www.samajalive.in
Monday, December 15, 2025
24.1 C
Bhubaneswar

ବଢ଼ିଲା +୨ ନାମଲେଖା ଅବଧି

ଭୁବନେଶ୍ବର: ରାଜ୍ୟରେ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି +୨ ନାମଲେଖା ତାରିଖ ଅବଧିକୁ ବୃଦ୍ଧି କରାଯାଇଛି । ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ଅନୁମୋଦନକ୍ରମେ ଯୁକ୍ତ ଦୁଇ ନାମଲେଖା ନିମ‌େ‌ନ୍ତ ପରିବର୍ତ୍ତିତ କାର୍ଯ୍ୟସୂଚୀ ଜାରି କରାଯାଇଛି । ଏହି ନୂତନ କାର୍ଯ୍ୟସୂଚୀ ଅନୁସାରେ, +୨ ପ୍ରଥମ ପର୍ଯ୍ୟାୟ ନାମଲେଖା ତାରିଖ ଅଗଷ୍ଟ ୧୯ରୁ ୨୫ ତାରିଖ ପର୍ଯ୍ୟନ୍ତ ସ୍ଥିର କରାଯାଇଥିବାବେଳେ ଏହାକୁ ୩୦ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ସେହିପରି ଦ୍ବିତୀୟ ପର୍ଯ୍ୟାୟ ନାମଲେଖା ଅବଧି ସେପ୍ଟେମ୍ବର ୫ରୁ ୭ ତାରିଖ ପର୍ଯ୍ୟନ୍ତ ଧାର୍ଯ୍ୟ ହୋଇଥିଲାବେଳେ ଏହାକୁ ସେପ୍ଟେମ୍ବର ୮ରୁ ୧୦ ତାରିଖ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି । ତତ୍କାଳ ନାମଲେଖା (ସ୍ପଟ୍ ସିଲେକ୍ସନ)ର ଅବଧି ସେପ୍ଟେମ୍ବର ୧୫ ଓ ୧୬ ତାରିଖ ରଖାଯାଇଥିଲା । ବିଭିନ୍ନ ମହାବିଦ୍ୟାଳୟରେ ଏବେ ଏହି ତତ୍କାଳ ନାମଲେଖା ସେପ୍ଟେମ୍ବର ୧୭ରୁ ୨୦ ତାରିଖ ମଧ୍ୟରେ ହେବ।
ସୂଚନାଯୋଗ୍ୟ, ଶୁକ୍ରବାର ଠାରୁ ରାଜ୍ୟର ବିଭିନ୍ନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକରେ ୨୦୨୨-୨୩ ଶିକ୍ଷାବର୍ଷ ବର୍ଷ ପାଇଁ ନାମଲେଖା ଆରମ୍ଭ ହୋଇଛି। ପ୍ରଥମ ଦିନରେ ୫୦ ହଜାରରୁ ଅଧିକ ଛାତ୍ରଛାତ୍ରୀ ନାମ ଲେଖାଇଥିଲେ। ଏହି ପର୍ଯ୍ୟାୟରେ ମୋଟ୍ ୪,୦୪,୪୦୦ ଛାତ୍ରଛାତ୍ରୀ ନାମ‌ ଲେଖାଇବେ। ରାଜ୍ୟରେ ବନ୍ୟା ଯୋଗୁ ବହୁ ଅଞ୍ଚଳ ଜଳମଗ୍ନ ହୋଇଛି। ଏହାକୁ ଦୃଷ୍ଟିରେ ରଖି ନାମଲେଖା ଅବଧି ବୃଦ୍ଧି ପାଇଁ ଦାବି ହେଉଥିଲା।

Hot this week

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

ସମ୍ପାଦକୀୟ : ସଲ୍ଟଲେକ୍‌ ଦୁଃଖ

ନିୟମ ସମସ୍ତଙ୍କ ପାଇଁ ସମାନ କଲକାତାର ସଲ୍ଟଲେକ୍ ଷ୍ଟାଡିୟମରେ ବିଶ୍ୱର ମହାନ ଫୁଟବଲ...

ରାତିରେ ସ୍ଵେଟର କିମ୍ବା ଜ୍ୟାକେଟ୍ ପିନ୍ଧି ଶୋଉଛନ୍ତି କି….

ନୂଆଦିଲ୍ଲୀ: ବର୍ତ୍ତମାନ୍ ଶୀତ ଦିନ ଚାଲିଛି। ସାରା ଦେଶରେ ଶୀତ ଲହରୀ...

ଶୁକ୍ର ନକ୍ଷତ୍ର ପରିବର୍ତ୍ତନ: ବର୍ଷ ଶେଷରେ ତିନି ରାଶି ହେବେ ମାଲାମାଲ

ସମାଜ ଡିଜିଟାଲ ଡେସ୍କ: ସବୁଗ୍ରହ ମାନଙ୍କ ମଧ୍ୟରେ ଶୁକ୍ର ଗ୍ରହ ହେଉଛନ୍ତି...

ଧର୍ମଶାଳା ଗଣ୍ଡଗୋଳ ; କାର୍ଯ୍ୟାନୁଷ୍ଠାନ ଦାବି କଲେ ନବୀନ

ସମାଜ ଲାଇଭ ଡ଼େସ୍କ : ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ...

Related Articles

Popular Categories