ଦିନ ମଜୁରିଆକୁ ୩୭ ଲକ୍ଷ ଟଙ୍କାର ଆୟକର ନୋଟିସ୍
ପାଟନା : ବିହାର ଖାଗରିଆ ଜିଲାର ଜଣେ ଦିନ ମଜୁରିଆକୁ ୩୭.୫ ଲକ୍ଷ ଟଙ୍କାର ଆୟକର ନୋଟିସ ମିଳିଛି। ନୋଟିସ ପାଇଥିବା ଦିନ ମଜୁରିଆ ହେଉଛନ୍ତି ଗିରୀଶ ଯାଦବ। ନୋଟିସ ପାଇବା ପରେ ଗିରୀଶ ଆଶ୍ଚର୍ଯ୍ୟ ପ୍ରକାଶ କରିବା ସହିତ ପୁଲିସର ଦ୍ବାରସ୍ଥ ହୋଇଛନ୍ତି। ପୁଲିସ ଅଭିଯୋଗର ତଦନ୍ତ କରିବା ପରେ କହିଛି ଯେ ଗିରୀଶଙ୍କ ନାମରେ ଅନ୍ୟ କେହି ପାନ୍ ନମ୍ବର ବାହାର କରିଛନ୍ତି। ମାତ୍ର ଗିରୀଶଙ୍କର ନିଜସ୍ବ ପାନ୍ନମ୍ବର ନାହିଁ। ଆୟକର ନୋଟିସ ଅନୁଯାୟୀ ଗିରୀଶ ରାଜସ୍ଥାନର ଏକ କମ୍ପାନୀ ସହିତ ଜଡିତ ଥିବା ଦର୍ଶାଯାଇଛି। ମାତ୍ର ଗିରୀଶ କେବେହେଲେ ରାଜସ୍ଥାନ ଯାଇ ନାହାନ୍ତି।
Comments are closed.