ନୂଆଦିଲ୍ଲୀ : ହାସ୍ୟ କଳାକାର ରାଜୁ ଶ୍ରୀବାସ୍ତବଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ଥିବା ତାଙ୍କ ବନ୍ଧୁ ସୁନୀଲ ପାଲ୍ ଏକ ଭିଡିଓ ଜାରି କରି ସୂଚନା ଦେଇଛନ୍ତି। ରାଜୁଙ୍କ ମସ୍ତିଷ୍କ କାମ କରିବା ବନ୍ଦ କରି ଦେଇଥିବା ସେ ଭିଡିଓରେ ଦର୍ଶାଇଛନ୍ତି। ଏଥିସହ ରାଜୁଙ୍କ ଆରୋଗ୍ୟ କାମନା କରି ପ୍ରାର୍ଥନା କରିବାକୁ ସୁନୀଲ ପ୍ରଶଂସକଙ୍କୁ ନିବେଦନ କରିଛନ୍ତି।
ସୂଚନାଥାଉକି ଗତ ୧୦ ତାରିଖରେ ଜିମ୍ରେ ଶାରୀରିକ ଅଭ୍ୟାସ କରୁଥିବା ବେଳେ ତାଙ୍କର ହୃଦ୍ଘାତ ହୋଇଥିଲା। ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ଆଞ୍ଜିଓପ୍ଲାଷ୍ଟ କରାଯାଇଥିଲା। ଅନ୍ୟପକ୍ଷରେ ରାଜୁଙ୍କ ମ୍ୟାନେଜର ନୟନ ସୋନି କହିଛନ୍ତି ରାଜୁ ଆଇସିୟୁରେ ଅଛନ୍ତି। ତେବେ ତାଙ୍କ ଅବସ୍ଥାରେ ଧୀରେ ଧୀରେ ଉନ୍ନତି ଆସୁଛି।
ରାଜୁ ଶ୍ରୀବାସ୍ତବଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର!
Popular Categories



