www.samajalive.in
Monday, December 15, 2025
24.1 C
Bhubaneswar

୨୪ ଘଣ୍ଟା ପରେ ସ୍ୱଭାବିକ ହେଲା ବିପର୍ଯ୍ୟସ୍ଥ ବିଦ୍ୟୁତ୍‍ ସେବା

କଲମପୁର:ଶୁକ୍ରବାର ଅପରାହ୍ନ ୩ଟାରୁ ଶନିବାର ସକାଳ ଅପରାହ୍ନ ୪ଟା ମଧ୍ୟରେ କଲମପୁର ଏବଂ ଥୁଆମୁଳ ରାମପୁର ଅଂଚଳରେ ବିଦ୍ୟୁତ୍‍ ସେବା ଗୋଲ। ବିଦ୍ୟୁତ୍‍ ସେବା ବିପର୍ଯ୍ୟସ୍ଥ ଯୋଗୁଁ ବର୍ଷା ରାତି ଅନ୍ଧାରରେ କାଟିବାକୁ ବାଧ୍ୟ ହେଉରଛନ୍ତି ଲୋକେ। ଏବେ ସଂପ୍ରତିଚୋର ଭୟ ଲାଗି ରହିଛି ଏହାସହ ବର୍ଷା ଦିନେ ବିଷାକ୍ତ ସାପ କୀଟ ପତଙ୍ଗଙ୍କ ପ୍ରାଦୁର୍ଭାବ ଲାଗି ରହିଥାଏ। ଏହି ସମସ୍ୟା ଦିନେ କି ଦୁଇ ଦିନ ନୁହେଁ ଲଗାତାର ଭାବେ ଲାଗି ରହିଥିବାରୁ ଉଭୟ କଲମପୁର ଓ ଥୁଆମୁଳ ରାମପୁର ଅଂଚଳର ଉପଭୋକ୍ତାଙ୍କ ମଧ୍ୟରେ ବିଦ୍ୟୁତ୍‍ ବିଭାଗ ବିରୁଦ୍ଧରେ ଅସନ୍ତୋଷ ବୃଦ୍ଧି ପାଉଛି। ନିକଟରେ ଏହାର ପ୍ରଭାବ ଥୁଆମୁଳ ରାମପୁର ଅଂଚଳରେ ପ୍ରଭାବିତ ହେଇଥିବା ବେଳେ କଲମପୁର ଅଂଚଳର ଉପଭୋକ୍ତାଙ୍କ ମଧ୍ୟରେ ଏବେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି। ଜୁନାଗଡ଼ ଗ୍ରୀଡ ଠାରୁ କଲମପୁର ସବଷ୍ଟେସନର ଦୂରତ୍ୱ ପ୍ରାୟ ୩୫ କିଲୋମିଟର ଥିବା ବେଳେ ଥୁଆମୁଳ ରାମପୁର ର ଦୂରତ୍ୱ ୫୦ କିଲୋମିଟରରୁ ଅଧିକ ହେବ। ଏତେଦୂର ଲମ୍ବା ଲାଇନ ପାଇଁ ଅନେକ ସମୟରେ ତୃଟି ହେଉଥିବା କୁହାଯାଉଥିଲେ ମଧ୍ୟ ଏହାର ସମାଧାନ ଦିଗରେ ପଦକ୍ଷେପ ନିଆଯାଇନଥିବାରୁ ଉଭୟ କଲମପୁର ଓ ଥୁଆମୁଳ ରାମପୁର ଅଂଚଳର ବିଦ୍ୟୁତ ଉପଭୋକ୍ତା ଅସୁବିଧାର ସମ୍ମୁଖିନ ହେଉଛନ୍ତି। ଏପରିକି ପ୍ରାୟ ପରିବାର ବିଦ୍ୟୁତ୍‍ ଚାଳିତ ପାଣି ପମ୍ପ ବ୍ୟବହାର କରୁଥିବାରୁ ପାଣି ପାଇଁ ହଇରାଣ ହରକତ ହେଉଛନ୍ତି। ବର୍ତମାନ ଛାତ୍ର ଛାତ୍ରୀଙ୍କ ବିଦ୍ୟାଳୟ, ମହାବିଦ୍ୟାଳୟରେ ନାମ ଲେଖାଇବାର ସମୟ କିନ୍ତୁ ବିଭିନ୍ନ କାଗଜାତ ଅନଲାଇନ ଆବେଦନ ପ୍ରମାଣ ପତ୍ର ସବୁର ଜେରକ୍ସ କରିବା ପାଇଁ ଅସୁବିଧାର ସମ୍ମୁଖିନ ହେଉଛନ୍ତି। ଦିନେ କି ଦୁଇ ଦିନ ନୁହେଁ ରିତିମତ ଏଭଳି ସମସ୍ୟାର ସମ୍ମୁଖିନ ହେଉଥିବା ଶାଗବାରୀ ଗ୍ରାମର ବିଦ୍ୟୁତ୍‍ ଉପଭୋକ୍ତା ହରେକୃଷ୍ଣ ସାହୁ ମତବ୍ୟକ୍ତ କରିଛନ୍ତି।

Hot this week

ଧର୍ମଶାଳା ଗଣ୍ଡଗୋଳ ; କାର୍ଯ୍ୟାନୁଷ୍ଠାନ ଦାବି କଲେ ନବୀନ

ସମାଜ ଲାଇଭ ଡ଼େସ୍କ : ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ...

ପିକନିକ୍‌ରୁ ଫେରିବାବେଳେ ଦୁର୍ଘଟଣା..

ଛତ୍ରପୁର: ଛତ୍ରପୁର ଜାତୀୟ ରାଜପଥ ଏକାମ୍ରନଗରରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କୋରାପୁଟରୁ...

ବହିଷ୍କୃତ ପରେ ମୁହଁ ଖୋଲିଲେ ମୋକିମ୍‌: ମୋ ବିଚାରଧାରା କଂଗ୍ରେସ ସହ ଅଛି

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବହିଷ୍କୃତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି...

ମୁମ୍ବଇରେ ମେସି ମାନିଆ

ମୁମ୍ବଇ : ବିଶ୍ବବିଜେତା ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର ଅଧିନାୟକ ଲିଓନେଲ୍ ମେସି...

ମେସିଙ୍କୁ ଜର୍ସି ଉପହାର ଦେଲେ ସଚିନ

ମୁମ୍ବଇ :କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ କ୍ରିକେଟ ଜଗତର ସବୁଠାରୁ ବଡ...

Related Articles

Popular Categories