ୍ଟ୍ର ତୁଳନାରେ ଭାରତ ଆହ୍ୱାନମୂଳକ ପରିସ୍ଥିତିରେ ଉତ୍ତମ ପ୍ରଦର୍ଶନ କରିଛି। ଏପରିକି ବିଶ୍ୱସ୍ତରରେ ଅଭିବୃଦ୍ଧି ମନ୍ଥର ହେଲେ ମଧ୍ୟ ଚୀନ ଓ ଭାରତର ଡିଜିଟାଲ ପ୍ରଯୁକ୍ତିର ବିବିଧକରଣ ଏବଂ ରପ୍ତାନିକୁ ପ୍ରୋତ୍ସାହିତ କରିବା ନିମନ୍ତେ ସରକାରୀ ପ୍ରୟାସ ଦ୍ୱାରା ଭାରତର ରପ୍ତାନିକୁ ସମର୍ଥନ ମିଳିବ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories