ତିଗିରିଆ: ତିଗିରିଆ ବ୍ଲକ ବନ୍ୟା ପ୍ରଭାବିତ ଗଦାଧରପୁର ପଞ୍ଚାୟତର ବିଭିନ୍ନ ଗ୍ରାମରେ କଟକ ସିଡ଼ିଏସ୍ଥିତ ସଫଟ୍ରି ଟେକ୍ନୋଲୋଜି ପ୍ରାଇଭେଟ ଲିମିଟେଡ଼ ପକ୍ଷରୁ ବିପନ୍ନଙ୍କୁ ଶୁଖିଲା ଖାଦ୍ୟ ପ୍ରଦାନ କରାଯାଇଛି। ଅନୁଷ୍ଠାନର ମାଲିକ ଶ୍ରୀକାନ୍ତ କୁମାର ବାରିକ୍ ନିଜେ ଉପସ୍ଥିତ ରହି ଗଦାଧରପୁର ପଞ୍ଚାୟତର ହରିଶରଣପୁର, କୋଇଲକନ୍ୟା, ରଘୁରାମପୁର ଏବଂ କଣ୍ଠିପୁର ଗ୍ରାମର ବନ୍ୟା ବିପନ୍ନ ସମସ୍ତ ପରିବାର ସହିତ ଗଦାଧରପୁର ଗ୍ରାମର ଅନୁସୂଚିତ ଜାତି ବର୍ଗର ପରିବାର, ଭିନ୍ନକ୍ଷମ ଏବଂ ବିଧବା ମହିଳାମାନଙ୍କୁ ଶୁଖିଲା ଖାଦ୍ୟ ପୁଡ଼ିଆ ଚୁଡ଼ା, ଚିନି ଓ ବିସ୍କୁଟ ପ୍ରଦାନ କରିବା ସହିତ ସେମାନଙ୍କ ସମସ୍ୟା ସମ୍ପର୍କରେ ପଚାରି ବୁଝିଥିଲେ।
Popular Categories



