www.samajalive.in
Sunday, December 14, 2025
19.1 C
Bhubaneswar

ବିଶ୍ୱ ଫଟୋଗ୍ରାଫର ଦିବସ ପାଳିତ

ଚୌଦ୍ୱାର: ଟେନାମେଣ୍ଟସ୍ଥିତ ଯଯାତୀ କେଶରୀ କ୍ଲବ୍‍ ପରିସରରେ ଶୁକ୍ରବାର ବିଶ୍ୱ ଫଟୋଗ୍ରାଫର ଦିବସ ପାଳିତ ହୋଇ ଯାଇଛି। ଚୌଦ୍ୱାର ଫଟୋଗ୍ରାଫର ଆସୋସିଏସନ୍‍ ଆନୁକୂଲ୍ୟରେ ସଭାପତି ସତ୍ୟବ୍ରତ ଦାସଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଉପ ନଗରପାଳ ଶୁଭେନ୍ଦୁ ସାମଲ, ଭିଡ଼ିଓ ରିପୋର୍ଟର ମନୋଜ ମିଶ୍ର, କାଉନସିଲର ଆଶୁତୋଷ ଦାସ , ଫଟୋଗ୍ରାଫର ଗୋକୁଳାନନ୍ଦ ସାହୁ, ରମେଶ ଚନ୍ଦ୍ର ମହାପାତ୍ର, ସୁବୀର ଦାସ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଉତ୍କୃଷ୍ଟ ତଥା ସତ୍ୟ ସମ୍ବାଦ ପରିବେଷଣ କ୍ଷେତ୍ରରେ ଫଟୋ ସାମ୍ବାଦିକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ମତବ୍ୟକ୍ତ କରିଥିଲେ।ଏହି ଅବସରରେ ଅନୁଷ୍ଠିତ ଆଲୋଚନାଚକ୍ରରେ ଅଞ୍ଚଳର ଛାପା ଓ ବୈଦ୍ୟୁତିକ ଗଣମାଧ୍ୟମର ପ୍ରତିନିଧିମାନେ ଅଂଶ ଗ୍ରହଣ କରିଥିଲେ।ସ୍ୱାଗତିକା ଫାଉଣ୍ଡେସନ୍‍ ସମ୍ପାଦକ ଜୟନ୍ତୀ ପୃଷ୍ଟି, ସମାଜସେବୀ ପ୍ରଦୀପ ମହାପାତ୍ର, କ୍ଷୁଦ୍ର ଚଳଚିତ୍ର ନିର୍ମାତା ପ୍ରାଚୀ ରଞ୍ଜନ ଦାସ, ଛାତ୍ରୀ ପୂଜାରାଣୀ ବେଜଙ୍କୁ ଅତିଥିମାନେ ସମ୍ବର୍ଦ୍ଧିତ କରିଥିଲେ। ସଂଜୀବ ତିୱାରୀ ଧନ୍ୟବାଦ ଅର୍ପଣ କରିଥିଲେ। ସଂଗଠନର ସମସ୍ତ ସଦସ୍ୟ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

Hot this week

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

Related Articles

Popular Categories