www.samajalive.in
Sunday, December 14, 2025
19.1 C
Bhubaneswar

ପାଲା ମହୋତ୍ସବ ଉଦ୍‍ଘାଟିତ

ଚୌଦ୍ୱାର: ଚୌଦ୍ୱାର ଶ୍ରୀ ଶ୍ରୀ ସତ୍ୟନାରାୟଣ ପାଲା ସମିତି ଆନୁକୂଲ୍ୟରେ ୧୧୬ତମ ପାଲା ମହୋତ୍ସବ ଆରମ୍ଭ ହୋଇଛି। ବଡ଼ ବଜାରସ୍ଥିତ ସତ୍ୟନାରାୟଣ ପୂଜା ମଣ୍ଡପରେ ଶୁକ୍ରବାର ଆୟୋଜିତ ଏହି ପାରମ୍ପରିକ କାର୍ଯ୍ୟକ୍ରମକୁ ବରିଷ୍ଠ ନାଗରିକ ବୈକୁଣ୍ଠନାଥ ପୃଷ୍ଟି ଆନୁଷ୍ଠାନିକ ଭାବେ ଉଦ୍‍ଘାଟନ କରିଥିଲେ।ସଭାପତି ମନୋଜ କୁମାର ନାୟକଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଉତ୍ସବରେ ପଦ୍ମଶ୍ରୀ ଉଚ୍ଛବ ଚରଣ ଦାସ, କାଉନସିଲର ଅଜୟ କୁମାର ବେହେରା,ରବି ନାରାୟଣ ସାହୁ,ସଦାନନ୍ଦ ସାହୁ,ବିଚିତ୍ରାନନ୍ଦ ସାହୁ, ମଙ୍ଗରାଜ ବେହେରା, ସୁଶାନ୍ତ କୁମାର ନାୟକ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ।ଉଦ୍‍ ଘାଟନୀ ସଂଧ୍ୟାରେ ଯାଜପୁର ସାହସୀଭନ୍ତପୁରର ଗାୟକ ମଞ୍ଜୁଳ ମୁରଲୀ ମନୋହର ସାହୁ ଏବଂ ସାଥୀ ପାଲା ପରିବେଷଣ କରିଥିଲେ।ଦୀର୍ଘ ୧୧ଦିନ ଧରି ଅନୁଷ୍ଠିତ ହେଉଥିବା ଏହି ପାଲା କାର୍ଯ୍ୟକ୍ରମରେ ରାଜ୍ୟର ବହୁ ସୁନାମଧନ୍ୟ ପାଲାକାର ପୌରାଣିକ କଥାବସ୍ତୁ ଏବଂ ପ୍ରଚୀନ ସାହିତ୍ୟ ଉପରେ ପ୍ରତିଦିନ ସଂଧ୍ୟାରେ ପାଲା ପରିବେଷର କରିବେ ବୋଲି ଆୟୋଜକଙ୍କ ସୁତ୍ରରୁ ପ୍ରକାଶ।

Hot this week

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

Related Articles

Popular Categories