www.samajalive.in
Monday, December 15, 2025
14.1 C
Bhubaneswar

ସତ୍ୟବାଦୀରେ ୫ ହଜାର ଏକର ଧାନ ଫସଲ ଓ ପରିବା ଚାଷ କ୍ଷତିଗ୍ରସ୍ତ

ସାକ୍ଷୀଗୋପାଳ: ଚଳିତ ବନ୍ୟା ଫଳରେ ସତ୍ୟବାଦୀ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତିର ହୋଇଛି। ପୂର୍ବ ସତ୍ୟବାଦୀ ଅନ୍ତର୍ଗତ କେତକୀପାଟଣା ଓ ବଳରାମ ପୁର ଗଡ଼ ପଞ୍ଚାୟତରେ ଧନୁଆ ନଦୀର ବନ୍ୟା ପାଣି ପଦ୍ମ ପୁର, ଦୁବ ପାଟଣା, କେତକୀପାଟଣା, ରୟତ ସାହି, ଅଲଣ୍ଡା ପଡ଼ା, ବାଲି ଉପର, ବିଶ୍ୱନାଥ ଦେଉଳି, ପୁରୁଣା ବୁଢ଼ାକେରା, ନୂଆ ବୁଢ଼ାକେରା, ବିଭୂତି ପୋଖରୀ, ମାଳ ସାହି ଓ ବାଲି ସାହି ଗ୍ରାମର ଗହୀରରେ ୩ ଦିନ ହେଲାଣି ପ୍ରାୟ ୩ ଫୁଟ ଉଚ୍ଚତାରେ ବନ୍ୟା ଜଳ ରହିଛି। ଫଳରେ ଏହି ଅଞ୍ଚଳରେ ପ୍ରାୟ ଏକ ହଜାର ଏକରରୁ ଉର୍ଦ୍ଧ୍ୱ ଧାନ ଜମି ଓ ପରିବା ଚାଷ ପାଣିରେ ବୁଡି ରହିଛି। ସତ୍ୟବାଦୀ ବ୍ଲକ ଅଧ୍ୟକ୍ଷ ସୁନୀଲ କୁମାର ପଣ୍ଡା ଓ ମଣ୍ଡଳ କୃଷି ଅଧିକାରୀ କଲ୍ୟାଣ ରାୟଙ୍କ ସମେତ ଅନ୍ୟମାନେ ଏହି ବନ୍ୟାଞ୍ଚଳ ପରିଦର୍ଶନ କରିଥିଲେ।

ସେହିପରି ପଶ୍ଚିମ ସତ୍ୟବାଦୀ ଅନ୍ତର୍ଗତ ଶୁକଳ ପଞ୍ଚାୟତରେ ଲୁଣା ନଦୀର ପଛୁଆ ପାଣି ଗତ ୮ ଦିନ ଜମି ରହିଛି। ଫଳରେ ଶୁକଳ, ବାମ ବରଡ଼ା, ଦୋଖଣ୍ଡ ପୁର, ଦକ୍ଷିଣ କେରା, ମାର୍କଣ୍ଡ ପଡ଼ା ଓ ରାୟ ପୁର ଗ୍ରାମର ପ୍ରାୟ ୬ ହଜାର ଜନସାଧାରଣ ଜଳବନ୍ଦୀ ହୋଇ ରହିଛନ୍ତି। ୪ ହଜାରରୁ ଏକରରୁ ଉର୍ଦ୍ଧ୍ୱ ଧାନ ଫସଲ ଓ ପରିବା ଚାଷ ୮ ଦିନ ହେଲାଣି ପ୍ରାୟ ୫ ଫୁଟ ପାଣିରେ ବୁଡି ରହିଛି। ଧାନ ଓ ପରିବା ଫସଲ ନଷ୍ଟ ହୋଇ ଗଲାଣି। ଲୁଣା, ରତ୍ନଚୀରା ଆଡ଼ ନଈରେ ଦୟା, ଭାର୍ଗବୀ ଓ ଲୁଣା ନଈର ବଡ଼ ଗୋଠ ଠାରୁ ଆସୁଥିବା ପଛୁଆ ପାଣି ଚିଲିକାକୁ ନିଷ୍କାସିତ ହୋଇ ନ ପାରି ସତ୍ୟବାଦୀ ବ୍ଲକର ଶୁକଳ, ଆଳିସ ଓ ମଧୁବନ ପଞ୍ଚାୟତରେ ପ୍ରବେଶ କରୁଛି। ମାର୍କଣ୍ଡ ପଡ଼ା ଗ୍ରାମ ମୁଣ୍ଡରେ ଲୁଣା ରତ୍ନଚୀରା ଆଡ଼ ନଈର ବନ୍ୟା ଜଳ ନଦୀର ବାମ ପଟ ବନ୍ଧ ଡେଇଁ ଏହି ଅଞ୍ଚଳକୁ ପ୍ରବେଶ କରୁଛି। ଶ୍ରୀ ଶ୍ରୀ ନୀଳକଣ୍ଠେଶ୍ଵର ଦେବଙ୍କ ମନ୍ଦିରରେ ୪ ଫୁଟ ଉଚ୍ଚତାରେ ପାଣି ରହିଛି। ଜୋକଦଳି ବନ୍ଧ ଉପରେ ୫ ଫୁଟ ଉଚ୍ଚତାରେ ସତ୍ୟବାଦୀ ଅଞ୍ଚଳରେ ପ୍ରବେଶ କରୁଛି। ଫଳରେ ବନ୍ୟା ଜଳ ଏହି ଅଞ୍ଚଳରେ ଅଧିକ ଦିନ ରହିବାର ସମ୍ଭାବନା ରହିଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories