www.samajalive.in
Monday, December 15, 2025
14.1 C
Bhubaneswar

ନବରଙ୍ଗପୁର ସାଂସଦଙ୍କ ସିନ୍ଧ୍ରିମାଳ ଗସ୍ତ, କନ୍ୟାଶ୍ରମ ପରିଦର୍ଶନ

ମାଲକାନଗିରି: ମାଲକାନଗିରି ସଦର ବ୍ଲକ ସ୍ଥିତ ସିନ୍ଦ୍ରିମାଲ ଗ୍ରାମପଞ୍ଚାୟତର ସତୀଗୁଡା କନ୍ୟାଶ୍ରମ ବିଦ୍ୟାଳୟ ଗ୍ରସ୍ତ କରି ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ ଓ ମାଲକାନଗିରି ପୂର୍ବତ୍ତନ ବିଧାୟକ ମାନସ ମାଡକାମୀ ବିଦ୍ୟାଳୟର ସମସ୍ତ ଛାତ୍ରୀମାନଙ୍କ ସହ ପାଠପଢା ବିଷୟରେ ଆଲୋଚନା କରିବା ସହ ବିଦ୍ୟାଳୟର ପ୍ରଧାନଶିକ୍ଷକ ଏବଂ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହ ଆଲୋଚନା କରିଛନ୍ତି। ଉକ୍ତ ସତୀଗୁଡା କନ୍ୟାଶ୍ରମ ବିଦ୍ୟାଳୟ ୫-ଟି ସ୍ମାର୍ଟ ବିଦ୍ୟାଳୟରେ ଅନ୍ତର୍ଭୁକ୍ତ ହୋଇଥିବା ବେଳେ ଆଗାମୀ ଦିନରେ +୨ ବିଦ୍ୟାଳୟ କରିବା ପାଇଁ ସାଂସଦଙ୍କୁ ସତୀଗୁଡା ଗ୍ରାମ ବାସୀ ଦାବି ଜଣାଇଲେ।

ଏହି ଗ୍ରସ୍ତ କାର୍ଯ୍ୟକ୍ରମରେ ଚମ୍ପାଖାରି ଗ୍ରାମ ମା କନକ ଦୁର୍ଗା ମନ୍ଦିର ପ୍ରାଙ୍ଗଣରେ ଏକ ସାଧାରଣ ସଭାରେ ଯୋଗ ଦେଇ ସାଂସଦ ଗ୍ରାମବାସୀଙ୍କ ସହ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରି ଥିବା ବେଳେ ଘର ବାଡ଼ି ପଟ୍ଟା, ଗ୍ରାମରେ ଷ୍ଟ୍ରୀଟ ଲାଇଟ୍ ଓ ଗ୍ରାମରେ ଗୋଷ୍ଟି କେନ୍ଦ୍ର ନିମନ୍ତେ ସାଂସଦଙ୍କୁ ଗ୍ରାମ ବାସୀ ଦାବୀ ଜଣାଇଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories