କରୋନା ବୁଷ୍ଟର ଟିକାଦାନ ଶିବିର

ଚୌଦ୍ୱାର : କରୋନା ବୁଷ୍ଟର ଡୋଜ ଟିକା ନେବାପାଇଁ ସାଧାରଣରେ ଆଗ୍ରହ କମି ଯାଉଥିବାରୁ ଗ୍ରାମାଞ୍ଚଳରେ ଲୋକ ମାନଙ୍କୁ ଏଦିଗରେ ସଚେତନ କରିବା ଓ ଟିକାକରଣ ଲକ୍ଷରେ ଆଗ୍ରାହାଟ ପଞ୍ଚାୟତ କୁଜୀବର ଗ୍ରାମରେ ଏକ କରୋନା ବୁଷ୍ଟର ଡୋଜ ଟିକାଦାନ ଶିବିର ଅନୁଷ୍ଠିତ ହୋଇ ଯାଇଛି। ରୋଟାରୀ କ୍ଲବ୍ କଟକ ଅଭିନବ ଓ କୁଜୀବର କମ୍ୟୁନିଟି କ୍ରପସର ମିଳିତ ଆନୁକୁଲରେ ସ୍ଥାନୀୟ ସାଧୁସୁନ୍ଦର ମଠରେ ଆୟୋଜିତ ଏହି ଶିବିରରେ ପଞ୍ଚାୟତର ୬୧୫ଜଣଙ୍କୁ ବୁଷ୍ଟର ଟିକାଦାନ କରାଯାଇଥିଲା। ଜିଲା ପରିଷଦ ସଦସ୍ୟା ଜ୍ୟୋତ୍ସାରାଣୀ ସୁବୁଦ୍ଧିରାୟ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । କ୍ଲବ ସମ୍ପାଦକ ଅଭିଜିତ୍ ମହାନ୍ତି, ସୁଧାଂଶୁ ଶେଖର ଜେନା, ଜୀବନ ପଟ୍ଟନାୟକ, କରୁଣାକର ବେହେରା ପ୍ରମୁଖ କରୋନା ରୋଗର ଭୟାବହତା ସମ୍ପର୍କରେ ଆଲୋଚନା କରି ଏହାକୁ ପ୍ରତିହତ କରିବାକୁ ହେଲେ ସମସ୍ତେ କରୋନା ଟିକାର ସମସ୍ତ ଡୋଜ ନେବା ପାଇଁ ଲୋକ ମାନଙ୍କୁ ପରାମର୍ଶ ଦେଇଥିଲେ । ଟାଙ୍ଗୀ ସ୍ୱାସ୍ଥ୍ୟକେନ୍ଦ୍ରର କର୍ମୀ ମାନେ ଟିକାଦାନ କରିଥିଲେ। ଆରସିସି ସଭାପତି ଉମେଶ ଚନ୍ଦ୍ର ସାହାଣୀ, ମଧୁସୁଦନ ବିଶ୍ୱାଳ, ଅନ୍ତର୍ଯ୍ୟାମୀ ଦାସଙ୍କ ସମେତ ସମସ୍ତ ସଦସ୍ୟ ଶିବିର ପରିଚାଳନା କରିଥିଲେ। ଶିକ୍ଷାବିତ୍ ବାସୁଦେବ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

kalyan agarbati

Comments are closed.